ଇମ୍ରାନଙ୍କୁ ବିଲାଓ୍ବଲଙ୍କ ଭୁଟ୍ଟୋ ସମାଲୋଚନା, କଶ୍ମୀର ନେବା କଥା ଛାଡ ଏବେ ପିଓକେ ବଞ୍ଚାଇବା କଷ୍ଟକର

ଇସଲାମାବାଦ,୨୭।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ହୋଇପଡିଛି  ଅସ୍ଥିର। ଜମ୍ମୁ-କଶ୍ମୀର ପାଇଁ ଯେ କୌଣସି ସ୍ତରକୁ ଯାଇ ପରମାଣୁ ଯୁଦ୍ଧର ଧମକ ଦେଉଥିବା  ଇମ୍ରାନ୍‌ ଖାନ୍‌ ସରକରର ଏବେ ପାକ ଅଧିକୃତ କଶ୍ମୀର(ପିଓକେ)କୁ ନେଇ ଚାପରେ ରହିଛନ୍ତି। ଏବେ ଇମ୍ରାନ ନିଜ ଦେଶରେ ସମାଲୋଚନାର ଶିକାର ହୋଇଛଡ଼୍‌ଥଇ।

ପିଓକେକୁ ସୁରକ୍ଷା ଯୋଗାଇବାରେ ଇମ୍ରାନ୍‌ ଖାନ୍‌ ସରକାର ସମର୍ଥ  ନୁହେଁ ବୋଲି ଆଜି ପାକିସ୍ତାନର ବିରୋଧୀ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ମୁଖ୍ୟ ବିଲୱାଲା ଭୁଟ୍ଟୋ କହିଛନ୍ତି। ସେ କହିଛନ୍ତି, ମୋଦି ସରକାର କଶ୍ମୀର ଛଡେଇ ନେଇନେଲେ ଆଇ ଇମ୍ରାନ ଖାନ୍ ଶୋଇ ରହିତିଲେ। ସେ କହିଛନ୍ତି ପୂର୍ବରୁ ଆମର ନୀତି ଥିଲା ଶ୍ରୀନଗର କିଭଳି ହାସଲ କରିବା, କିନ୍ତୁ  ଏବେ ସମୟ ଏମିତି ହେଲାଣି ଯେ ପାକିସ୍ତାନ ମୁଜାଫରବାଦ (ପିଓକେର ରାଜଧାନୀ)କୁ ରକ୍ଷା କରିବା କଷ୍ଟକର ।

କଶ୍ମୀର ଚାଲିଯିବା ପରେ ଇମ୍ରାନ ଖାନ୍‌ ମୋଦିଙ୍କୁ ଗୋଟେ ଶବ୍ଦ ମଧ୍ୟ କହିପାରିଲେନି। ସରକାରଙ୍କ ଦୁର୍ବଳ ନୀତି ଯୋଗୁ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି।” ଉଲ୍ଲେଖନୀୟ ଯେ,ପୂର୍ବରୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପିଓକେ ସମ୍ପର୍କରେ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ ଯେ ପିଓକେ ବି ଭାରତର ଏକ ଅଂଶବିଶେଷ। ଏବେ ପାକିସ୍ତାନ ସହ ଯଦି କିଛି କଥାବର୍ତ୍ତା କରାଯିବ, ତା’ହେଲେ ସେଥିରେ ପିଓକେକୁ ସାମିଲ କରାଯିବ।

ଏହା ସହ ବିଲାଓ୍ବଲ କହିଛନ୍ତି, ଇମ୍ରାନଙ୍କୁ ଜଣାଥିଲା ଭାରତ କଶ୍ମୀର ଉପରେ କ‘ଣ ନିଷ୍ପତ୍ତି କରିବାକୁ ଯାଉଛି। ସେ କହିଛନ୍ତି ବିଜେପି ମାନିଫେଷ୍ଟୋରେ କାଶ୍ମୀର ଥିଲା। ଯଦି ଏକଥା ଇମ୍ରାନଙ୍କୁ ଜଣାଥିଲା ତେବେ ସେ ଆମକୁ କାହିଁକି କହିଲେନି? ସାଧାରଣ ଲୋକଙ୍କୁ କାହିଁକି କହିଲୋନି। ନିଜ ଫାଇଦା ଦେଖି ରାଜନୀତି କଲେ ଏଭଳି ଫଳାଫଳ ହେବ। ଇମ୍ରାନ ଖାନ୍ ନିର୍ବାଚିତ  ନୁହେଁ ବଂର ମନୋନୀତ ପ୍ରଧାନମନ୍ତ୍ରୀ ବୋଲି ଆମେ କହିପାରିବୁ। ମାତ୍ର କିଛି ଲୋକଙ୍କ ହାତରେ ସେ କାଠକଣ୍ଡେଇ ହୋଇଯାଇଛନ୍ତି ବୋଲି ଇମ୍ରାନଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଲାଓ୍ବଲ।

   ସମ୍ବନ୍ଧିତ ଖବର


ଧମକ ଦେଉଛନ୍ତି ବେସରକାରୀ ସ୍କୁଲ : ଫି’ ଦେବା ପାଇଁ ଅଳଙ୍କାର ବିକିବାକୁ ବାଧ୍ୟ ହେଲେ ଅଭିଭାବକ

ସାବଧାନ ! ଚୀନ୍‌କୁ ଚେତାବନୀ ଦେଲା ଭାରତ – ନିଜର ଆତ୍ମରକ୍ଷା କରିବାକୁ ପଛଘୁଞ୍ଚା ଦେବନି ଭାରତୀୟ ସୈନିକ

ବାଲକୋନୀର ପ୍ରେମରୁ ସାତ ଜନମର ସାଥୀ ….ଚର୍ଚ୍ଚାରେ ଏହି ରୋମିଓ-ଜୁଲିଏଟ୍

ଗଙ୍ଗା ନଦୀରୁ ମିଳିଲା ଦକ୍ଷିଣ ଆମେରିକାର ମାଛ, ବୈଜ୍ଞାନିକଙ୍କୁ ଘାରିଲା ଏହି ଭୟ

ରିୟାଙ୍କ ଉପରେ ସବୁ ଦୋଷ ଲଦିଲେ ରକୁଲ: କହିଲେ-ମୁଁ କେବେ ଡ୍ରଗ୍ସ ନେଇନି…

ବିହାର ନିର୍ବାଚନ : କରୋନା ସାଥିରେ ଚାଲିବ ମତଦାନ , ନିର୍ବାଚନ ଆୟୋଗ କରିବେ ସ୍ୱତନ୍ତ୍ର ବ୍ୟବସ୍ଥା