ଏଟିଏମ୍ରୁ ଟଙ୍କା ବାହାର କରିବା ସମୟରେ ଏହି ପ୍ରଶ୍ନର ଉତ୍ତର ନ ଦେଇପାରିଲେ ଜବତ ହେବ ଟଙ୍କା, ଏବେ ସୁଦ୍ଧା ୧୧ଲକ୍ଷ ଟଙ୍କା ଯାଇଛି ସରକାରୀ ବାକ୍ସକୁ

ଲୋକସଭା ନିର୍ବାଚନ ୨୦୧୯ ପାଇଁ ସାବଧାନ ହୋଇଯାଆନ୍ତୁ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରେ ନିର୍ବାଚନ କମିସନଙ୍କ ନଜର ରହିଛି। ମଧ୍ୟପ୍ରଦେଶର ଉଜୈନ୍ ସହରର ସବୁ ଏଟିଏମ୍ ବୁଥ ଉପରେ ନିର୍ବାଚନ କମିସନ ଆଖି ପକେଇ ବସିଛନ୍ତି। ଯାହା ସାଧାରଣ ନିର୍ବାଚନ ୨୦୧୯ ଯୋଗଁ ସହରରେ ଆସୁଥିବା ଅବୈଧ ଟଙ୍କାକୁ ଜବତ କରିବା ପାଇଁ କ୍ରୀୟାଶୀଳ ଅଛନ୍ତି। ଏଟିଏମରେ ଟଙ୍କା ବାହାର କରିବା ଦ୍ବାରା ଯଦି ଟିମର ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ନଦେଇପାରୁଛନ୍ତି ତେବେ ଟଙ୍କା ଜବତ କରାଯିବାର ସମ୍ଭାବନା ରହିଛି।

ଉଜୈନ ଜିଳ୍ଲା କଲେକ୍ଟର ଶଶାଙ୍କ ମିଶ୍ରା ଜିଳ୍ଳାର ସମସ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ବ୍ୟାଙ୍କ ଖାତାର ସବିଶେଷ ତଥ୍ୟ ପ୍ରତିଦିନ ପଠାଇବା ପାଇଁ ନିର୍ଦେଶ ଜାରୀ କରିଛନ୍ତି। ଏଥିପାଇଁ ନିର୍ବାଚନ କମିସନ ବ୍ୟାଙ୍କର ସେହି ଖାତା ଉପରେ ବିଶେଷ ଧ୍ୟାନ ରଖିବାକୁ ନିର୍ଦେଶ ଦେଇଛନ୍ତି ଯେଉଁମାନଙ୍କନ ବହୁ ସମୟ ଧରି ବନ୍ଦ ରଖିଛି। ୫୦୦ ଏଟିଏମ୍ ଉପରେ ବିଶେଷ ନଜର ଏହି ଆକାଉଣ୍ଟ ଉପରେ ନିର୍ବାଚନ କମିସନ ଦ୍ବାରା ଗଠିତ ଠିମ୍ କାର୍ଯ୍ୟ କରିବେ। ଏହା ବ୍ୟତୀତ ନିର୍ବାଚନ କମିସନ ଦ୍ବାରା ଗଠିତ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ବିଭାଗ ଜିଳ୍ଲାର ୫୦୦ରୁ ଅଧିକ ଏଟିଏମ୍ ଉପରେ ନଜର ରଖିଛନ୍ତି। ଟିମ୍ ସଦସ୍ୟ ବିଶେଷକରି ସେହି ଏଟିଏମ୍ରୁ ଟଙ୍କା ବାହାର କରିବା ବାଲା ଏଟିଏମ୍ ଆକାଉଣ୍ଟରୁ ପଚରାଉଚରା କରୁଛନ୍ତି। ଯେଉଁ ଏଟିଏମ୍ ବୁଥ ଉପରେ ଅଚାନକ ଟ୍ରାଜେକ୍ସନ୍ ବଢ଼ୁଛି।

ତେବେ ଟିମ୍ ସଦସ୍ୟଙ୍କର ପ୍ରଶ୍ନର ଉତ୍ତର ନ ଦେଇପାରିଲେ ଟଙ୍କା ଜବତ କରାଯାଉଛି। ଉଜୈନ ଏସପି ସଚ୍ଚିନ ଅତୁଲକର କହିଛନ୍ତି କି, ବର୍ତମାନ ସୁଦ୍ଧା ୧୧ ଲକ୍ଷ ଟଙ୍କାକୁ ସରକାରୀ ବାକ୍ସରେ ଜମା କରାଯାଇଛି।