PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ରହାଣେଙ୍କ ବ୍ୟାଟିଂକୁ ନେଇ ବିଗିଡ଼ିଲେ ପୂର୍ବତନ ସିଲେକ୍ଟର : ପାଟିଲ କହିଲେ , ଯଦି କ୍ରିଜ୍‌କୁ କବଜା କରିବାକୁ ଚାହୁଁଛ , ଜଣେ ସିକ୍ୟୁରିଟି ଗାର୍ଡ ଡାକି ଆଣ

ନୂଆଦିଲ୍ଲୀ ୦୪ / ୦୩ :  ଭାରତୀୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରହାଣେଙ୍କ ଉପରେ ବର୍ଷିଲେ ଭାରତର ପୂର୍ବତନ ଚିଫ୍‌-ସିଲେକ୍ଟର ସନ୍ଦିପ୍‌ ପାଟିଲ । କହିଲେ ଯଦି କ୍ରିଜ୍‌କୁ କବଜା କରିବାକୁ ଚାହୁଁଛ ତ ଜଣେ ସିକ୍ୟୁରିଟି ଗାର୍ଡକୁ ଡାକି ଦିଅ ।

 ଉଲ୍ଲେଖନୀୟ ଯେ, ବିରାଟ କୋହଲିଙ୍କୁ ନ୍ୟୁଜିଲାଣ୍ଡ ନିକଟରେ ଚକମା ଦେଖାଇ ଟେଷ୍ଟ ସିରିଜକୁ ୨-୦ରେ କବଜା କରିନେଇଥିଲେ । ଏହି ସମୟରେ  ଟିମ୍‌ ଇଣ୍ଡିଆର ବ୍ୟାଟ୍ସମ୍ୟାନ  ପୁରା ଫେଲ୍‌ ହୋଇଥିଲେ । ଟିମ୍‌ ଇଣ୍ଡିଆର ମଧ୍ୟମ ଭାଗର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରହାଣେ ଟିମ୍‌କୁ ଭଲ ଆରମ୍ଭ ଦେଇଥିଲେ ବି , କିନ୍ତୁ  ବଡ଼ ସ୍କୋର କରିବାରେ ସେ ଅସଫଳ ହୋଇଥିଲେ ।  ୪ଟି ଇନିଙ୍ଗ୍ସରେ ରହାଣେ ୯୧ ରନ୍‌  କରିଥିଲେ । ଯେଉଁଠି ତାଙ୍କର ଆଭରେଜ୍‌ ସ୍କେୋର୍‌ ୨୧. ୫୦ ଥିଲା ।

ଭାରତର ପୂର୍ବ ଚିଫ୍‌  ସିଲେକ୍ଟର ସନ୍ଦିପ୍‌ ପାଟିଲ ବ୍ୟାଟ୍ସମ୍ୟାନଙ୍କୁ ଖୁବ୍‌ ଗାଳି କରିଛନ୍ତି । କହିଛନ୍ତି , ସେ ବହୁତ ଉତ୍ସାହିତ ହୋଇଯାଉଛନ୍ତି ।  ଟିମ୍‌କୁ ମୁସ୍କିଲରୁ ବାହାର କରିବା ବଦଳରେ ଟିମ୍‌କୁ ଫସାଇ ଦେଉଛନ୍ତି ।

ପାଟିଲଙ୍କ କହିଛନ୍ତି  ଯଦି କୌଣସି ବ୍ୟାଟ୍ସମ୍ୟାନ  ସ୍କୋର କରିବାକୁ ଚେଷ୍ଟା କରିଥାଏ ଏବଂ ସେ  ଏହି ଜିନିଷକୁ ବି ଡ଼ରି ଥାଏ ସେ ସଫଳତା ପାଇପାରିବ ନା ନାହିଁ । ମୁଁ ଶୁଣିଛି କି  ,ଏହି ସିଜନରେ ଯେବେ ସେ ମୁମ୍ୱାଇ ପାଇଁ ଖେଳୁଥିଲେ ,  ବହୁତ ଧିମା ବ୍ୟାଟିଂ କରୁଥିଲେ । ଭାରତୀୟ ଟିମ୍‌ ପାଇଁ  ବିଦେଶରେ ତାଙ୍କର ରେକର୍ଡ ବହୁତ ଭଲ , ହେଲେ ତାହା ଅତୀତ ।  ଏବେ ତାଙ୍କୁ କେବଳ ଟେଷ୍ଟ ପ୍ଲେୟାର ହିଁ କୁହାଯାଉଛି ।

ଭାରତର ଏହି ପୂର୍ବତନ ବ୍ୟାଟ୍ସମ୍ୟାନ କହିଛନ୍ତି କି  ସେ ଚାହୁଁନାହାନ୍ତି କି , ରହାଣେ ପ୍ରତି ବଲକୁ ମାରନ୍ତୁ , କିନ୍ତୁ  ଯେବେ ଆପଣ ଦେଖୁଛନ୍ତି ଶତକ କରିପାରିବେ  , ସେତେବେଳେ ଆଉଟ୍‌ ହେଇଯାଉଛନ୍ତି । ଏହା କିନ୍ତୁ କାହାକୁ ପସନ୍ଦ ନୁହେଁ । ମୋ ଭଳି ଏକ ସାଧାରଣ ଖେଳାଳି ଯେବେ ବିଦେଶୀ ମାଟିରେ ଖେଳି ପାରୁଛି ତ ଏହି ସବୁ ଖେଳାଳି ଚାମ୍ପିୟନ ।