PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ମଲ୍‌ରେ ବେଆଇନ୍‌ ପାର୍କିଂ ଆଦାୟ ରିପୋର୍ଟିଂ ବେଳେ ମହିଳା ସାମ୍ବାଦିକାଙ୍କୁ ମାଡ

ଭୁବନେଶ୍ୱର ୨୯/୧୨: ଏସ୍‌ପ୍ଲାନେଡ୍‌ ମଲ୍‌ରେ ବେଆଇନ୍‌ ପାର୍କିଂ ଫି ସମ୍ପର୍କରେ ରିପୋର୍ଟିଂ କରୁଥିବା ବେଳେ ଅସଦାଚରଣର ଶିକାର ହୋଇଛନ୍ତି ସାମ୍ବାଦିକା ସ୍ୱାତୀ ଜେନା । ଖାଲି ସେତିକି ନୁହେଁ ମଲ୍‌ର ବାଉନ୍ସରମାନେ କ୍ୟାମେରାମ୍ୟାନ୍‌ଙ୍କୁ ମାଡ଼ ମାରିବା ସହ କ୍ୟାମେରା ଭାଙ୍ଗି ଦେଇଛନ୍ତି । ଏନେଇ ସହିଦ୍‌ନଗର ଥାନାରେ ସ୍ୱାତୀ ଅଭିଯୋଗ କରିଛନ୍ତି । ପୁଲିସ୍‌ ମଲ୍‌ର କିଛି କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
 

 ମିଳିଥିବା ସୂଚନା ମୁତାବକ, ରାଜଧାନୀରେ ଥିବା ମଲ୍‌ରେ ପାର୍କିଂ ଫି’ ଆଦାୟ ନକରିବାକୁ ବିଡିଏ ଓ ବିଏମ୍‌ସି କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି । ହେଲେ କିଛିଦିନ ହେବ ନିୟମକୁ ଦଳିମକଚି ଏସ୍‌ପ୍ଲାନେଡ୍‌ ମଲରେ ଲୋକଙ୍କ ଠାରୁ ପାର୍କିଂ ଫି’ ଆଦାୟ ଚାଲିଛି । ଏ ସମ୍ପର୍କରେ ଅଭିଯୋଗ ପାଇ ଖବର ସଂଗ୍ରହ କରିବାକୁ ଯାଇଥିଲେ ‘ଅର୍ଗସ୍‌ ଟିଭି’ ର ମହିଳା ସାମ୍ବାଦିକ ସ୍ୱାତୀ ଓ କ୍ୟାମେରାମ୍ୟାନ୍‌ ପ୍ରମୋଦ ମହାପାତ୍ର । ସେଠାରେ ଲୋକଙ୍କ ମତାମତ ସଂଗ୍ରହ କରୁଥିବା ବେଳେ ୨ଜଣ ସିକ୍ୟୁରିଟି ଗାର୍ଡ (ବାଉନ୍ସର), ମ୍ୟାନେଜର ଶ୍ୟାମ ଓ ଅନ୍ୟ କିଛି କର୍ମଚାରୀ ପହଞ୍ଚି କ୍ୟାମେରା ବନ୍ଦ କରିବାକୁ ଧମକ ଦେଇଥିଲେ । ସ୍ୱାତୀ ଲାଇଭ୍‌ ଟିଭି ଚଳାଇଥିବାରୁ କ୍ୟାମେରା ବନ୍ଦ କରି ନଥିଲେ ।

ଏହା ଦେଖି ମ୍ୟାନେଜର ଶ୍ୟାମ କ୍ୟାମେରାମ୍ୟାନ୍‌ଙ୍କ ହାତରୁ କ୍ୟାମେରା ଛଡ଼ାଇ ଫିଙ୍ଗି ଦେଇଥିଲେ । ତା’ପରେ ଜଣେ ପୁରୁଷ ସିକ୍ୟୁରିଟ୍‌ ଗାର୍ଡ ସ୍ୱାତୀଙ୍କୁ ଧକ୍କା ମାରିବା ସହ ତାଙ୍କୁ ଅସଦାଚରଣ କରିଥିଲେ । ଏହାପରେ ଅନ୍ୟ ସୁରକ୍ଷାକର୍ମୀ ଏକାଠି ହୋଇ ଉଭୟଙ୍କୁ ନିସ୍ତୁକ ପିଟିଥିଲେ । ବହୁ କଷ୍ଟରେ ସ୍ୱାତୀ ପୁଲିସ୍‌କୁ ଫୋନ୍‌ କରିଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ କବଳରୁ ଉଭୟଙ୍କୁ ଉଦ୍ଧାର କରିଥିଲେ । ଏନେଇ ସ୍ୱାତୀଙ୍କ ଅଭିଯୋଗ ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଅଟକ ରଖିଛି ।

ସମ୍ବନ୍ଧିତ ଖବର