ଏଠାରେ ଝିଅଙ୍କୁ ରଙ୍ଗ ପକାଇଲେ କରିବାକୁ ପଡେ ବିବାହ

ଧନବାଦ,୧୮।୩: କେଉଁଆଡେ ବୁଲନ୍ତୁ ପଛେ, ଆପଣଙ୍କୁ ବିବିଧତାରେ ଏକ କେବଳ ଭାରତ ହିଁ ଦେଖାଯିବ। ଏଠାରେ ସବୁଠାରୁ ଅଧିକ ଧର୍ମର ଲୋକ ରୁହନ୍ତି। ସବୁ ଧର୍ମକୁ ମାନୁଥିବା ଲୋକ ଜଣେ ଅନ୍ୟଜଣଙ୍କ ପର୍ବରେ ସାମିଲ ହୁଅନ୍ତି। ବିଶେଷ କରି ହୋଲିର କଥା ସବୁଠାରୁ ନିଆରା। ଦେଶର ପ୍ରତ୍ୟେକ ଭାଗରେ ଏହି ପର୍ବକୁ ପାଳନ କରାଯାଇଥାଏ। ପ୍ରଫେସର ଗୋପାଳ କୃଷ୍ଣ ଝାଙ୍କ ଅନୁସାରେ ଧାର୍ମିକ ଦୃଷ୍ଟିକୋଣରୁ ହୋଲିର ମହତ୍ତ୍ବ ରହିଛି। ହିନ୍ଦୁ ଧର୍ମ ବ୍ୟତୀତ ବିଭିନ୍ନ ସମୁଦାୟ ମଧ୍ୟରେ ହୋଲି ଭିନ୍ନ –ଭିନ୍ନ ଭାବରେ ପାଳନ କରାଯାଇଥାଏ। କିନ୍ତୁ ଝାଡଖଣ୍ଡରେ ସାନ୍ତାଳ ଆଦିବାସୀଙ୍କ କ୍ଷେତ୍ରରେ ହୋଲିକୁ ଭିନ୍ନ ଭାବରେ ପାଳନ କରାଯାଇଥାଏ।
ସ୍ବାମୀ-ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କାହା ସହ ରଙ୍ଗ ଖେଳିବାର ଅନୁମତି ନାହିଁ। ଏଭଳି କରିବା ସାମାଜିକ ବ୍ୟବସ୍ଥାରେ ଦଣ୍ଡନୀୟ ଅପରାଧ। ଯଦି କୌଣସି ପୁରୁଷ କୌଣସି ମହିଳାଙ୍କୁ ଭୁଲରେ ରଙ୍ଗ ଲଗାଇ ଦିଅନ୍ତି ତେବେ ତାଙ୍କୁ ଦଣ୍ଡ ଦିଆଯାଇଥାଏ। ତାହା ହେଲା ରଙ୍ଗ ପକାଇଥିବା ପୁରୁଷକୁ ଉକ୍ତ ମହିଳା ସହ ବଳପୂର୍ବକ ବିବାହ କରାଯାଏ। ବିଶେଷ ଭାବରେ ଏଭଳି ଘଟଣା ମାଝି-ମୋଡୋ(ପଞ୍ଚ)ର ବୈଠକ ହୋଇଥାଏ ଓ ଝିଅକୁ ପଚରା ଯାଇଥାଏ କ’ଣ ସେ ସେହି ପୁରୁଷକୁ ସ୍ବାମୀ ଭାବରେ ସ୍ବୀକାର କରିବ। ଯଦି ଝିଅ ଜଣକ ହଁ କହେ ତେବେ ପୁରୁଷ ଜଣକୁ ତାକୁ ବିବାହ କରିଥାଏ।