ଯେତେବେଳେ ଅଣ୍ଡରଓ୍ୱାର ପିନ୍ଧିବା ବନ୍ଦ କରିବେ ଶରୀରେ ସହ ହୋଇଥାଏ ଏହା

ମୁମ୍ବାଇ- ଏବେ ଅଧିକାଂଶ ଲୋକ ଅଣ୍ଡର ଓ୍ୱିୟର ପିନ୍ଧିବା ପାଇଁ ପସନ୍ଦ କରନ୍ତି । ଏହାର କେତକ ସକରାତ୍ମକ ଦିଗ ଥିବା ବେଳେ କେତକ ନକରାତ୍ମକ ପ୍ରଭାବ ମଧ୍ୟ ରହିଛି । କାମକୁ , ସ୍କୁଲ କିମ୍ବା ଜିମ୍‌ ଯିବା ସମୟରେ ଅଣ୍ଡରଓ୍ୱାର ନିହାତି ପିନ୍ଧି ଥାଆନ୍ତି । ଏବେ ବିଭିନ୍ନ ରଙ୍ଗ ଓ ଡିଜାଇନ୍‌ର ଅଣ୍ଡରଓ୍ୱାର ବଜାରର ଉପଲବ୍ଧ । ସାଧାରଣତଃ ଆରାମ ଦାୟକ ଅଣ୍ଡରଓ୍ୱାର ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥାଏ। ଅଧିକ ଢିଲା କିମ୍ବା ଚିପା ନ ପିନ୍ଧିବା ପାଇଁ କୁହାଯାଇଥାଏ ।

ଆରାମଦାୟକ, ସ୍ୱାସ୍ଥ୍ୟପ୍ରଦ ଅଣ୍ଡରଓ୍ୱାର ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥାଏ । ଡାକ୍ତରଙ୍କ ଅନୁସାରେ ବିଲକୁଲ୍‌ ଅଣ୍ଡରଓ୍ୱାର ନ ପିନ୍ଧିଲେ ମହିଳାଙ୍କର ଇଷ୍ଟ ଇନଫେକସ୍‌ନ ହେବାର ସମ୍ଭାବନା କମିଯାଇଥାଏ । ଏହା ସହ ପ୍ରରିଶା ସଂକ୍ରମଣ ହେବାର ସମ୍ଭାବନା କମ୍‌।


କୁଣ୍ଡିଆ ସହ ବିଭିନ୍ନ ସଂକ୍ରମଣ ପରିଷ୍କାର ଅଣ୍ଡରଓ୍ୱାର ନ ପିନ୍ଧିଲେ ହୋଇଥାଏ । ଏହା ସହ ୟୁରିନାରୀ ଟ୍ରାକ୍ଟ ଇନଫେକସନ୍‌ ହେବାର ସମ୍ଭାବନା କମିଯାଇଥାଏ ।ଚର୍ମ ଉପଯୁକ୍ତ ପବନ ସଂସ୍ପର୍ଶରେ ଆସି ପାରେ ନାହିଁ ।

ଅଣ୍ଡରଓ୍ୱାର ଓଦା ରହିଲେ ସେହି ସ୍ଥାନରେ ଜୀବାଣୁ, ବୀଜାଣୁ ଓ ଭୁତାଣୁ ବୃଦ୍ଧି ପାଇବାର ଆଶଙ୍କା ବୃଦ୍ଧି ପାଇଥାଏ । ଏଥିପାଇଁ ବିଭିନ୍ନ ପ୍ରକାରର ଚର୍ମ ରୋଗର ଆଶଙ୍କ ରହିଛି । ଏହା ସହ ସେହି ସ୍ଥାନରେ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇଥାଏ । କେବଳ ସେତିକି ନୁହେଁ ଅଧିକ ଚିପା ପୋଷକ ପିନ୍ଧିଲେ ବି ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇଥାଏ ।

