ଲକଡାଉନ୍‌ରେ ଇଫତାର ପାର୍ଟିର ଆୟୋଜନ : ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ

ଉତ୍ତରପ୍ରଦେଶ ୨।୫ : ଦେଶରେ କରୋନା ଭାଇରସର ମୁକାବିଲା ପାଇଁ ଲକଡାଉନ୍ ବଳବତ୍ତର ରହିଛି। ଲକଡାଉନ୍ ଜାରିରହିଥିବାରୁ ଲୋକଙ୍କୁ ଏକାଠି ନହେବାକୁ ନିବେଦନ କରାଯାଇଛି। ତେବେ ରମଜାନ ମାସରେ ଲକଡାଉନ୍ ଉଲ୍ଲଂଘନ କରିବା ଅଭିଯୋଗରେ ୧୯ ଜଣଙ୍କ ବିରୋଧର ମାମଶ ରୁଜୁ ହୋଇଛି।

କରୋନା ଭାଇରସ କାରଣରୁ ଲାଗୁ ହୋଇଥିବା ଲକଡାଉନରେ ଲୋକଙ୍କୁ ସାମାଜିକ ଦୂରତା ଅନୁସରଣ କରିବା ଏବଂ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ଜନ କାର୍ଯ୍ୟକ୍ରମ ଉପରେ ମଧ୍ୟ ନିଷେଧାଦେଶ ଦିଆଯାଇଛି। ଏଥି ସହିତ, ରମଜାନ ମାସରେ, ପରିବାର ସହିତ ଘରେ ରହି ଇଫତାର କରିବାକୁ ମଧ୍ୟ ନିବେଦନ କରାଯାଇଥିଲା।

ଏହି ସମୟରେ, ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ମୋହାଲା ଚୌଥଥୟା ପାଟିର ଜାମା ମସଜିଦ ସମ୍ମୁଖରେ ପପୁ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ରୋଜା ଇଫତାର ଆୟୋଜନ କରାଯାଇଥିଲା। ଏହି ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଂଗଠକ ପପୁ ଏବଂ ମୌସମ ନାମକ ବ୍ୟକ୍ତିଙ୍କୁ ରାତି ପ୍ରାୟ ୭ ଟାରେ ଗିରଫ କରାଯାଇଛ। ଏହି ମାମଲାରେ ପୋଲିସ ୧୯ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହା ସହିତ ସେମାନଙ୍କ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

   ସମ୍ବନ୍ଧିତ ଖବର


ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଆସିଲା ଭୋଟ୍, ଜିରୋ ଗ୍ରାଭିଟିରେ ଜାଣନ୍ତୁ କିଭଳି ହେଲା ସମ୍ଭବ?

ମୋଦିଙ୍କ ‘ମନ କୀ ବାତ୍’ : ‘ଦୀପାବଳୀରେ ସୈନିକଙ୍କ ପାଇଁ ଲଗାନ୍ତୁ ଗୋଟିଏ ଦୀପ, ‘ଭୋକାଲ ଫର ଲୋକାଲ’କୁ ଗୁରୁତ୍ବ

ପୃଥିବୀ ପୃଷ୍ଠରୁ ୪୦୮ କିମି ଉଚ୍ଚରେ ଥାଇ ରାଷ୍ଟ୍ରପତିଙ୍କ ପାଇଁ ମତଦାନ କଲେ ମହିଳା ମହାକାଶଚାରୀ