PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ , ତାଙ୍କର ସହଯୋଗୀ ଓ ସଂପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ , ସହଯୋଗୀଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ , ବିଭିନ୍ନ କାଗଜପତ୍ର ମଧ୍ୟ ଜବତ କଲା ଭିଜିଲାନ୍ସ ଟିମ୍
  • ||
  • ଜମ୍ମୁ-କଶ୍ମୀରରେ ୨ ଅଣକାଶ୍ମୀରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ , ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର
  • ||
  • କଟକ ଜଗତପୁର ଶିଳ୍ପାଞ୍ଚଳରେ ଅଗରବତୀ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ , ଏସ୍ଏସ୍ ଏଣ୍ଟରପ୍ରାଇଜର୍ସ ନାମକ କାରଖାନାରେ ନିଆଁ , ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ , ଫ୍ୟାକ୍ଟ୍ରିରେ ତିଆରି ହେଉଥିଲା ମଙ୍ଗଲଦୀପ୍ ବ୍ରାଣ୍ଡର ଅଗରବତୀ
  • ||
  • ରାୟଗଡା ସହର ଉପକଣ୍ଠ ନାଗାବଳି ନଦୀରେ ପାରଳାଖେମୁଣ୍ଡି ସହରର ଦୁଇ ଜଣ ପର୍ଯ୍ୟଟକ ନିଖୋଜ ।
  • ||
  • ପାରଳାଖେମୁଣ୍ଡି : ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭରଙ୍କ ସମେତ ୫ ଆହତ
  • ||
  • ବ୍ରହ୍ମପୁର : ଗୋପାଳପୁର ବିଧାୟକ ଓ ସମର୍ଥକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ||
  • ଭୋଗରାଇ : ବେଳାଭୂମି ନିକଟ ହୋଟେଲରେ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍
  • ||
  • ଭୁବନେଶ୍ୱର : ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୨୮୫କୁ ବୃଦ୍ଧି
  • ||
  • ଚଣ୍ଡିଖୋଲ : ପାରିବାରିକ କଳହର କରୁଣ ପରିଣତି, ବୋହୂକୁ ପଥରରେ ଛେଚି ହତ୍ୟା କଲା ଶାଶୂ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବାଲିଗୁଡା : ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ତୁମୁଡିବନ୍ଧ ଠାରେ ଜାତୀୟ ରାଜପଥ ଅବରୋଧ, ମୁନିଗୁଡା ଓ ଭବାନୀପାଟନାକୁ ଯାତାୟତ ଠପ୍
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୩ ଦିନ ବର୍ଷା, ଆସନ୍ତାକାଲି ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷବ
  • ||
  • ଭୁବନେଶ୍ୱର : ଆଜିଠୁ ଓଜେଇଇ କାଉନ୍‌ସିଲିଂ, ୫ ନଭେମ୍ବରରେ ପ୍ରଥମ ପର୍ଯ୍ୟାୟ ଆଲର୍ଟମେଣ୍ଟ
  • ||
  • ଅଲ୍‌ ଅମିରତ୍‌ : ଆଜିଠୁ ଟି-୨୦ ବିଶ୍ବକପ୍, ସଙ୍ଘର୍ଷପୂର୍ଣ୍ଣ ହେବ ବାଂଲାଦେଶ-ସ୍କଟ୍‌ଲାଣ୍ଡ ମୁକାବିଲା
  • ||

କଦଳୀ ଖାଇ ଚୋପା ଫୋପାଡ଼ି ଦେଉଛନ୍ତି କି, କରନ୍ତୁ ନାହିଁ ଏଭଳି ଭୁଲ୍…ଜୋତା ସଫାରୁ ନେଇ ତ୍ବଚାର ଚିକ୍କଣ ପର୍ଯ୍ୟନ୍ତ ଏହା ସାହାଯ୍ୟ କରେ

ଆପଣ ବି କଦଳୀ ଖାଇ ଚୋପା ଫୋପାଡ଼ି ଦେଉଛନ୍ତି କି? କରନ୍ତୁ ନାହିଁ ଏପରି ଭୁଲ୍। କଦଳୀର ଚୋପା ବହୁତ ଉପକାରୀ ଅଟେ। କଦଳୀର ଚୋପାରେ ପୁଷ୍ଟିକର ଓ ଶ୍ବେତସାର ପ୍ରଚୁର ପରିମାଣରେ ଥାଏ। ଏଥିରେ ଭିଟାମିନ ବି୬, ବି୧୨, ମ୍ୟାଗ୍ନେସିୟମ୍ ଏବଂ  ପୋଟାସିୟମ୍ ମଧ୍ୟ ଥାଏ। ଯେତେବେଳେ କଦଳୀ କଳା ପଡ଼ିଯାଏ ସେତେବେଳେ ଏଥିରେ ସୁଗାର ପରିମାଣ ଅଧିକ ହୋଇଯାଏ। ତେବେ ଆସନ୍ତୁ ଜାଣିବା କଦଳୀ ଚୋପାର ୭ଟି ଲାଭ ବିଷୟରେ…

