ଆଧାର ଏବଂ ପ୍ୟାନ୍ କାର୍ଡକୁ ଖୁବ୍ ଶୀଘ୍ର ଲିଙ୍କ କରିନିଅନ୍ତୁ,ନହେଲେ ୬ ଦିନ ପରେ ହେବ ଏଭଳି କ୍ଷତି

ନୂଆଦିଲ୍ଲୀ,୨୪।୯: ସରକାର ଆଜି ପ୍ରତ୍ୟେକ ନାଗରିକଙ୍କୁ ପ୍ରତି ଡକ୍ୟୁମେଣ୍ଟ ଆଧାରରେ ଯୋଡିବାର ଚେଷ୍ଟା କରୁଛନ୍ତି। ଏହି ନଜରରେ  ଯଦି ଦେଖିବା ତେବେ ଆଧାର କାର୍ଡ କେତେ ଜରୁରୀ ତାହା ଅନେକ ଜାଣିସାରିବେଣି। ଆଧାର କାର୍ଡ ଏବେ ପ୍ରତ୍ୟେକ ଲୋକଙ୍କର ପରିଚୟ ହୋଇସାରିଛି। ଏହା ବିନା କୌଣସି କାମ କରିବା ଏବେ ହୋଇଯାଇଛି ଅସମ୍ଭବ। କିନ୍ତୁ ଏହି ଆଧାର କାର୍ଡକୁ ଯଦି ନିଜର ପ୍ୟାନ୍ କାର୍ଡ ସହିତ ଶେଷ ଥର ପାଇଁ ଯୋଡିବାର ଶେଷ ତାରିଖ ଆଉ ମାତ୍ର ୬ ଦିନ ରହିଛି। ତେଣୁ ଯଥାଶୀଘ୍ର ଏହାକୁ ଆପଣ ଲିଙ୍କ୍ କରିନିଅନ୍ତୁ। ଯଦି ଆପଣ ନିର୍ଦ୍ଧାରିତ ସମୟରେ ଆଧାର ଲିଙ୍କ କରାଉ ନାହାନ୍ତି ତେବେ ପ୍ୟାନ୍ କାର୍ଡ଼ ବେକାର ହୋଇଯିବ। ଏହା ଆଉ କାମ କରିବ ନାହିଁ। ଏଥିପାଇଁ ଶୀଘ୍ର ନିଜର ପ୍ୟାନ୍ କାର୍ଡ଼କୁ ନିଜ ଆଧାର ସହ ଲିଙ୍କ କରାଇ ନିଅନ୍ତୁ।

କେବଳ ଆଧାର ସେଣ୍ଟର ନୁହେଁ ଆପଣ ଘରେ ବସି ଅନଲାଇନ୍ ଯୋଗେ ମଧ୍ୟ ନିଜ ପ୍ୟାନ୍ କାର୍ଡ଼କୁ ଆଧାର ସହ ସହଜରେ ଲିଙ୍କ କରାଇପାରିବେ। ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଇନକମ୍ ଟ୍ୟାକ୍ସର ଇ-ଫାଇଲିଙ୍ଗ ଓ୍ବେବସାଇଟକୁ ଯିବାକୁ ପଡ଼ିବ। ଏହି ଓ୍ବେବସାଇଟରେ ବାମ ପଟେ ପ୍ୟାନ୍ କାର୍ଡ଼କୁ ଆଧାର କାର୍ଡ଼ ସହ ଲିଙ୍କ  କରିବାର ଅପସନ ଦିଆଯାଇଛି।

ଏଥିରେ କ୍ଲିକ୍ କଲେ ଏକ ନୂଆ ପେଜ ଖୋଲିବ। ଏହି ପେଜ ଖୋଲିବା ପରେ ଆପଣ ନିଜର ଆଧାର ଏବଂ ପ୍ୟାନ ନମ୍ବର ଦେଇ ପାରିବେ। ଏହା ପରେ ଆପଣଙ୍କୁ କ୍ୟାପଚା କୋଡ ଦେବାକୁ ପଡ଼ିବ। ତା’ପରେ ଲିଙ୍କ ଆଧାରର ବିକଳ୍ପରେ କ୍ଲିକ୍ କଲେ ଏକ ନୂଆ ପେଜ ଖୋଲିବ। ଏହି ପେଜରେ ଆପଣଙ୍କୁ ସୂଚନା ଦିଆଯିବ ଯେ ଆପଣଙ୍କୁ ପ୍ୟାନ୍ ଏବଂ ଆଧାରକୁ ଲିଙ୍କ କରିବା ପାଇଁ ୟୁଆଇଡିଏଆଇକୁ ଆପ୍ଲିକେସନ ପଠାଯାଇସାରିଛି।ସବୁଠାରୁ ବଡ କଥା ହେଲା ଆପଣଙ୍କୁ ଲିଙ୍କ ସମୟରେ ଧ୍ୟାନ ଦେବାକୁ ପଡ଼ିବ ଯେ ଆଧାର ଏବଂ ପ୍ୟାନ୍ କାର୍ଡ଼ରେ ଆପଣଙ୍କ ବିଷୟରେ ଦିଆଯାଇଥିବା ସମସ୍ତ ସୂଚନା ଯେପରି ସମାନ ରୁହେ। ବିଶେଷ କରି ନିଜର  ଜନ୍ମ ତାରିଖ। ଯଦି ଆଧାର ଓ ପ୍ୟାନ୍ କାର୍ଡରେ ଆପଣଙ୍କ ଜନ୍ମ ତାରିଖ ଭିନ୍ନ ଭିନ୍ନ ରହିଥାଏ ତେବେ  ଲିଙ୍କ କରିବାରେ ଅସୁବିଧା ହେବ।

   ସମ୍ବନ୍ଧିତ ଖବର


ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….