ବଦଳିଯାଇଛି ଜନ୍ମାଷ୍ଟମୀର ଦୃଶ୍ୟ : ପିପିଇ କିଟ୍‌, ମାସ୍କ, କରୋନା ଟୋପି, ଫେସ୍‌ ଶିଲ୍ଡରେ କାହ୍ନା

କରୋନା ସଙ୍କଟକୁ ଧ୍ୟାନରେ ରଖି ଦେଶବ୍ୟାପୀ ଧୂମ୍‌ଧାମରେ ପାଳନ କରାଯାଉଥିବା ପର୍ବ ଫିକା ପଡ଼ିଛି । ଜନ୍ମାଷ୍ଟମୀ ଉପରେ ମଧ୍ୟ କରୋନା ମହାମାରୀର ବଡ଼ ପ୍ରଭାବ ପଡ଼ିଛି । ଇତିମଧ୍ୟରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଉପରେ କରୋନାର ପ୍ରଭାବ ପରିଲକ୍ଷିତ ହୋଇଛି । ଉତ୍ତରପ୍ରଦେଶର ବାରାଣସୀରେ ଏଥର କୃଷ୍ଣ ଜନ୍ମାଷ୍ଟମୀର ଦୃଶ୍ୟ ବଦଳିଯାଇଛି । କେଉଁଠି କୃଷ୍ଣଙ୍କ ମୂର୍ତ୍ତିକୁ ପିପିଇ କିଟ୍‌ ପିନ୍ଧାଯାଇଛି ତ ଆଉ କେଉଁଠି କରୋନା ଟୋପି । କେଉଁଠି ଶ୍ରୀକୃଷ୍ଣ ମାସ୍କ ପିନ୍ଧିଛନ୍ତି, ଆଉ କେଉଁଠି ଫେସ୍‌ ଶିଲ୍‌ଡ ।

କୃଷ୍ଣଙ୍କ ମୂର୍ତ୍ତିରେ ପୋଷାକ ସହିତ ପିନ୍ଧାଯାଇଥିବା ଏହି ସୁରକ୍ଷା ଉପକରଣ ଲୋକଙ୍କୁ ଖୁବ୍‌ ଆକର୍ଷିତ କରୁଛି । କାହ୍ନାଙ୍କ ମୂର୍ତ୍ତି ନେବାକୁ ଆସିଥିବା ଭକ୍ତଙ୍କ କହିବା ଅନୁସାରେ, କରୋନାରୁ ରକ୍ଷା ପାଇବା ପାଇଁ ବାର୍ତ୍ତା ପ୍ରଦାନର ଏହାଠୁ ଭଲ ମାଧ୍ୟମ ଆଉ କିଛି ହୋଇନପାରେ । ନୂଆ ବେଶରେ କୃଷ୍ଣଙ୍କ ମୂର୍ତ୍ତି ବିକ୍ରି କରୁଥିବା ଗଣେଶ ପଟେଲ କହିଛନ୍ତି, ଲୋକଙ୍କୁ ସଚେତନ କରିବା ପାଇଁ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ପିପିଇ କିଟ୍‌, ମାସ୍କ, କ୍ୟାପ୍‌, ଫେସ୍‌ ଶିଲ୍‌ଡ ଆଦିରେ ସଜାଇଛନ୍ତି । ଭଗବାନଙ୍କ ମୂର୍ତ୍ତି ଜରିଆରେ ସମାଜକୁ ବାର୍ତ୍ତା ଦେବା କାମ ସେ ପୂର୍ବରୁ ମଧ୍ୟ କରିଛନ୍ତି । ନୂଆ ମୋଟରଯାନ ଆଇନକୁ ଦୃଷ୍ଟିରେ ରଖି ସେ ମୂର୍ତ୍ତିଙ୍କ ପାଇଁ ହେଲ୍‌ମେଟ ତିଆରି କରିଥିଲେ ।

   ସମ୍ବନ୍ଧିତ ଖବର


ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣା, ଡିସେମ୍ବର ୩୧ ଯାଏ ବିମାନ ସେବା ବନ୍ଦ

ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ

ଲାଲୁ ଯାଦବଙ୍କ ସେବାଦାର ଇରଫାନ୍‌ ଅନସାରୀ ନିଖୋଜ ! ଅଡ଼ିଓ ଭାଇରାଲ ହେବା ପରଠୁ ଗାଏବ୍‌

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ -ବାଂଲାଦେଶ ଓ ରୁଷ୍‌ରୁ ଆଣୁଥିଲା ଯୁବତୀଙ୍କୁ

ବ୍ୟାଙ୍କ ଆକାଉଣ୍ଟ ଓ ପାନ୍‌କୁ ଆଧାର ସହିତ ଲିଙ୍କ କଲେ ୟୁଜର୍ସଙ୍କୁ ସତରେ କ’ଣ ବିପଦ ? ଜାଣନ୍ତୁ…

୬ ଜଣ ଗର୍ଭବତୀ ମହିଳାଙ୍କୁ ନେଇ ବନ୍ଧୁଙ୍କ ବିବାହରେ ପହଞ୍ଚିଲେ ଯୁବକ ! କହିଲେ, ସେ ସବୁ ପିଲାର ବାପା