ବ୍ୟବସାୟୀଙ୍କ ଉଦାରତା: ଅସହାୟ ଲୋକଙ୍କୁ ବାଣ୍ଟି ଦେଲେ ନିଜ ଦୋକାନର ସମସ୍ତ ପୋଷାକ ଓ ଯୋତା

କୈରାନ,୨୩।୫: କରୋନା ଭାଇରସ  ପାଇଁ ସାରା ଦେଶରେ ଜାରି ରହିଛି ଲକଡାଉନ୍। ଆଉ ଏହି ଲକଡାଉନ୍ କାରଣରୁ ଗରିବ-ଶ୍ରମିକ ଓ ଅସହାୟ ଲୋକଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଏଭଳି ଲୋକଙ୍କ ଜୀବନରେ ‘ଇଦ’ର ଖୁସି ଭରିଦେବା ପାଇଁ ଜଣେ ବ୍ୟବସାୟୀ ଇଦି(ଉପହାର) ଭାବରେ ନିଜର ଦୋକାନର ପୋଷାକ ଓ ଜୋତା ସୋ’ରୁମର ସମସ୍ତ ଜିନିଷ ଗରିବଙ୍କ ଭିତରେ ବାଣ୍ଟି ଦେଇଛନ୍ତି।

ଅସହାୟଙ୍କୁ ଏହି ସମୟରେ ସାହାଯ୍ୟ କରି ମାନବିକତା ଦେଇଥିବା ବ୍ୟବସାୟୀ ଜଣକ ହେଉଛନ୍ତି ଉତ୍ତର ପ୍ରଦେଶର। କୈରାନ ତହସିଲ ଅନ୍ତର୍ଗତ ଗୋଲ୍ଡ ପ୍ଲାଜା କମ୍ପଲେକ୍ସର ୩ ମହଲାରେ ରେଡିମେଡ୍ ଯୋତା ସୋ’ରୁମର ମାଲିକ ହେଉଛନ୍ତି ଇନ୍ତଜାର ଓରଫ୍ ଶବ୍ବୁ। ଶୁକ୍ରବାର ସେ ତାଙ୍କ ସୋ’ରୁମର କପଡା ଓ ଯୋତାକୁ ଗରିବ ଲୋକଙ୍କ ଭିତରେ ବାଣ୍ଟି ଦେଇଛନ୍ତି।

ଏଥିପାଇଁ ଶବ୍ବୁ ପ୍ରଶାସନକୁ ସୂଚନା ଦେବା ସହ ବ୍ୟବସ୍ଥା ସମ୍ବାଳିବା ପାଇଁ ପୋଲିସର ସହାୟତା ନେଇଥିଲେ। ଜିଲାପାଳ ଜସଜିତ କୌର ନିଜେ ମଧ୍ୟାହ୍ନରେ କୈରାନ ପହଁଞ୍ଚି ନିଜ ହାତରେ ଗରିବଙ୍କୁ ଜୋତା ଏବଂ କପଡା ବାଣ୍ଟିଥିଲେ।  ଶତାଧିକ ଗରିବ ଲୋକ ନୂଆ ବସ୍ତ୍ର ପାଇଁ ତାଙ୍କ ମୁହଁରେ ହସ ଫୁଟି ଉଠିଥିଲା।

   ସମ୍ବନ୍ଧିତ ଖବର


ବାଇକ୍ ସାନିଟାଇଜ୍ କରୁଥିଲେ କର୍ମଚାରୀ, ହଠାତ୍ ଲାଗି ନିଆଁ ଲାଗିବା ପରେ ସମ୍ପୂର୍ଣ୍ଣ ଜଳିଗଲା

ଫୋନରୁ ଖୋଜି ଖୋଜି ସବୁ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିବ ଏହି ଭାରତୀୟ ଆପ୍: ଖାଲି ଥରେ ଡାଉନଲୋଡ୍ କରନ୍ତୁ ବାସ୍, ସେତିକି…

କଷ୍ଟମର କେୟାର କହି ଆକାଉଣ୍ଟରୁ ଉଡାଇନେଲେ ୯ ଲକ୍ଷ ଟଙ୍କା,ସିମ୍ ସ୍ବାପିଂ ଠକେଇ

ବଢୁଛି ସୁନା-ରୂପା ଦାମ୍, ୨୦୨୧ ସୁଦ୍ଧା ଛୁଇଁପାରେ ୮୦ ହଜାର ଟଙ୍କା

ସ୍ବାଭିମାନୀ ଚୋର: ସ୍ତ୍ରୀ-ପିଲାଙ୍କୁ ଘରକୁ ନେବା ପାଇଁ ଚୋରି କରିଥିଲେ ବାଇକ୍, ପରେ ପାର୍ସଲ କରି ମାଲିକଙ୍କୁ ଫେରାଇଦେଲେ

ଏଥର ବିମାନରେ ମଝି ସିଟ୍‌କୁ ଖାଲି ରଖିବାକୁ ପଡ଼ିବ !