ବେଆଇନ ଦେଶୀ ମଦ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନାରେ ଅଭିଯୋଗ କଲେ ମହିଳା

ପାଟଣା ୨୨/୧୦:  ଉଭୟ ଅବକାରୀ ବିଭାଗ ଓ ପୋଲିସର ନିଷ୍କ୍ରିୟତା ଯୋଗୁ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଳକ୍ ଅଞ୍ଚଳରେ ଏବେ ଦେଶୀ ମଦ ବ୍ୟବସାୟ ଏକ ପ୍ରକାର କୁଟୀର ଶିଳ୍ପରେ ପରିଣତ ହୋଇସାରିଲାଣି । ପାଟଣା ବ୍ଲକ ଚେମେଣା ଗ୍ରାମରେ ବେଧଡ଼କ ଭାବରେ ଦେଶୀ ମହୁଲି ମଦ ବିକ୍ରି ହେଉଥିବା ଅଭିଯୋଗ କରି ଗୁରୁବାର ସନ୍ଧ୍ୟାରେ ଚେମେଣା ଗ୍ରାମର ୩୦ ରୁ ଉର୍ଦ୍ଧ ମହିଳା ତୁରୁମୁଙ୍ଗା ଥାନାକୁ ଆସି ଏକ ଅଭିଯୋଗ ପତ୍ର ଥାନା ଅଧିକାରୀଙ୍କୁ  ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଚେମେଣା  ଗ୍ରାମରେ  ଦୁଇଜଣ ବ୍ୟକ୍ତି ବେଆଇନ ଭାବରେ ଦେଶୀ ମହୁଲି ମଦ ବିକ୍ରି କରୁଛନ୍ତି। ଯଦ୍ବାରା ଉକ୍ତ ଅଞ୍ଚଳର ଯୁବପିଢ଼ି ମଦ ପିଇ ପଥଭ୍ରଷ୍ଟ ହେବା ସହିତ ଅଳ୍ପ ବୟସରେ ରୋଗରେ ପଡି ମୃତ୍ୟୁ ବରଣ କରୁଛନ୍ତି। ଅନେକ ସମୟରେ ମଦ ପିଇ ମାତାଲ ଅବସ୍ଥାରେ ଗାଳିଗୁଲଜ କରିବା ସହିତ ଚେମେଣା ଗ୍ରାମରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି।

ଦେଶୀ ମଦ ବିକ୍ରି ଯୋଗୁ ୪୯ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଅନେକ ଜୀବନ ହାନି ହେଉଛି। ଅବକାରୀ ବିଭାଗର ଉଦାସୀନତା ଯୋଗୁ ଚେମେଣା ଗ୍ରାମରେ ଏପରି ଦେଶୀ ମଦର ଆସର ଜମୁଛି । ଏବେ ପାର୍ବଣ ଋତୁ ଥିବାରୁ ଦେଶୀ ମଦ ବ୍ୟବସାୟ କରୁଥିବା ବେପାରୀ ମଦ ବିକ୍ରି କରିବାକୁ ଅଣ୍ଟା ଭିଡ଼ିଲେଣି। ଉକ୍ତ ଅଞ୍ଚଳରେ ମଦ ବିକ୍ରି କରୁଥିବା ବ୍ୟକ୍ତି ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳାମାନେ ଦାବି କରିଛନ୍ତି। ବେଆଇନ ମଦ ବିକ୍ରି କରୁଥିବା ଆସାଧୁ ବ୍ୟବସାୟୀଙ୍କ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଜିଲାପାଳଙ୍କ ଅଫିସ ଘେରାଉ କରିବାକୁ  ଚେମେଣା ଗ୍ରାମର ମହିଳାମାନେ ଚେତାବନୀ ଦେଇଛନ୍ତି।

   ସମ୍ବନ୍ଧିତ ଖବର


ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ

ଜାନୁଆରୀ ପହିଲାରୁ ରାଜ୍ୟରେ ବିଜୁଳି ସଙ୍କଟ ! ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ ୪୬୦ ମେଗାୱାଟ୍‌ ବିଶିଷ୍ଟ ଥର୍ମାଲ୍‌ ପ୍ଲାଣ୍ଟ, ଅନିଶ୍ଚିତତାରେ ନୂତନ ପ୍ଲାଣ୍ଟ୍‌ ସ୍ଥାପନ

ଆଜିଠୁ କୋଣାର୍କ ଉତ୍ସବ, ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଜୀବିକା ନେଲା ଜୀବନ, ମାଛ ଧରିବାକୁ ଯାଇ ମୃତ୍ୟୁର ଜାଲରେ ଫସିଗଲେ ଯୁବକ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର