PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ବାଂଲାଦେଶୀଙ୍କୁ ଫେରାଇ ନେବା ପାଇଁ ପ୍ରସ୍ତୁତ ବାଂଲା ସରକାର, ଭାରତକୁ ମାଗିଲେ ତାଲିକା

ଢାକା,୧୬।୧୨: ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବ୍ଦୁଲ ମୋମେନ୍ ଗତକାଲି ଭାରତକୁ ବେଆଇନ ବାଂଲା ଅନୁପ୍ରବେଶକାରୀଙ୍କ ତାଲିକା ଦେବାକୁ ଅନୁରୋଧ କରିଛନ୍ତି। ଏହି ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ଫେରାଇ ନେବ ବୋଲି ଅବ୍ଦୁଲ କହିଛନ୍ତି। ଯଦି ଭାରତ ତାଲିକା ଦିଏ ତେବେ ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି।

ସୂତ୍ରାନୁସାରେ, ଅବ୍ଦୁଲ କହିଛନ୍ତି ବାଂଲା ସରକାର ବେଆଇନ ଭାବେ ବାସ କରୁଥିବା ଅନ୍ୟ ଦେଶର ଲୋକଙ୍କୁ ସେହି ଦେଶକୁ ପଠାଇ ଦିଅନ୍ତି। ଅନ୍ୟ ଦେଶରେ ବେଆଇନ ଭାବେ ବାସ କରୁଥିବା ବାଂଲାଦେଶୀଙ୍କର ନିଜ ଦେଶକୁ ଫେରିବା ପାଇଁ ଅଧିକାର ରହିଛି। କିନ୍ତୁ ଅଣବାଂଲାଦେଶୀଙ୍କୁ ଫେରାଇ ଦିଆଯିବ।

ସେ ଆହୁରି କହିଛନ୍ତି ଯେ, ଯେଉଁମାନଙ୍କର କୌଣସି ଦସ୍ତାବିଜ ନଥିବ ସେମାନଙ୍କୁ ଦେଶରେ ପୁରାଇ ଦିଆଯିବ ନାହିଁ। କେବଳ ବାଂଲା ନାଗରିକଙ୍କୁ ଭାରତରୁ ଆଣିବା ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ଭାରତକୁ ତାଲିକା ଦେବା ପାଇଁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର