ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଏନସି ନେତାଙ୍କ ବିବାଦୀୟ ବୟାନ: ‘ଯିଏ ପାକିସ୍ତାନକୁ ଥରେ ଗାଳି ଦେବ, ମୁଁ ତାକୁ ୧୦ଥର ଗାଳି ଦେବି’

ଶ୍ରୀନଗର,୨୫।୩: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଏବେ ଓଲଟା ଗଣତି ଆରମ୍ଭ ହୋଇଯାଇଛି। ଏହା ମଧ୍ୟରେ ନେତାଙ୍କ ବୟାନବାଜି ବଢିବାରେ ଲାଗିଛି। ଜମ୍ମୁ-କଶ୍ମୀରର ନ୍ୟାସନାଲ କନଫ୍ରେନ୍ସର ନେତା ଆକବର ଲୋନ୍ ପାକିସ୍ତାନକୁ ନେଇ ବଡଧରଣର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ଭଲରେ ରହୁ, ପାକିସ୍ତାନକୁ ଯିଏ ଥରେ ଗାଳି ଦେବ, ମୁଁ ତାକୁ ୧୦ ଥର ଗାଳି ଦେବି।

wp:html /wp:html

ଗତ ୨୩ ତାରିଖରେ କୁପଓ୍ବାଡାରେ ଏକ ସଭାରେ ଭାଷଣ ଦେଇ ଆକବର କହିଛନ୍ତି ‘ମୋର ପାର ବାଲା ଯେଉଁ ମୁସଲିମ୍ ଦେଶ(ପାକିସ୍ତାନ) ରହିଛି, ତାହା ସବୁବେଳେ ଭଲରେ ରହୁ, ସଫଳ ହେଉ, ଭାରତ ଓ ପାକିସ୍ତାନ ମଧ୍ୟରେ ବନ୍ଧୁତ୍ବ ରହୁ। ମୁଁ ସେହି ଦୋସ୍ତିର ଆଶିକ୍ ଅଟେ, ଯଦି ତାଙ୍କୁ କେହି ଥରେ ଗାଳି ଦେବ, ତେବେ ମୁଁ ତାକୁ ୧୦ ଗାଳି ଦେବି।’ ଆକବର ଲୋନଙ୍କ ଏହି ବିବାଦୀୟ ମନ୍ତବ୍ୟ  ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଆକବର ଲୋନ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲାଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ।

ଲୋକସଭା ନିର୍ବାଚନ ପୂର୍ବରୁ ଏବେ ପାକିସ୍ତାନ ପ୍ରସଙ୍ଗ ଖୁବ୍ ସରଗରମ ରହିଛି। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକ ପରେ ଭାରତର ଏୟାର ଷ୍ଟ୍ରାଇକ ଓ ପାକିସ୍ତାନର ପାଲଟା ଆକ୍ରମଣରେ ଭାରତରେ ପାକ୍ ବିରୋଧରେ ରାଗ। ଯାହାକୁ ନେଇ ଜମ୍ମୁ-କଶ୍ମୀରରେ ନ୍ୟାସନାଲ କନଫ୍ରେନ୍ସର ଉମର ଅବଦୁଲା, ଫାରୁକ ଅବଦୁଲା ଓ ପିଡିପିର ନେତ୍ରୀ ମେହବୁବା ମୁଫତି ପାକିସ୍ତାନ ସହ ଶାନ୍ତି ବାର୍ତ୍ତା ପାଇଁ ବାରମ୍ବାର ଆହ୍ବାନ କରିଆସୁଛନ୍ତି। ଏଥର ଜମ୍ମୁ-କଶ୍ମୀରରେ ନ୍ୟାସନାଲ କନଫ୍ରେନ୍ସ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇଛି। କଂଗ୍ରେସ ଜମ୍ମୁ ଓ ଉଦ୍ଧମପୁର ଆସନରୁ ଲଢିବ। ସେଭଳି ଏନସିର ଫାରୁକ୍ ଅବଦୁଲା ଶ୍ରୀନଗରରୁ ନିର୍ବାଚନ ଲଢିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.