IMDର ସୂଚନା: ସମୟ ପୂର୍ବରୁ ଆସିବ ମୌସୁମୀ, ଜାଣନ୍ତୁ କେବେ ଓଡିଶାକୁ ଛୁଇଁବ?

ନୂଆଦିଲ୍ଲୀ,୧୩।୫: ପାଣିପାଗ ବିଭାଗ (IMD)  ପକ୍ଷରୁ ମୌସୁମୀକୁ ନେଇ ଆଜି ବଡ ଧରଣର ଘୋଷଣା କରାଯାଇଛି।   ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଆଇଲ୍ୟାଣ୍ଡରେ ଏଥର ଖୁବ୍ ଶୀଘ୍ର ମୌସୁମୀ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  ସୂଚନା ଅନୁସାରେ, ୧୬ ଆଖପାଖରେ ମୌସୁମୀ ଆଣ୍ଡାମାନ ସାଗର, ଆଣ୍ହାମାନ ନିକେବାର ପହଁଞ୍ଚିଯିବ। ଭାରତର ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ର ଭବିଷ୍ୟବାଣୀ ଅନୁସାରେ ମୌସୁମୀ ୧୫ ମଇରେ ବଙ୍ଗଳାର ଦକ୍ଷିଣ ତଟବର୍ତ୍ତୀର ମଧ୍ୟ ଭାଗ ଦେଇ ଶ୍ରୀଲଙ୍କାରେ ପାଦଦେବ। ୧୬ ମଇ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ପକ୍ଷରୁ ସେଠାକୁ ଲାଗିଥିବା ପଶ୍ଚିମ-ମଧ୍ୟ ତଟବର୍ତ୍ତୀ ଉପରେ ଘୂର୍ଣ୍ଣିଝଡ ଆସିପାରେ।

ମହାରାଷ୍ଟ୍ର, ଗୁଜରାଟ, ମଧ୍ୟ ପ୍ରଦେଶ, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଓଡିଶ ଝାଡଖଣ୍ଡ, ବିହାର ଓ ଉତ୍ତର ପ୍ରଦେଶର କିଛି ଅଂଶରେ ମୌସୁମୀ ୩-୭ ଦିନ ବିଳମ୍ବରେ ଆସିବ। ରାଷ୍ଟ୍ରୀୟ ରାଜଧାନୀ ପାଇଁ ମୌସୁମୀର ଆରମ୍ଭ ତାରିଖ ୨୩ ଜୁନରୁ ୨୭ ଜୁନ୍ ପର୍ଯ୍ୟନ୍ତ ସଂଶୋଧିତ କରାଯାଇଛି। ଏଭଳି ଭାବରେ ମୁମ୍ବାଇ ଓ କୋଲକାତା ପାଇଁ ୧୦ରୁ ୧୧ ଜୁନ୍ ପର୍ଯ୍ୟନ୍ତ ଚେନ୍ନାଇରେ ୧ରୁ ୪ ଜୁନ୍ ପର୍ଯ୍ୟନ୍ତର ତାରିଖକୁ ସଂଶୋଧିତ କରାଯାଇଛି।

ଆଇଏମଡିର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁସାରେ, ଘୂର୍ଣ୍ଣିଝଡ ମୌସୁମୀ ସକ୍ରିୟ କରିବାରେ ସାହାର୍ଯ୍ୟ କରିବ, ଯାହାକି ଚଳିତ ବର୍ଷ ସାମାନ୍ୟ ରହିବାର ସମ୍ଭାବନା ରହିଛି।  କେରଳରେ ୧ ଜୁନ୍ ସୁଦ୍ଧ ମୌସୁମୀ ପ୍ରବେଶ କରିବାର ଅନୁମାନ କରାଯାଉଛି। ଏଥର ଦେଶରେ ୪ ମାସ ପର୍ଯ୍ୟନ୍ତ ବର୍ଷା ପାଗ ରହିବ ବୋଲି କୁହାଯାଉଛି।

   ସମ୍ବନ୍ଧିତ ଖବର


ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