PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ଏହି ମନ୍ଦିରରେ ଠାକୁରଙ୍କ ମୂର୍ତ୍ତିକୁ ୫କୋଟିର ନୋଟ୍ ଏବଂ ହୀରାରେ ସଜାଗଲା

କୋଏମ୍ବାଟୁର,୧୪।୪:ଦେବା-ଦେବୀଙ୍କ ମୂର୍ତ୍ତିକୁ ନୋଟରେ ସଜାଇବାର ଖବର ଆମେ ଆଗରୁ ଶୁଣିସାରିଛୁ। କିନ୍ତୁ ଆମେ ଆପଣଙ୍କୁ ଏଭଳି ଏକ ମୂର୍ତ୍ତି ସମ୍ପର୍କରେ କହିବାକୁ ଯାଉଛୁ ଯାହାକି ଲକ୍ଷେ କିମ୍ବା ଦୁଇ ଳକ୍ଷ ଟଙ୍କାରେ ନୁହେଁ ପୁରା ୫କୋଟି ଟଙ୍କାର ନୋଟରେ ସଜା ଯାଇଛି। କେବଳ ସେତିକି ନୁହେଁ ମୂର୍ତ୍ତିକୁ ସଜାଇବା ପାଇଁ ହୀରା ମଧ୍ୟ ବ୍ୟବହାର କରାଯାଇଛି। ତାମିଲ ନୂଆବର୍ଷ ଅବସରରେ ଦକ୍ଷିର ଭାରତରେ ଏଭଳି ଦେଖିବାକୁ ମିଳିଛି।

ଦକ୍ଷିଣ ଭାରତର ମନ୍ଦିରର ନିଜର ସମ୍ପନ୍ନତା ପାଇଁ ବିଶ୍ବ ପ୍ରସିଦ୍ଧ ଅଟେ। ତାମିଲନାଡୁର କୋଏମ୍ବାଟୁରର ମନ୍ଦିରରେ କରାଯାଇଥିବା ୫ କୋଟି ଟଙ୍କାର ସାଜସଜ୍ବା ନେଇ ଏବେ ଖୁବ୍ ଚର୍ଚ୍ଚା ଲାଗି ରହିଛି। କୋଏମ୍ବାଟୁରର ଶ୍ରୀ ମୁଥୁମାରିୟମ୍ମନ ମନ୍ଦିରର ମୂର୍ତ୍ତିକୁ ୫କୋଟି ଟଙ୍କାରେ ସଜା ଯାଇଛି। ଏହି ମୂର୍ତ୍ତିକୁ ସଜାଇବାରେ ନୋଟ ସହିତ ହୀରାର ମଧ୍ୟ ବ୍ୟବହାର କରାଯାଇଛି।

ଶ୍ରୀ ମୁଥୁମାରିୟମ ମନ୍ଦିରର ଏହି ମୂର୍ତ୍ତି ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି। ଏହି ମୂର୍ତ୍ତିର ଆଖପାଖର କାନ୍ଥକୁ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ସହିତ ଅନ୍ୟ ନୋଟରେ ସଜା ଯାଇଛି। ଠାକୁରଙ୍କ ବସ୍ତ୍ର ଏବଂ ମାଳକୁ ମଧ୍ୟ ନୋଟ୍ ଏବଂ   ହୀରରେ ସଜା ଯାଇଛି।

ଏଠାରେ ଉଲ୍ଲେଖନୀୟ ଯେ ପ୍ରତିବର୍ଷ ୧୪ ଅପ୍ରେଲରେ ତାମିଲ ନୂଆବର୍ଷ ପାଳନ କରାଯାଇଥାଏ। ଏହାକୁ ପୁଥାଡୁ ପର୍ବ ଭାବରେ ମଧ୍ୟ ଖୁବ୍ ଧୁମଧାମରେ ପାଳନ କରାଯାଇଥାଏ। ତାମିଲ ଲୋକ ଏହି ଅବସରରେ ପରସ୍ପରକୁ ଉପହାର ଦେଇଥାନ୍ତି ଓ ମନ୍ଦିରରେ ଭଗବାନଙ୍କ ଦର୍ଶନ କରିଥାନ୍ତି। ଏହି ଅବସରରେ ବହୁ ମନ୍ଦିରକୁ ଖୁବ୍ ସୁନ୍ଦର ଭାବରେ ସଜାଇ ଦିଆଯାଇଚି। କିନ୍ତୁ ଯେଉଁଭଳି ଭାବରେ ଶ୍ରୀ ମୁଥୁରିୟମ ମନ୍ଦିରକୁ ସଜା ଯାଇଛି ତାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି।  ଗତ ବର୍ଷ ମଧ୍ୟ ଏହି ମନ୍ଦିରରେ ଠାକୁରଙ୍କୁ ମୂର୍ତ୍ତିକୁ ୪ କୋଟି ଟଙ୍କା ଏବଂ ୧ କୋଟି ଟଙ୍କାର ଗହଣାରେ ସଜାସାଜିଥିଲା।