କମ୍ ବାଲାନ୍ସ ଯୋଗୁଁ ଯଦି ଟ୍ରାଞ୍ଜାକ୍ସନ ଫେଲ୍ ହୁଏ ତେବେ ଗ୍ରାହକଙ୍କୁ ଦେବାକୁ ପଡିବ ଏତେ ଟଙ୍କା ଚାର୍ଜ

ନୁଆଦିଲ୍ଲୀ ୧/୧୨: ଆଇଡିବିଆଇ ବ୍ୟାଙ୍କ ଏଟିଏମ୍ ଟ୍ରାଞ୍ଜାକ୍ସନ ସମ୍ପର୍କିତ କିଛି ନିୟମରେ ଆଜିଠୁ ପରିବର୍ତ୍ତନ ଆଣିଛି ।  ଏହି ନୂଆ ନିୟମ ଅନୁସାରେ ଯଦି କୌଣସି ଗ୍ରାହକ ନନ୍ ଆଇଡିବିଆଇ ବ୍ୟାଙ୍କ ଏଟିଏମରୁ ପଇସା ବାହାର କରେ ଏବଂ ଏହି ଟ୍ରାଞ୍ଜାକ୍ସନ କମ୍ ବାଲାନ୍ସ ଯୋଗୁଁ ଫେଲ୍ ହୋଇଯାଏ ତେବେ ଗ୍ରାହକଙ୍କୁ ଏଥିପାଇଁ ୨୦ ଟଙ୍କା ପ୍ରତି ଟ୍ରାଞ୍ଜାକ୍ସନ ଚାର୍ଜ ଦେବାକୁ ପଡିବ । ଆଇଡିବିଆଇ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ମେସେଜ କରି ଏହି ସୂଚନା ଦେଇଛି ।

ନିର୍ଦ୍ଧାରିତ ସୀମାରୁ ଅଧିକ ଟ୍ରାଞ୍ଜାକ୍ସନ ଉପରେ ଦେବାକୁ ପଡିବ ଚାର୍ଜ
ଆଇଡିବିଆଇ ବ୍ୟାଙ୍କ ନିଜ ଏଟିଏମରେ ଅନଲିମିଟେଡ୍ ଏଟିଏମ୍ ଟ୍ରାଞ୍ଜାକ୍ସନର ସୁଯୋଗ ଦେଇଥାଏ । କିନ୍ତୁ ଅନ୍ୟ ବ୍ୟାଙ୍କ ଏହି ସୁବିଧା ଦେଇନଥାନ୍ତି । ଅନ୍ୟ ବ୍ୟାଙ୍କରେ ଏକ ମାସରେ ସର୍ବାଧିକ ୫ ଏଟିଏମ୍ ଟ୍ରାଞ୍ଜାକ୍ସନ ହୋଇଥାଏ । ଏହି ସୀମାରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ୨୦ ଟଙ୍କା ପ୍ରତି ଟ୍ରାଞ୍ଜାକ୍ସନ ଫାଇନାନ୍ସିଆଲ୍ ଚାର୍ଜ ଦେବାକୁ ପଡିଥାଏ । ଆପଣଙ୍କୁ କହିରଖୁଛୁ ପ୍ରାୟ ସବୁ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ପ୍ରତି ମାସରେ କିଛି ଫ୍ରି ଟ୍ରାଞ୍ଜାକ୍ସନ କରିବାକୁ ଦେଇଥାନ୍ତି । କିନ୍ତୁ ଫ୍ରି ଟ୍ରାଞ୍ଜାକ୍ସନ ସୀମା ସମାପ୍ତ ହେବା ପରେ ଏଥିପାଇଁ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ଚାର୍ଜ ଦେବାକୁ ପଡିଥାଏ ।

   ସମ୍ବନ୍ଧିତ ଖବର


ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ଫାଇନାଲ୍‌ ପରୀକ୍ଷା କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲେ ଅନୁମତି

ସ୍ତ୍ରୀ ରାଜନୀତିରେ , ପୁଅ ଇଂଲଣ୍ଡରେ ପଢୁଛନ୍ତି MBBS: ୮ଜଣ ପୁଲିସଙ୍କୁ ମାରି ବାପା ଫେରାର୍

କରୋନା ପଜିଟିଭ ଜଣାପଡିବା ପରେ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକ

Mylan ଭାରତରେ ଲଞ୍ଚ କଲା କୋଭିଡ୍-୧୯ର ଔଷଧ, ଜାଣନ୍ତୁ କେତେ ରହିଛି ଏହାର ଦାମ୍

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ, ଟୁଇଟରରେ ଟ୍ରେଣ୍ଡ କଲା #PMModiCBIForSSR

ସୁଶାନ୍ତ ସିଂ ମାମଲା : ବାନ୍ଦ୍ରା ପୋଲିସ ଷ୍ଟେସନରେ ସଞ୍ଜୟ ଲୀଲା ଭନ୍‌ସାଲୀ, ଚାଲିଛି ପଚରାଉଚରା