ନର୍କକୁ ଯିବାରୁ ବର୍ତ୍ତିବେ କିପରି ? କରନ୍ତୁ ଏହିସବୁ କାମ ନେଇ ପାରିବନି ଯମଦୂତ…

ଆମ ଜୀବନର ସବୁଠୁ ବଡ଼ ସତ୍ୟ ହେଉଛି ମୃତ୍ୟୁ। ଆମ ସମସ୍ତଙ୍କ ମନରେ ସବୁବେଳେ ଏହି ପ୍ରଶ୍ନ ଆସେ କି ମୃତ୍ୟୁ ପରେ କ’ଣ ହୋଇଥାଏ। ଶାସ୍ତ୍ରରେ ଏହାର ଉତ୍ତର ଆପଣ ବଡ଼ ସହଜରେ ମିଳିଯିବ। ଶାସ୍ତ୍ର ଅନୁସାରେ, ମନୁଷ୍ୟ ନିଜ କର୍ମ ଅନୁସାରେ ସ୍ବର୍ଗ କିମ୍ବା ନର୍କ ଯାଇଥାଏ। ସଦ୍‌କର୍ମର ଫଳସ୍ବରୂପ ଆତ୍ମାକୁ ସ୍ବଗର୍ରେ ସ୍ଥାନ ପ୍ରାପ୍ତ ହୋଇଥାଏ। ଆଉ ଖରାପ କର୍ମର ଫଳ ଭୋଗିବା ପାଇଁ ଆତ୍ମକୁ ନର୍କକୁ ପଠାଯାଇଥାଏ। ନର୍କ ନାଁ ଶୁଣିଲେ ସବୁ ମଣିଷ ଭୟ କରିଥାନ୍ତି। କାରଣ କୁହାଯାଏ କି, ନର୍କରେ ଆତ୍ମକୁ ବହୁତ କଷ୍ଟ ସହିବାକୁ ପଡ଼ିଥାଏ। ଏଥିପାଇଁ ସମେସ୍ତ ମୃତ୍ୟୁ ପରେ ନର୍କରୁ ବଞ୍ଚିବାକୁ ଚାହିଁଥାନ୍ତି। ପୁରାଣରେ କୁହାଯାଇଛି କି, ଏହି ସବୁ ଜିନିଷ ମଧ୍ୟରୁ ଯଦି ଆମ ପାଖରେ କୌଣସି ଗୋଟିଏ ବି ଜିନିଷ ଅଛି ତାହେଲେ ଯମଦୁତ ଆମକୁ ନର୍କ ନେଇପାରିବ ନାହିଁ।

ତୁଳସୀ : ପୁରାଣରେ ତୁଳସୀକୁ ଭଗବାନ ବିଷ୍ଣୁଙ୍‌ ପ୍ରିୟା କୁହାଯାଇଛି। ଏହା ଭଗବାନ ବିଷ୍ଣୁଙ୍କ ମୁଣ୍ଡରେ ଶୋଭା ପାଇଥାଏ।  ଯଦି ତୁଳସୀ ପତ୍ର ମୃତ୍ୟୁ ସମୟରେ ମୁଣ୍ଡ ପାଖରେ ଥିବ ତାହେଲେ ଯମଦୂତର ଭୟ ରହିନଥାଏ। ତୁଳସୀ ପାଖରେ ଥିଲେ ମୁକ୍ତିର ବାଟ ଆପେ ଆପେ ଖୋଲିଯାଏ ବା ସହଜ ହୋଇଯାଏ।

ଭଗବଦ୍ ଗୀତା ପାଠ : ମୃତ୍ୟୁ ସମୟରେ ଗୀତାର ପାଠ ଶୁଣାଇବା ଦ୍ବାରା ଆତ୍ମ ଅତି ସହଜରେ ଶରୀର ତ୍ୟାଗ ଦେଇଥାଏ। ଗୀତା ପାଠ ଶୁଣାଇବା ଦ୍ବାରା ଆତ୍ମାର ଶରୀରୁ ମୋହ ଦୂର ହୋଇଥାଏ ତଥା ଆତ୍ମାକୁ ଶରୀରରୁ ଅଲଗା ହେବାରେ କୌଣସି କଷ୍ଟ ହୋଇନଥାଏ।

ଗଙ୍ଗାଜଳ :  ଗଙ୍ଗାଜଳକୁ ପବିତ୍ର ବୋଲି କୁହାଯାଏ। ମୃତ୍ୟ ସମୟରେ ଗଙ୍ଗାଜଳ ଦ୍ବାରା ମନୁଷ୍ୟା ମନ ଶୁଦ୍ଧ ତଥା ପବିତ୍ର ହୋଇଯାଇଥାଏ। ପୁରାଣରେ କୁହାଯାଇଛି କି, ଶୁଦ୍ଧ ଏବଂ ପବିତ୍ର ମନ ଦ୍ବାରା ପ୍ରାଣ ତ୍ୟାଗ କଲେ କଷ୍ଟ ଭୋଗିବାକୁ ପଡ଼ିନଥାଏ ଏବଂ ଯମରାଜଙ୍କ କଠୋର ଦଣ୍ଡ ଦ୍ବାରା ବଞ୍ଚା ଯାଇପାରେ।

ରାମାୟଣ ପାଠ : ରାମୟଣ ଭଗବାନ ବିଷ୍ଣୁଙ୍କ ରାମାବତାରର କଥା ଅଟେ। ଏହା ମୃତ୍ୟୁ ସମୟରେ ହେବାକୁ ଥିବା କଷ୍ଟକୁ ଶେଷ କରିଦିଏ। ହିନ୍ଦୁ ପୁରାଣ ଅନୁସାରେ ମୃତ୍ୟ ସମୟରେ ମନୁଷ୍ୟ ଯେଉଁ ବିଷୟରେ ଭାବିଥାଏ ମୃତ୍ୟୁ ପରେ ସେହିଭଳି ହୋଇଥାଏ। ଏଥିପାଇଁ ମୃତ୍ୟୁ ସମୟରେ ଧର୍ମ ଗ୍ରନ୍ଥ ଶୁଣିବା ସହିତ ପ୍ରାଣ ତ୍ୟାଗ ଦ୍ବାରା ନର୍କ କଷ୍ଟ ଭୋଗିବାକୁ ପଡ଼ିନଥାଏ। କାରଣ ମନୁଷ୍ୟର ମନ ଈଶ୍ବରଙ୍କ ପାଖରେ ଥାଏ।

   ସମ୍ବନ୍ଧିତ ଖବର


ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ଭୂତ ସହିତ ଲିଭ୍ ଇନ୍ ରିଲେସନସିପରେ ଥିଲେ ଏହି ମହିଳା, ଦେଖନ୍ତୁ ଭିଡିଓ

ବୈଜ୍ଞାନିକ ତିଆରି କଲେ ପ୍ରଥମ ସିନ୍ଥେଟିକ୍‌ ମାନବ ଜିଭ

ମୁଙ୍ଗେରର‘ଲେଡି ସିଙ୍ଘମ’,ଜାଣନ୍ତୁ ତାଙ୍କୁ ଏବେ ଲୋକେ କାହିଁକି ଡାକୁଛନ୍ତି ‘ଜେନେରାଲ୍ ଡାୟାର୍’

କରୋନାରୁ ବର୍ତ୍ତିବା ପାଇଁ ଲମ୍ବା ସମୟ ଧରି ଫେସ୍‌ ସିଲ୍‌ଡ ମାସ୍କ ପିନ୍ଧୁଛନ୍ତି କି ? ଆଖି ଉପରେ ପଡିବ ଏମିତି ପ୍ରଭାବ…