ଯଦି ଆମେରିକା ପାକିସ୍ତାନରେ ପଶି ଓସାମାକୁ ମାରିପାରେ ତେବେ କିଛି ବି ହୋଇପାରେ: ଅରୁଣ ଜେଟଲୀ

source:zeenews.india.com
ନୁଆଦିଲ୍ଲୀ ୨୭/୨: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବହୁତ କଡା ଶବ୍ଦରେ ଆତଙ୍କୀ ଏବଂ ସେମାନଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । ଅରୁଣ ଜେଟଲୀ ବୁଧବାର ଦିଲ୍ଲୀରେ ସାମ୍ବାଦିକଙ୍କ ସହ ଆଲୋଚନା କରୁଥିବାବେଳେ କହିଛନ୍ତି ଯେ ଯେତେବେଳେ ଆମେରିକା ପାକିସ୍ତାନରେ ପଶି ଓସାମା ବିନ୍ ଲାଡେନକୁ ମାରିପାରେ ତେବେ କିଛି ବି ହୋଇପାରେ । ଭାରତ ମଧ୍ଯ ଏମିତି କରିପାରେ ବୋଲି ସେ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । ଯେତେବେଳେ ଅର୍ଥମନ୍ତ୍ରୀ ଏହା କହିଥିଲେ ସେତେବେଳେ ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ରବିଶଙ୍କର ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ ।