ଆପଣଙ୍କ ଗାଡିରେ ଲାଗିନି କି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ, ତେବେ ଦେବାକୁ ପଡିବ ମୋଟା ଅଙ୍କର ଜୋରିମାନା…

ନୂଆଦିଲ୍ଲୀ: ଯଦି ଆପଣଙ୍କର ଗାଡିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ (HSRP) ନାହିଁ, ତେବେ ଆପଣଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡିବ । ଏଠାରେ ସୂଚନା ଥାଉକି ଗୁରୁବାରଠାରୁ ଦିଲ୍ଲୀ ପରିବହନ ବିଭାଗ ପକ୍ଷରୁ ତିନି ଦିନିଆ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏହା ଅଧୀନରେ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୫୦ ଟି ଟିମ୍ ନିୟୋଜିତ ହୋଇଛନ୍ତି । ଯେଉଁମାନେ ନିୟମକୁ ଅଣଦେଖା କରନ୍ତି ଏବଂ ଆଦେଶକୁ ଉଲ୍ଲଂଘନ କରନ୍ତି ସେମାନଙ୍କୁ ୫୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ।

ଦିଲ୍ଲୀ ପରିବହନ ବିଭାଗ ଗତ ଡିସେମ୍ବରରେ ଏଚଏସାରପି ଏବଂ କଲର କୋଡେଡ୍ ଷ୍ଟିକରରେ ରାସ୍ତାରେ ଚାଲୁଥିବା ଗାଡି  ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, କିନ୍ତୁ ଏହା କେବଳ କିଛି ଅଞ୍ଚଳରେ ଥିଲା । ୧୦ ଦିନରେ ୧୫୦୦ ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏହି ସମୟ ମଧ୍ୟରେ ବିଭାଗ ମଧ୍ୟ ଲୋକଙ୍କୁ ସଚେତନ କରାଇଥିଲା ଯାହାଦ୍ୱାରା ଯଥାଶୀଘ୍ର ଯାନବାହାନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଏବଂ ଷ୍ଟିକର ଲଗାଯିବା ଉଚିତ୍ ।  ଏଥିପାଇଁ ଏପର୍ଯ୍ୟନ୍ତ ୫.୫ ଲକ୍ଷରୁ ଅଧିକ ଆବେଦନ ପଠାଯାଇଛି । ଦିଲ୍ଲୀର ୩୦ ଲକ୍ଷରୁ ଅଧିକ ଗାଡିରେ HSRP ପ୍ଲେଟ୍ ଏବଂ କଲର କୋଟେଡ ଷ୍ଟିକର ଲଗାଯିବ । ତେବେ ଦୁଇ ଚକିଆ ଯାନ ଉପରେ ଷ୍ଟିକରର ଆବଶ୍ୟକତା ନାହିଁ ।