PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ବେଆଇନ ମଧୁର ଜଳ କଇଁଛ କାରବାର ରାକେଟ୍ ପର୍ଦ୍ଦାଫାସ୍ : ୪୩ଟି କଇଁଛ ଉଦ୍ଧାର, ଜଣେ ଗିରଫ

ଚଣ୍ଡିଖୋଲ, ୨୯/୧୧ : ଦୀର୍ଘଦିନ ଧରି ଚାଲିଥିବା ବେଆଇନ ମଧୁର ଜଳ କଇଁଛ କାରବାର ରାକେଟର ପର୍ଦ୍ଦାଫାସ୍। ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ସୋଲର ପଞ୍ଚାୟତର ମୁଳିଝର ମୁଣ୍ଡା ସାହିରୁ ୪୩ଟି ମଧୁର ଜଳ କଇଁଛ ଉଦ୍ଧାର କଲେ ଛତିଆ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ। ଏହା ସହ ଏହି ରାକେଟ୍‌ରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ସୂଚନା ଥାଉକି, ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ସୋଲର ପଞ୍ଚାୟତର ମୁଳିଝର ମୁଣ୍ଡା ସାହିର ସୁକଦେଵ ମଣ୍ଡଳ ନାମକ ଜନୈକ ବ୍ୟକ୍ତିଙ୍କ ଘରୁ ୪୩ଟି କଇଁଛ ଜବତ ହୋଇଛି। କଇଁଛ କିଣାବିକା କରୁଥିବା ସମୟରେ, ବିଶେଷ ସୂତ୍ରରୁ ଖବର ପାଇ ଛତିଆ ଫାଣ୍ଡି ଅଧିକାରୀ ଓ ସହଯୋଗୀମାନେ ଚଢ଼ାଉ କରିଥିଲେ। ଏହି ସମୟରେ ଘଟଣାସ୍ଥଳରୁ ପୋଲିସ ୫୦କେଜିରୁ ଉର୍ଦ୍ଧ୍ଵ ମଧୁର ଜଳ କଇଁଛ ଜବତ କରିଛି। ଖବର ପାଇ ଡାଲିଯୋଡ଼ା ବନାଞ୍ଚଳ ଅଧିକାରୀ ସରୋଜ କୁମାର ମଲ୍ଲିକ ସଦଳବଳେ ଛତିଆ ଫାଣ୍ଡିରେ ପହଞ୍ଚି କଇଁଛ ଗୁଡିକୁ ଉଦ୍ଧାର କରିଥିବା ବେଳେ ବେଆଇନ ଚୋରା ଚାଲାଣକାରୀ ଅଜୟଙ୍କୁ ଗିରଫ କରିଛି। ସେହିପରି ଅନ୍ୟ ମୁଖ୍ୟ ବେପାରୀ ସୁକଦେବ ମଣ୍ଡଳ ଖସି ପଳାଇ ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଗିରଫ ଅଭିଯୁକ୍ତ କଲିକତାର ସୁନା ବନିଆଁ ଅଞ୍ଚଳର ଅଜୟ ବୋଲି ଜଣାପଡ଼ିଛି। ଅଜୟ ଦୀର୍ଘଦିନ ଧରି ଅବାଧରେ ଏହି କାରବାର ଚାଲୁ ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି ରାକେଟ ସକ୍ରିୟ ଥିବା ସୂଚନା ମିଳିଛି।