PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ : ଦୈନିକ ଖାଆନ୍ତୁ ୩ଟି ଖଜୁରୀ, ଚୁଟକିରେ ଦୂର ହେବ ରୋଗ

ଭୁବନେଶ୍ବର ୨୧।୧୨: ଖଜୁରୀ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ବୋଲି ଏହି କଥା ସମେସ୍ତ ଜାଣନ୍ତି। ମାତ୍ର ଖାଲି ପେଟରେ ନିୟମିତ ଖଜୁରୀ ଖାଇଲେ ଚମତ୍କାରୀ ଲାଭ ମିଳିଥାଏ। ବିଶେଷକରି ଶୀତ ଦିନେ। ଏହି ଦିନରେ ଲୋକମାନେ ଅଧିକ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ଶୀତ ପ୍ରଭାବରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ସମସ୍ୟା ଦେଖିବାକୁ ମିଳିଥାଏ । ଖଜୁରୀ ଶରୀର ମଧ୍ୟରେ ଉଷ୍ଣତା ବୃଦ୍ଧିରେ ସହାୟକ ହୋଇଥାଏ ଏବଂ ଶରୀରକୁ ସତେଜ ରଖିଥାଏ ।

ଖଜୁରୀ ପୋଷକ ତତ୍ୱର ଏତେ ବଡ ଭଣ୍ଡାର ଯେ ଏହାକୁ ୱାଣ୍ଡର ଫୁଡ ମଧ୍ୟ କୁହାଯାଇଥାଏ । ଆଇରନ, କ୍ୟାଲସିୟମ, ଆମିନୋ ଏସିଡ୍, ଫସଫରସ୍ ଏବଂ ଭିଟାମିନରେ ଭରପୂର ଖଜୁରୀ ଆପଣଙ୍କ ଶରୀର ସମେତ ସୁନ୍ଦରତା ମଧ୍ୟ ବଢାଇଥାଏ । ଗ୍ଲୁକୋଜ ଏବଂ ଫ୍ରକ୍ଟୋଜରର ଭଣ୍ଡାର ଖଜୁରୀ ମଧୁମେହ ରୋଗରୁ ସାହାଯ୍ୟ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମିଳିଥାଏ । ଖଜୁରୀରେ ୫୪ପ୍ରତିଶତ ଚିନି ଏବଂ ୭ପ୍ରତିଶତ ପ୍ରୋଟିନ ମିଳିଥାଏ । ଏହା ଶରୀରପାଇଁ ବହୁ ଉପଯୋଗୀ ଅଟେ । ଏଥିରେ କୋଲେଷ୍ଟ୍ରୋଲ ନଥାଏ ଏବଂ ଗୋଟେ ଖଜୁରୀରୁ ୨୩କ୍ୟାଲୋରୀ ମିଳିଥାଏ ।

ରାତିସାରା ଖଜୁରୀକୁ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ଖାଇବାଦ୍ୱାରା ପେଟ ରୋଗରୁ ମୁକ୍ତି ମିଳିଥାଏ । ନିୟମିତ ଏପରି କରିବାଦ୍ୱାରା କୋଷ୍ଠକାଠିନ୍ୟରୁ ମଧ୍ୟ ଉପଶମ ମିଳିଥାଏ । ଖଜୁରୀକୁ ରାତିରେ କ୍ଷୀରରେ ଭିଜାଇ ପୁରୁଷମାନେ ସକାଳେ ଖାଇବାଦ୍ୱାରା ସେମାନଙ୍କ ଯୌନକ୍ରିୟା ଶକ୍ତି ବୃଦ୍ଧିପାଇଥାଏ ଏବଂ ଶରୀର ଦୁର୍ବଳଥିବା ବ୍ୟକ୍ତିଙ୍କୁ ଖଜୁରୀ ଖାଇବାଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ମଧ୍ୟ ମିଳିଥାଏ ।

ଖଜୁରୀ ଫୁସ୍‌ଫୁସ୍‌, ସ୍ତନ ଏବଂ ପ୍ରୋଷ୍ଟେଟ୍‌ କ୍ୟାନସର୍‌ ନାଶ କରିବାରେ ସାହାଯ୍ୟ କରିବ। ଖଜୁରୀ ସେବନ ଦ୍ୱାରା କ୍ୟାନସର୍‌ କାରକ ଟ୍ୟୁମର୍‌ରେ ପ୍ରଭାବ ପକାଇଥାଏ। ଯାହାଦ୍ୱାରା ତାହା କ୍ଷତିଗ୍ରସ୍ତ ହୋଇଯାଏ। ଏହାକୁ ଅନିଦ୍ରା ଦୂର କରିବା ଏବଂ ଭୋକ ବଢ଼ାଇବା ପାଇଁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଏ।

ଖଜୁରୀରେ ସେଲୋନିୟମ, ମାଙ୍ଗାନିଜ ଏବଂ ମ୍ୟାଗ୍ନେସିୟମ ରହିଥାଏ, ଯାହା ହାଡ଼ ଶକ୍ତ କରିବାରେ ସାହାଯ୍ୟ କରିଥାଏ। ଖଜୁରୀରେ ଆଇରନ ପ୍ରଚୁର ପରିମାଣରେ ରହିଥାଏ, ଯାହା ଶରୀରରେ ହିମୋଗ୍ଲୋବିନର ମାତ୍ରା ବଢାଇବାରେ ସାହାଯ୍ୟ କରିଥାଏ। ପ୍ରାୟତଃ ମହିଳା, ଛୋଟପିଲାମାନେ ଏନିମିଆ ରୋଗରେ ପିଡ଼ିତ ହୋଇଥାନ୍ତି। ଏହି ସମସ୍ୟା ଦୂର କରିବାରେ ଖଜୁରୀ ବିଶେଷ ଭାବେ ସହାୟକ ହୋଇଥାଏ। ଏଥିରେ ଥିବା ପ୍ରାକୃତିକ ସୁଗାର ଶକ୍ତି ପ୍ରଦାନ କରିବା ସହ ସାରାଦିନ ସତେଜ ରଖିଥାଏ।ନିୟମିତ ପ୍ରକ୍ରିୟାରେ ୨-୩ଟି ଖଜୁରୀ ଖାଇବାଦ୍ୱାରା ଶରୀର ଫୂର୍ତ୍ତି ଏବଂ ସତେଜ ହୋଇଥାଏ । କାର୍ଯ୍ୟକରିବାର ଉତ୍ସାହ ମଧ୍ୟ ବଢିଥାଏ ଏବଂ ଏହାଦ୍ୱାରା ତ୍ୱଚାରେ ମଧ୍ୟ ଚମକ ଆସିଥାଏ ।