ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଫେବ୍ରୁଆରୀ ୧୨ରେ ଆଇଆଇଟି ଭୁବନେଶ୍ୱରର ୧୧ତମ ପ୍ରତିଷ୍ଠା ଦିବସ, ଓପନ ଡେ’ ଭାବେ ପାଳିତ ହେବ

ଭୁବନେଶ୍ୱର,୨୦ ।୧(ବ୍ୟୁରୋ): ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି) ଭୁବନେଶ୍ୱର ଆସନ୍ତା ଫେବ୍ରୁଆରୀ ୧୨ରେ ୧୧ତମ ପ୍ରତିଷ୍ଠା ଦିବସ ପାଳିବ । ଏହି ଅବସରରେ ଆଇଆଇଟି କର୍ତ୍ତୃପକ୍ଷ ‘ଓପନ୍‌ ଡେ’ ପାଳନ କରିବେ । ଯାହା ଅରଗୁଳସ୍ଥିତ ସ୍ଥାୟୀ କ୍ୟାମ୍ପସ୍‌ରେ ପାଳିତ ହେବ । ଏଥିରେ ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ଆଇଆଇଟିରେ ହେଉଥିବା ବିଭିନ୍ନ ଗବେଷଣା ଓ ନୂତନ ଜ୍ଞାନ କୌଶଳ ପ୍ରଦର୍ଶନ କରିବେ । ଏଥିରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଭାଗ ନେଇପାରିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବିଶେଷ କରି ଶକ୍ତି, ଧାତୁ, ସ୍ୱାସ୍ଥ୍ୟସେବା, ଇଞ୍ଜିନିୟରିଂ, ପଦାର୍ଥବିଜ୍ଞାନ, ରସାୟନ ବିଜ୍ଞାନ ଓ ବାୟୋସାଇନ୍ସ୍‌ ପ୍ରକଳ୍ପଗୁଡିକ ପ୍ରଦର୍ଶନୀରେ ସ୍ଥାନ ପାଇବ । ଆଇଆଇଟିର ୧୧ଟି ବିଭାଗ ଏଥିରେ ଭାଗ ନେବେ । ସ୍କୁଲ ଅଫ୍‌ ଇନଫ୍ରାଷ୍ଟ୍ରକଚର୍‌ ପକ୍ଷରୁ ସର୍ବାଧିକ ୧୩ଟି ପ୍ରକଳ୍ପ ପ୍ରଦର୍ଶିତ ହେବ । କାର୍ଯ୍ୟକ୍ରମର ସଂଯୋଜନା କରୁଛନ୍ତି ଡ. ଶ୍ରୀନିବାସ ଭାସ୍କର କରଙ୍କି ଓ ଡ. ଶଙ୍କର୍ଷଣ ମହାପାତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.