PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ଆଜି ଯଦି ହିଟଲର ବଞ୍ଚିଥାନ୍ତେ, ତେବେ ମୋଦିଙ୍କ କାର୍ଯ୍ୟକଳାପ ଦେଖି ଆତ୍ମହତ୍ୟା କରିଦେଇଥାନ୍ତେ: ମମତା ବାନାର୍ଜୀ

କୋଲକାତା,୯।୪: ଲୋକସଭା ନିର୍ବାଚନ ୨୦୧୯କୁ ଦୃଷ୍ଟିରେ ରଖି ପ୍ରତି ଦଳର ନେତାଙ୍କର ବୟାନବାଜି ଜାରି ରହିଛି। ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଂସା ଓ ଦଙ୍ଗାର ରାସ୍ତାରେ ରାଜନୀତିକୁ ଆସିଛନ୍ତି। କଂଗ୍ରେସ ମଧ୍ୟ ନିଜର ଦମରେ  କେନ୍ଦ୍ରରେ ସରକାର ଗଠନ କରିପାରିବ ନାହିଁ। ଆଜି ଯଦି ହିଟଲର ବଞ୍ଚିଥାନ୍ତେ, ତେବେ ମୋଦିଙ୍କ କାର୍ଯ୍ୟକଳାପ ଦେଖି ଆତ୍ମହତ୍ୟା କରିଦେଇଥାନ୍ତେ।

ମମତା ବାନାର୍ଜି ପଶ୍ଚିମବଙ୍ଗର ରାୟଗଞ୍ଜରେ ଆଜି ଏକ ନିର୍ବାଚନୀ ରାଲିରେ ଭାଷଣ ଦେଇ ଏହା କହିଛନ୍ତି। ସେ କହିଛନ୍ତି ଦେଶର ସବୁଠାରୁ ପୁରୁଣା ଦଳ ବିଜେପି ନିକଟରେ କଡା ଚ୍ୟାଲେଞ୍ଜ କରିପାରିଲାନି ସେଥିପାଇଁ ବିଜେପିର ବିକାଶ ହୋଇଗଲା। ମୋଦି ଦଙ୍ଗା ଓ ନରସଂହାର ମାଧ୍ୟରେ ରାଜନୀତିକୁ ଆସିଛନ୍ତି। ସେ ଫାଶୀବାଦୀ ରାଜା ବୋଲି କହିଛନ୍ତି ମମତା।

ମମତା ଆହୁରି କହିଛନ୍ତି ଯେ, କଂଗ୍ରେସ ନିଜର ଦମରେ ସରକାର ଗଠନ କରିପାରିଲା ନାହିଁ। ଯଦି ରାହୁଲ ଗାନ୍ଧି କେନ୍ଦ୍ରରେ ସରକାର ଗଠନ କରିବାକୁ ଚାହାନ୍ତି ତେବେ ତାଙ୍କୁ ଅନ୍ୟମାନଙକୁ ସାହାଯ୍ୟ ମାଗିବାକୁ ହେବ। ପ୍ରତି ରାଜ୍ୟରେ ମୋଦିଙ୍କ ହଟାଇବା ପାଇଁ ମେଣ୍ଟ ଗଠନ କରାଯାଇଛି। ଗୋଟିଏ ଥର ମୋଦି କ୍ଷମତାରୁ ବାହାରି ତ ଯାଆନ୍ତୁ, ଆମେ ସମସ୍ତେ ନୂତନ ଭାରତର ନିର୍ମାଣ ଦିଗରେ କାମ କରିବୁ। ତୃଣମୂଳ କଂଗ୍ରେସ ସାମ୍ପ୍ରଦାୟିକତା ବିରୋଧରେ ନିଜର ଲଢେଇରେ କେବେ ମଧ୍ୟ କୌଣସି ପ୍ରକାର ସାଲିକ କରିବ ନାହିଁ।