PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ହଠାତ୍‌ ଚାଷଜମିର ମାଟି ୫ ଫୁଟ୍‌ ଉପରକୁ ଉଠିଲା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ ; ଦେଖନ୍ତୁ ଭିଡିଓ

ଚଣ୍ଡିଗଡ଼: ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ଏକ ଭିଡିଓ। ଯେଉଁଥିରେ ଏକ ଚାଷ ଜମିର ମାଟି ଉପରକୁ ଉଠୁଥିବାର ଦେଖିବାକୁ ମିଳିଛି। କରନାଲ ଜିଲ୍ଲାର କୁଛପରା ଗାଁର ଏଭଳି ଘଟଣା ଦେଖିବାକୁ ମିଳିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଚାଷ ଜମିରେ ପାଉଁଶ ଜମିଥିଲା। ଯାହାଫଳରେ ବର୍ଷା ଜଳ ପଡ଼ିବାରୁ ମାଟି ଫୁଲିଥିଲା। ବର୍ତ୍ତମାନ ଏହି ଜମିର ବହୁ ଅଂଶ ପୁନରୁଦ୍ଧାର ହୋଇ ସାରିଛି।

ଭାଇରାଲ ହେଉଥିବା ଭିଡିଓଟି ହେଉଛି ଜୁଲାଇ ୧୫ ତାରିଖର। ଜମି ମାଲିକଙ୍କ ଭାଇ କହିଛନ୍ତି ଯେ, ନେଫ ସିଂ ତାଙ୍କ ଦେଢ଼ ଏକର ଜମିରୁ ୧ ଏକର ଜମିରୁ ମାଟି ବାହାର କରିଥିଲେ। ଏହାପରେ ସେହି ଜମିର ଗାତ ପୂରଣ କରିବା ପାଇଁ ସେ ଚାଉଳ ମିଲରୁ ବାହାରୁଥିବା ଧୁଆଁ ୧୫ ଫୁଟ୍‌ ପର୍ଯ୍ୟନ୍ତ ଭରିଥିଲେ। ତାପରେ ୩ ଫୁଟର ମାଟି ତାହା ଉପରେ ପକାଇଥିଲେ। ହେଲେ ଲଗାଣ ବର୍ଷା ଜାରି ରହିବା ହେତୁ ପାଉଁଶ ଗୁଡ଼ିକ ଫୁଲିବାରେ ଲାଗିଥିଲା। ଯାହାଫଲରେ ମାଟି ହଠାତ୍‌ ଫୁଲିଥିଲା। ଆଉ ସେହି ସମୟରେ କିଛି ଲୋକ ଏହାର ଭିଡିଓ ପୋଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର