ଫ୍ୟାନ୍‌ ମାସ୍କ୍‌ ତିଆରି କଲେ ଓଡ଼ିଆ ପୁଅ ପୀୟୁଷ ଅଗ୍ରୱାଲ, ୨୨୦୦ରୁ ୩୦୦୦ ଟଙ୍କା ରହିଛି‌ ମାସ୍କର ଦାମ୍

ଭୁବନେଶ୍ୱର,୧୮/୧୦: ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ର ପୂର୍ବତନ ଛାତ୍ର ସଫଳତା ହାସଲ କରିଛନ୍ତି । ଓଡ଼ିଶାର ୬୦ ବର୍ଷୀୟ ପୀୟୁଷ ଅଗ୍ରୱାଲ୍‌ ଏକ ଭିନ୍ନ ଧରଣର ଫ୍ୟାନ୍‌ ମାସ୍କ୍‌ ତିଆରି କରିଛନ୍ତି । ଶ୍ୱାସକ୍ରିୟା ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ସେ ଏହି ମାସ୍କ୍‌ ତିଆରି କରିଛନ୍ତି । ଏହି ମାସ୍କ୍‌ ପିନ୍ଧିବା ପରେ ଆଉ ଅଣନିଶ୍ୱାସ ଲାଗିବ ନାହିଁ । ଜଣେ ସହଜରେ ନିଶ୍ୱାସ-ପ୍ରଶ୍ୱାସ ନେଇପାରିବେ । କୋଭିଡ୍‌-୧୯ ସମୟରେ ଶାସ୍ୱକ୍ରିୟାକୁ ସୁହାଇଲା ଉଦ୍ଦେଶ୍ୟରେ ଏହାକୁ ତିଆରି କରାଯାଇଛି।

ଭଦ୍ରକ ଜିଲ୍ଲାରଲ ଚରମ୍ପା ଅଞ୍ଚଳର ଅଧିବାସୀ ହେଉଛନ୍ତି ପୀୟୁଷ ଅଗ୍ରୱାଲ୍‌ । ବର୍ତ୍ତମାନ ସେ ଦିଲ୍ଲୀରେ ରହୁଛନ୍ତି । ସେଠାରେ ତାଙ୍କ ପିକ୍ୟୁଆର୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ଏକ କମ୍ପାନୀ ରହିଛି । ସେ ତିଆରି କରିଥିବା ଏହି ଭିନ୍ନ ଧରଣର ମାସ୍କରେ ରହିଛି ଦୁଇଟି ଛୋଟ ଛୋଟ ଫ୍ୟାନ୍‌ । ଏହା ଲମ୍ବ ଓ ଓସାର ୩ ସେଣ୍ଟିମିଟର ଲେଖାଏ ରହିଛି । ଫ୍ୟାନ୍‌ର ଗୋଟିଏ ପଟେ ନାକ ଭିତରକୁ ସହଜରେ ପବନ ଯାଇପାରିବ ଓ ଅନ୍ୟ ପଟେ ନାକରୁ ବାହାରକୁ ପବନ ବାହାରିପାରିବ । ଏହାର ନାମ ସେ ‘ମୋକ୍ଷ’ (ମାସ୍କ ଯାହା ନିଶ୍ୱାସ ନେବାରେ ସାହାଯ୍ୟ କରିବ) ରଖିଛନ୍ତି ।