ଧ୍ୟାନ ରଖିବେ କଦଳୀ ଚୋପାକୁ ସତେଜ ଥିବା ଅବସ୍ଥାରେ ହିଁ ବ୍ୟବହାର କରିବେ। ଫ୍ରିଜରେ  କଦଳୀ ଚୋପାକୁ ରଖନ୍ତୁ ନାହିଁ।

୧. ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ କଦଳୀର ଚୋପାକୁ ଦାନ୍ତରେ ଘଷନ୍ତୁ। କିଛି ସମୟ ପର୍ଯ୍ୟନ୍ତ ଏପରି କରନ୍ତୁ। ଏହାଦ୍ବାରା ଆପଣଙ୍କ ଦାନ୍ତରେ ଧୀରେ ଧୀରେ ଚମକ ଆସିବ। ହଳଦୀପଣ ମଧ୍ୟ ଦୂରେଇ ଯିବ।

୨. ଚେହେରାରେ ଯଦି ନାଲି ବ୍ରଣ ହେଉଛି ତେବେ କିଛି ସମୟ ପର୍ଯ୍ୟନ୍ତ କଦଳୀ ଚୋପାକୁ ଘଷନ୍ତୁ। ଏହା କରିବା ଦ୍ବାରା ମୁହଁରେ ନାଲି ବ୍ରଣ ଉଠିବା ବନ୍ଦ ହୋଇଯିବ।

୩. ମୁହଁରେ ବ୍ରଣ ହେଉଥିଲେ ପ୍ରତିଦିନ ୫ ମିନିଟ୍ ପର୍ଯ୍ୟନ୍ତ କଦଳୀ ଚୋପାକୁ ଚେହେରାରେ ଲଗାନ୍ତୁ। ଏକ ସପ୍ତାହ ଭିତରେ ଆପଣଙ୍କ ମୁହଁ ଚିକ୍କଣ ହୋଇଯିବ। ଯେପର୍ଯ୍ୟନ୍ତ ମୁହଁରୁ ବ୍ରଣ ଯାଇନାହିଁ ସେପର୍ଯ୍ୟନ୍ତ ଏଭଳି କରନ୍ତୁ।

୪. ଚେହେରାକୁ ଥଣ୍ଡା ରଖିବାରେ ମଧ୍ୟ କଦଳୀ ଚୋପା ସାହାଯ୍ୟ କରେ। ଚୋପାକୁ ପେଷ୍ଟ କରି ସେଥିରେ ଅଣ୍ଡାର କେଶରକୁ ମିଶାଇ ଦିଅନ୍ତୁ। ଏବେ ଏହାକୁ ମିଶାଇ ଚେହେରାରେ ଲେପ ଦିଅନ୍ତୁ। ୫ମିନିଟ୍ ପର୍ଯ୍ୟନ୍ତ ଏହାକୁ ଲଗାଇ ରଖନ୍ତୁ। ଶୁଖିଲା ପରେ ସାଧା ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ।

୫. ଶରୀରର କୈାଣସି ସ୍ଥାନରେ ଦରଜ ହେଲେ ସେହି ସ୍ଥାନରେ କଦଳୀ ଚୋପାକୁ ଧୀରେ ଧୀରେ ଘଷନ୍ତୁ। ୩୦ମିନିଟ୍ ପର୍ଯ୍ୟନ୍ତ ଚୋପାକୁ ସେଠାରେ ରଖନ୍ତୁ। ଏଭଳି କଲେ ଦରଜରୁ ମୁକ୍ତି ମିଳିବ।

୬.ତ୍ବଚାରେ କୈାଣସି ପ୍ରକାର ସଂକ୍ରମିତ ରୋଗ କିମ୍ବାର କୁଣ୍ଡାଇ ହେଉଥିଲେ ସେଥିରେ କଦଳୀ ଚୋପାକୁ ଲଗାନ୍ତୁ।

୭.  ଆପଣଙ୍କ ଜୋତା ଯଦି ମଇଳା ହୋଇଯାଇଥିବ ତେବେ ସେଥିରେ କଦଳୀ ଚୋପା ଲଗାନ୍ତୁ।  ଫଳରେ ଚମକ ଆସିବ। ଚମଡ଼ା ଓ ରୂପାର  ଯେକୈାଣସି ସାମଗ୍ରୀକୁ ଚିକ୍କଣ କରିବାକୁ ଚାହୁଁଛନ୍ତି କି ତେବେ ସେଥିରେ କଦଳୀ ଚୋପା ଲଗାନ୍ତୁ। ଚମକ ଆସିବ।