PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

କେବେ ଆରମ୍ଭ ହେବ ପିଲାମାନଙ୍କ ଟିକାକରଣ; ଏମ୍ସ ମୁଖ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

pic-toi

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରର ଚାଣ୍ଡବ ପରେ ଏବେ ତୃତୀୟ ଲହର ନେଇ ସମସ୍ତଙ୍କର ଚିନ୍ତା ରହିଛି। ଏହି ଲହରରେ ପିଲାମାନେ ଅଧିକ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି। ତେଣୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପିଲାମାନଙ୍କ ପାଇଁ କରୋନା ଟିକାର ଆବିଷ୍କାର କରାଯାଉଛି। ଏଥିପାଇଁ ଟିକା ନିର୍ମାତା କମ୍ପାନୀମାନେ ମଧ୍ୟ ଜୋର୍‌ସୋର୍‌ରେ ସେମାନଙ୍କ ପରୀକ୍ଷଣ ଜାରି ରଖିଛନ୍ତି।

ଏହାରି ଭିତରେ ଏମ୍ସର ମୁଖ୍ୟ ରଣଦୀପ ଗୁଲେରିଆ ଯେଉଁ କଥା କହିଛନ୍ତି ତାହା ଅଭିଭାବକଙ୍କୁ ସାମାନ୍ୟ ଆସ୍ୱସ୍ତି ଦେଇଛି। ସେପ୍ଟେମ୍ବର ମାସ ଆରମ୍ଭରୁ ହିଁ ଦେଶରେ ପିଲାମାନଙ୍କର ଟିକାକରଣ କରାଯିବ ବୋଲି ଶ୍ରୀ ଗୁଲେରିଆ କହିଛନ୍ତି। ଶନିବାର ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଏପରି ସୂଚନା ଦେଇଛନ୍ତି ଗୁଲେରିଆ।

ଏପଟେ ଦିଲ୍ଲୀ ଏମ୍ସ ଆସନ୍ତା ସପ୍ତାହରୁ ପିଲାମାନଙ୍କ ପାଇଁ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରିବ। ୨-୬ ପିଲାମାନଙ୍କ ଠାରେ ଟିକାର ପରୀକ୍ଷଣ କରାଯିବ। ଭାରତ ବାୟୋଟେକ୍‌ର କୋଭାକ୍ସିନ ଟିକାକୁ ଏମ୍ସ ପରୀକ୍ଷଣ କରିବ। ଏହା ପୂର୍ବୁର ୬-୧୨ ବର୍ଷ ପିଲାଙ୍କୁ ଭ୍ୟାକ୍ସିନ୍‌ର ଦ୍ୱିତୀୟ ଡୋଜ୍ ଦିଆଯାଇ ସାରିଛି।  

ସମ୍ବନ୍ଧିତ ଖବର