ମାସ୍କ୍‌ ସମ୍ପର୍କରେ ଶ୍ରୀ ଅଗ୍ରୱାଲ କହିଛନ୍ତି, ଜଣେ ବ୍ୟକ୍ତି ଏହାକୁ ସହଜରେ ବ୍ୟବହାର କରିପାରିବେ । ଚାଲିବା, ଜଗିଂ କରିବା ଓ ଦୌଡ଼ିବା ସମୟରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ । ଜୀବାଣୁ ପ୍ରତିରୋଧ କରିବା ପାଇଁ ଏହାକୁ ଏନ୍‌-୯୫ ଫ୍ଲିଟରେସନ୍‌ ଅନୁସାରେ ତିଆରି ହୋଇଛି । ଯାହା ପିଏମ୍‌ ୨.୫ ଓ ଅନ୍ୟ କ୍ଷତିକାରକ ଜୀବାଣକୁ ଭିତରକୁ ଯିବାକୁ ରୋକିବ । ଏହି ମାସ୍କ୍‌ର ଫ୍ୟାନ୍‌ ଚାଲୁ କରିବା ପାଇଁ ଏକ ବ୍ୟାଟେରୀ ରହିଛି । ଯେକୌଣସି ଛୋଟ ବ୍ୟାଟେରୀ, ଲାପ୍‌ଟାପ୍‌ ବା ଚାରିଚକିଆର ୟୁଏସ୍‌ବି ପୋର୍ଟ, ମୋବାଇଲ୍‌ର ପୋର୍ଟ ବ୍ୟବହାର କରାଯାଇପାରିବ । ଏହି ଫ୍ୟାନ୍‌କୁ ଚଲାଇବା ପାଇଁ ଜଣେ ନିଜ ଅଣ୍ଟା ଓ ବାହୁରେ ବ୍ୟାଟେରୀ ରଖିବେ । ବ୍ୟାଟେରୀରୁ ତାର ମାସ୍କ୍‌ ସହ ସଂଯୋଗ ହେବ ଓ ମାସ୍କ୍‌ରେ ଥିବା ଫ୍ୟାନ୍‌ ବୁଲିବ । ଥରେ ବ୍ୟାଟେରୀ ଚାର୍ଜ ହେଲେ ୮ ଘଣ୍ଟା ଯାଏ ମାସ୍କ୍‌ର ଫ୍ୟାନ୍‌ ବୁଲିବ । ଫ୍ୟାନ୍‌କୁ ନିୟନ୍ତ୍ରଣ କରିବା ପାଇଁ ଲୋ, ମିଡିୟମ୍‌ ଓ ହାଏ ଅପସନ୍‌ ରହିଛି । ଏହି ମାସ୍କ୍‌ରେ ଲାଗିଥିବା କପଡ଼ା ସଫା ହୋଇପାରିବ। ଏହା ସହ କିଛି ଦିନର ବ୍ୟବଧାନରେ ଏନ୍‌-୯୫ ଫ୍ଲିଟରେସନ୍‌ ମଧ୍ୟ ବଦଳାଯାଇପାରିବ ।

ଏହି ମାସ୍କ୍‌ର ଦାମ୍‌ ୨୨୦୦ରୁ ୩୦୦୦ ଟଙ୍କା ରହିଛି । ଶ୍ରୀ ଅଗ୍ରୱାଲ କହିଛନ୍ତି, ମାସ୍କ୍‌ର ଅନୁମତି ପାଇଁ ଦିଲ୍ଲୀ ଏମ୍ସ୍‌, ଦିଲ୍ଲୀର ମୌଲାନ୍‌ ଆଜାଦ ମେଡିକାଲ୍‌ କଲେଜ, ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରି ଅଫ୍‌ ସାଇଣ୍ଟିଫିକ୍‌ ରିସର୍ଚ୍ଚ (ସିଏସ୍‌ଆଇଆର୍‌)କୁ କିଛି ସାମ୍ପଲ୍‌ ପଠାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି, ଏହି ମାସ୍କକୁ ସାଧାରଣ ବ୍ୟକ୍ତିଙ୍କ ବ୍ୟତୀତ ଆଥ୍‌ଲେଟ୍‌ମାନେ ଦୌଡ଼ିବା ସମୟରେ ବ୍ୟବହାର କରିପାରିବେ । ଇଣ୍ଡିଆନ୍‌ ଅଲମ୍ପିକ୍‌ ଆସୋସିଏସନ୍‌ (ଆଇଓଏ) ଏହା ଉପରେ ଆଗ୍ରହ ଦେଖାଇଛନ୍ତି । ସେମାନେ ବର୍ତ୍ତମାନ ଟ୍ରାଏଲ୍‌ ପାଇଁ ୧୦ଟି ମାସ୍କ୍‌ ନେଇଛନ୍ତି । ଏହା ବ୍ୟତୀତ ଆହୁରି ୫୦ଟି ମାସ୍କ ମଧ୍ୟ ମଗାଇଛନ୍ତି ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଉତ୍କଳୀୟ କଳା ଶୈଳୀ ଅନୁସାରେ ହେବ ଶ୍ରୀମନ୍ଦିର ଦ୍ୱାର ନିର୍ମାଣ କାର୍ଯ୍ୟ- ରୂପା ଛାଉଣୀ କାର୍ଯ୍ୟ ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହେବ

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା