PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଖଣିଜ ପଦାର୍ଥ ଚୋରି ରୋକିବା ପାଇଁ ଆର୍‌ଡିସିଙ୍କ ନିର୍ଦ୍ଦେଶନାମା: ନିୟମିତ ଖଣି ଯାଞ୍ଚ କରିବେ ଜିଲ୍ଲାପାଳ, ମାସକ ମଧ୍ୟରେ ଲାଗୁ ହେବ ‘ଡିଜିପିଏସ୍‌’

କଟକ ୧୨/୧୨: ଖଣିଜ ସାମଗ୍ରୀ ଚୋରିରେ ଅନେକ ସମୟରେ କିଛି ସରକାରୀ ଅଧିକାରୀ ଏବଂ ଖଣି ମାଫିଆଙ୍କ ମଧ୍ୟରେ ଅସାଧୁ ମେଣ୍ଟ ରହିଛି। ଏପରିକି ଏଥିରେ ପୁଲିସ୍‌ ଅଧିକାରୀଙ୍କ ମଧ୍ୟ ହାତ ରହୁଛି । ଏହି ଅସାଧୁ ମେଣ୍ଟକୁ ରୋକିବା ଲାଗି ସ୍ୱତନ୍ତ୍ର ଭାବେ ଯାଞ୍ଚ କରାଯିବ ଆବଶ୍ୟକ । କେନ୍ଦ୍ରାଞ୍ଚଳ ଅଧୀନ ୧୦ଟି ଜିଲ୍ଲାର ଜିଲ୍ଲାପାଳମାନେ ଏହାର ଯାଞ୍ଚ୍‌ କରି ଖଣିଜ ସାମଗ୍ରୀ ଲୁଟ୍‌ରେ ଯେଉଁମାନଙ୍କ ସମ୍ପୃକ୍ତି ରହୁଛି ସେ ସଂକ୍ରାନ୍ତରେ ସରକାରଙ୍କୁ ଅବଗତ କରାଇବା ପାଇଁ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ କୁମାର ସାମଲ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଖଣିଜ ସାମଗ୍ରୀ ଯଥା ବିଭିନ୍ନ ପାହାଡରୁ କଟା ଚାଲିଥିବା ମାଙ୍କଡା ପଥର, ଖନନ ହେଉଥିବା ମୋରମ୍‌ ଏବଂ ବାଲି ସଇରାତରୁ ଚାଲିଥିବା ବାଲି ଚୋରି ଉପରେ ରୋକ୍‌ ଲଗାଇବା ପାଇଁ ଆରଡିସି ଏହି ନିର୍ଦ୍ଦେଶାବଳୀକୁ କେନ୍ଦ୍ରାଞ୍ଚଳ ଅଧୀନ ପ୍ରତ୍ୟେକ ଜିଲ୍ଲାପାଳ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ତହସିଲ୍‌ ଅଧୀନରେ ଥିବା ସଇରାତଗୁଡିକର ଜିଲ୍ଲାପାଳମାନେ ନିୟମିତ ବ୍ୟବଧାନରେ ଯାଞ୍ଚ୍‌ କରିବେ । ପ୍ରତ୍ୟେକ ସଇରାତର ଡିଫରେନସିଆଲ ଗ୍ଲୋବାଲ୍‌ ପୋଜିସନିଂ ସିଷ୍ଟମ୍‌(ଡିଜିପିଏସ୍‌) ଏବଂ ଏହାର ଚିହ୍ନଟକରଣ କାର୍ଯ୍ୟ ତ୍ୱରିତ ବେଗରେ ଶେଷ କରିବାକୁ କୁହାଯାଇଛି ।

ପ୍ରତ୍ୟେକ ମାଇନିଂକୁ ନିଷ୍ଠାପର ସ୍କ୍ୱାଡ୍‌ଙ୍କ ହାତରେ ଜଗାରଖା କରିବାର ଦାୟିତ୍ୱ ଦିଆଯିବା ଆବଶ୍ୟକ । ପ୍ରତ୍ୟେକ ଚେକ୍‌ ଗେଟ୍‌ରେ ଜିପିଏସ୍‌ ଟ୍ରାକିଂ ସିଷ୍ଟମ୍‌ ଏବଂ ଓଜନ ମାପ ଯନ୍ତ୍ର ଲଗାଇବେ । ପ୍ରତ୍ୟେକ ସଇରାତ ଯେତିକି ରହିଛି ତାହାକୁ ଚିହ୍ନଟ କରି ତା’ର ଚତୁଃପାଶ୍ୱର୍ରେ ଖୁଣ୍ଟ ପୋତିବା କାର୍ଯ୍ୟ ଶୀଘ୍ର ଶେଷ କରିବେ ବୋଲି ଆରଡିସି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରତ୍ୟେକ ଜିଲ୍ଲାପାଳମାନେ ଖଣି ଅଞ୍ଚଳକୁ ଚିହ୍ନଟ କରି ଏଥିପାଇଁ ପରିବେଶ ମଞ୍ଜରି ପ୍ଲାନ୍‌ କାର୍ଯ୍ୟ ଶେଷ କରିବା ପରେ ଏହାର ନିଲାମ କାର୍ଯ୍ୟ ଶେଷ କରିବେ । ଓଡିଶା ମାଇନିଂ ମିନେରାଲ ରୁଲ୍ସ-୨୦୧୬କୁ କାର୍ଯ୍ୟକାରୀ କରିବା ଲାଗି ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ ପ୍ରଦାନ କରାଯାଇଥିବା ଅର୍ଥ ଜିଲ୍ଲାପାଳମାନେ ବିନିଯୋଗ କରିବେ ।

ଯେଉଁ ତହସିଲ୍‌ ଅଧୀନରେ ଅଧିକ ପରିମାଣର ବାଲି ଚୋରି ହେଉଛି ସେହି ଅଞ୍ଚଳକୁ ଜିଲ୍ଲାପାଳମାନେ ବାରମ୍ବାର ଗସ୍ତ କରିବେ। ପ୍ରକୃତରେ ଖଣିଜ ସାମଗ୍ରୀ ଚୋରି ହେଉଛି କି’ ନାହିଁ ତାହାକୁ ଜାଣିବା ଲାଗି ଗୁଇନ୍ଦାର ମଧ୍ୟ ସାହାଯ୍ୟ ନେବା ଆବଶ୍ୟକ ବୋଲି ଆରଡିସି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରିଛନ୍ତି । ଏହି ନିର୍ଦ୍ଦେଶାବଳୀ ଆଧାରରେ କେତେଦୂର କାର୍ଯ୍ୟ ହେଉଛି ତାହା ଆସନ୍ତା ୧୦ଦିନ ମଧ୍ୟରେ ଜିଲ୍ଲାପାଳମାନେ ଆରଡିସିଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।