PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ପାରାଦୀପରେ ଶସ୍ତା ହେଲା ଇଲିଶି,ଛୋଟ ମାଛ ଯୋଡ଼ା ୩୦୦ ଟଙ୍କା, ଆଉ ବଡ଼ ଇଲିଶି…

ପାରାଦୀପ ୨୦/୦୯: ପାରାଦୀପ ସମୁଦ୍ର ମୁହାଣ ମୁହଁରେ ମହାନଦୀର ବଢି ପାଣି ପ୍ରବେଶ କରିବା ପରେ ଏବେ ମତ୍ସ୍ୟଜୀବୀଙ୍କ ଜାଲରେ ଇଲିଶି ମାଛ ଧରାଦେଉଛନ୍ତି । ଜାଲରେ ଅନେକ ପରିମାଣରେ ଇଲିଶି ପଡ଼ିଥିବାରୁ ବଜାରରେ ଇଲିଶି ମାଛ ଦର ଅପେକ୍ଷାକୃତ କମ୍‌ ରହିଛି । ପୂର୍ବରୁ ଇଲିଶି ଦର କିଲୋ ୨ ହଜାର ଟଙ୍କା ଥିବାରୁ ମଧ୍ୟବିତ୍ତ ପରିବାରର ଲୋକେ ଏହାକୁ କିଣି ଖାଇ ପାରୁନଥିଲେ । ମାତ୍ର ରବିବାର ବାଲିପ୍ଲଟ୍‌ ମାଛ ମାର୍କେଟରେ ଇଲିଶି କିଲୋ ୫ ଶହ ଟଙ୍କାକୁ ଖସି ଆସିଥିବା ଦେଖିବାକୁ ମିଳିଛି । ଯଦିଓ ୧ କିଲୋ ଓଜନ ଥିବା ଇଲିଶିର ଦାମ୍‌ ୧୨ ଶହ ଟଙ୍କା ରହିଛି କିନ୍ତୁ ଛୋଟ ମାଛ ଦାମ୍‌ ଯୋଡ଼ା ପ୍ରତି ୩୦୦ ଟଙ୍କା ପର୍ଯ୍ୟନ୍ତ ଖସି ଆସିଛି । ଫଳରେ ଲୋକଙ୍କର ମାଛ କିଣିବାରେ ଆଗ୍ରହ ବଢିଛି । ଆଗକୁ ମଧ୍ୟ ଇଲିଶି ଅଧିକ ଧରାହେବା ଓ ଦର ଆହୁରି କମିବା ନେଇ ମତ୍ସ୍ୟଜୀବୀମାନେ ଆଶାବାଦୀ । କାରଣ ବନ୍ୟାଜଳରେ ଆସୁଥିବା ମାଟିର ଗନ୍ଧରେ ଇଲିଶିମାନେ ଆକୃଷ୍ଟ ହୋଇ ମୁହାଣ ଆଡ଼କୁ ଆସିଲେ ଅଧିକ ଜାଲରେ ଧରାପଡ଼ନ୍ତି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି । ତେଣୁ ଆଗକୁ ଭଲ ରୋଜଗାର କରିବାକୁ ମତ୍ସ୍ୟଜୀବୀମାନେ ଆଶା ରଖିଛନ୍ତି ।