ମରିଯାଇଛି ମାନବିକତା: ପ୍ରଥମେ ଝିଅଙ୍କୁ ଜୋର ଜବରଦସ୍ତି କରାଯାଏ ଗର୍ଭବତୀ, ଛୁଆ ଜନ୍ମ ହେବା ପରେ ସେମାନଙ୍କୁ…

ଦୁନିଆଁରେ ଆଜି ବି ଏମିତି ଦେଶ ଅଛି ଯେଉଁଠି ଅବୈଧ କାମ କରାଯାଉଛି। କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଝିଅମାନଙ୍କ ସହିତ ଏଭଳି କୁକର୍ମ କରାଯାଏ ବୋଧେ ଅନ୍ୟ କୈାଣସି ଦେଶରେ ଏଭଳି ହେଉନଥିବ।

ଆଫ୍ରିକାର ଏକ ସହର, ଯେଉଁଠି ଝିଅମାନଙ୍କୁ କୁକୁଡ଼ା କାଟିଲା ପରି ଜୋର ଜବରଦସ୍ତି ଭାବେ ଗର୍ଭବତୀ କରାଯାଏ। ଏହା ସତ ଯେ, ଏହି ସ୍ଥାନରେ ଏଭଳି ଘୃଣ୍ୟ କାମ କରାଯାଇଥାଏ। ଆଫ୍ରିକା ପ୍ରଦେଶର ସହର ନାଇଜେରିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଆଜି ବି ଏଭଳି ନୃଶଂସ କାମ କରାଯାଉଛି। ଏହି ବିଷୟରେ ଭାବିଲେ ନିଜକୁ ଲାଜ ଲାଗିବା ସହିତ ଘୃଣା ଲାଗିବ।

ପୋଷା କୁକୁଡ଼ା ଫାର୍ମରେ କୁକୁଡ଼ାକୁ ଯେମିତି ମରା ଯାଏ ସେହିଭଳି ଏଠାରେ ୧୩ରୁ ୧୮ ବର୍ଷ ବୟସର ଝିଅମାନଙ୍କୁ ସେହିଭଳି ଜୋର ଜବରଦସ୍ତ ଭାବେ କରାଯାଏ ଗର୍ଭବତୀ। ପୁଣି ଛୁଆ ଜନ୍ମ ହେବା ପରେ ସେହି ଛୁଆକୁ ଏମିତି ଲୋକଙ୍କୁ ଦିଆଯାଏ ଯାହାର ଛୁଆ ନଥାନ୍ତି। ନାଇଜେରିଆରେ ଚାଳୁଥିବା ଏଭଳି ଘୃଣ୍ୟ କାମକୁ ‘ବେବି ଫାର୍ମିଙ୍ଗ୍’ କୁହାଯାଏ। କେବଳ ଏତିକି ନୁହେଁ, ଯେତେବେଳେ ଝିଅମାନେ ଗର୍ଭବତୀ ହୁଅନ୍ତି ସେତେବେଳେ ସେମାନଙ୍କୁ ଲୁଚେଇ ରଖାଯାଇଥାଏ। ଏହି କାମ ଅନାଥଶ୍ରମ ଓ ହସ୍ପିଟାଲଠାରୁ ଲୁଚେଇ ଛୁପେଇ କରାଯାଏ। ସେଠାକାର ଲୋକମାନେ ଏହିଭଳି ଝିଅମାନଙ୍କୁ ଲକ୍ଷ୍ୟ କରିଥାନ୍ତି ଯେଉଁମାନେ ବହୁତ ଗରିବ ଏବଂ ବାଧ୍ୟତାମୂଳକ ଭାବେ କାମ କରିବାକୁ ରାଜି ହୋଇଥାନ୍ତି। ନାଇଜେରିଆରେ ଗର୍ଭପାତ କରିବା ବେଆଇନ। ସେଥିପାଇଁ ସେହି ଝିଅମାନେ ଚାହିଁଲେ ବି ଗର୍ଭପାତ କରାଇପାରନ୍ତି ନାହିଁ। ଏହାର ସୁଯୋଗ ଉଠାଇ ଲୋକେ ବେବି ଫାର୍ମିଙ୍ଗ୍ କାମ କରିଥାନ୍ତି।