ମାତ୍ର ବିଭିନ୍ନ ବ୍ୟାୟାମ କରିବା ସମୟରେ ଅଣ୍ଡରଓ୍ୱାର ପିନ୍ଧିବା ଆବଶ୍ୟକ । ଏହାପରେ ପରିଷ୍କାର ରହିବା ଭଲ । ନହେଲେ ଝାଳ ଏବଂ ଓଦା ଯୋଗୁଁ ବିଭିନ୍ନ ଜୀବାଣୁ ବୃଦ୍ଧି ପାଇଥାଆନ୍ତି । ଏହା ବିଭିନ୍ନ ସଂକ୍ରମଣ କରିଥାଆନ୍ତି । କୁୁଣ୍ଡିଆ ସହ ପରିଶ୍ରା ସଂକ୍ରମଣର ଆଶଙ୍କା ଥାଏ ।


ଅଣ୍ଡରଓ୍ୱାର ସାଧାରଣତଃ ତୁଳା ବା କଟନର ହୋଇଥିଲେ ଭଲ । ଏହା ଝାଳକୁ ଶୋଷି ନେବା ସହ ପବନ ଚଳାଚଳ ହୋଇଥାଏ । ଏଥିଯୋଗୁଁ ଚର୍ମ ବାୟୁ ପାଇଥାଏ । ଏଥିରେ ଶରୀର କିମ୍ବା ଚର୍ମକୁ ହାନୀ କରୁଥିବା ଡାଇ କିମ୍ବା ରଙ୍ଗ ଦେବା କଥା ନୁହେଁ ।

ବେଳେ ବେଳେ ଲୁଗା ସଫା କରୁଥିବା ଡିଟରଜେଣ୍ଟ ବି ଚର୍ମରେ ବିଭିନ୍ନ ସଂକ୍ରମଣ କରିଥାଏ । ଅଣ୍ଡରଓ୍ୱାର ସଫା କରିବା ସମୟରେ ମଧ୍ୟ ଟିକେ ସାବଧାନ ହେବା ଆବଶ୍ୟକ ।

ବେଶୀ ଚିପା ପୋଷାକ କିମ୍ବା ଅଣ୍ଡରଓ୍ୱାର ପିନ୍ଧିରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇ ନଥାଏ । ଏହା ଅଯଥା ଚାପ ସୃଷ୍ଟି କରେ । ଯାହା ରକ୍ତ ସଞ୍ଚାଳନ ପାଇଁ ହାନୀ କାରକ । କେବଳ ସେତିକି ନୁହେଁ ନିୟମତି ପେଟ ସଫା ହେଉ ନଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହା କୁ ପରିଣାମ କରିଥାଏ ।

   ସମ୍ବନ୍ଧିତ ଖବର


ଯୁବତୀଙ୍କ ସହ ବାଥ୍‌ରୁମ୍‌ ଭିଡିଓ କଲ୍‌ରେ ଉଲଗ୍ନ ହୋଇଥିଲେ ଯୁବକ – ଏବେ ଟଙ୍କା ଦେବା ପାଇଁ ମିଳୁଛି ଧମକ

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଲିଫ୍ଟ ମାଗିଥିବା ମହିଳା ଥିଲେ ପ୍ରେତାତ୍ମା- ଅଙ୍ଗେ ନିଭେଇଥିବା କଥା

ଏକ କୋଟି ୧୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ତହସିଲ୍‌ଦାର ଗିରଫ- ତେଲେଙ୍ଗାନାରେ ବିଲ୍ଡରଙ୍କଠାରୁ ନେଉଥିଲେ ଲାଞ୍ଚ

ରାଜ୍ୟର ବରିଷ୍ଠ ପୁଲିସ୍‌ ସ୍ତରରେ ଅଦଳବଦଳ

ଭାରତର ପ୍ରଥମ ବେସରକାରୀ ମହାକାଶଯାନ ଗବେଷଣା କମ୍ପାନୀ ସ୍କାଏ ରୁଟ୍‌ ସଫଳ ଭାବେ କଲା ଅପର୍‌ ଷ୍ଟେଜ୍‌ ରକେଟ୍‌ ଇଞ୍ଜିନ୍‌ର ପରୀକ୍ଷଣ