ଇମ୍ୟୁନିଟି ବୁଷ୍ଟର ରସୁଣ ଟମାଟୋ ସୁପ୍‌

ଲୋକ ଅସୁସ୍ଥତା ଅନୁଭବ କରିବା ସମୟରେ ରାତିରେ ସୁପ୍‌ ଖାଇବାକୁ ପସନ୍ଦ କରିଥାନ୍ତି । ଏହା ଶରୀରକୁ ସୁସ୍ଥ ରଖିଥାଏ । ଯଦି ରୋଗ ପ୍ରତିରୋଧକ ଶକ୍ତି କଥା ଉଠେ, ତେବେ ଏମିତି କିଛି ସୁପ୍‌ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବହୁ ମାତ୍ରାରେ ବଢାଇ ଦେଇଥାଏ । ଏମିତି ଏକ ସୁପ୍‌ ହେଉଛି ରସୁଣ-ଟମାଟୋ ସୁପ୍‌ ।

ରସୁଣରେ ଆଣ୍ଟି-ଭାଇରାଲ୍‌ ତତ୍ତ୍ୱ ଭରି ରହିଥିବା ବେଳେ ଟମାଟୋରେ ଭିଟାମିନ୍‌ ସି ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସାହାର୍ଯ୍ୟ କରିଥାଏ । ଗୋଟିଏ କଢାଇରେ ୨ଟି କଟା ଟମାଟୋ ଓ ୭/୮ କୋଲା ରସୁଣ ପକାଇ ଭଲ ଭାବେ ଭାଜି ନିଅନ୍ତୁ । ଭଲ ଭାବେ ଭାଜି ହେବା ପରେ ଟମାଟୋ

ଓ ୪ କୋଲା ରସୁଣକୁ ନେଇ ଗ୍ରାଇଣ୍ଡରରେ ପକାଇ ପେଷ୍ଟ ପ୍ରସ୍ତୁତ କରି ନିଅନ୍ତୁ । ଏବେ ଅନ୍ୟ ଏକ କଢାଇକୁ ଗରମ କରି ସେଥିରେ ୨ ଚାମଚ ତେଲ ପକାଇ ଗରମ କରି ନିଅନ୍ତୁ । ଏଥିରେ ବାକି ଅଧା ଭଜା ହୋଇଥିବା ରସୁଣକୁ କାଟି ପକାନ୍ତୁ । ରସୁଣ ସୁନେଲୀ ରଙ୍ଗ ହେବା ଯାଏ ଭାଜନ୍ତୁ । ଏବେ ଏଥିରେ ଟମାଟୋ-ରସୁଣ ମିଶ୍ରଣକୁ ଢାଳି ଦିଅନ୍ତୁ । ଗ୍ୟାସ୍‌ର ଆଞ୍ଚକୁ ଧୀମା କରି ନିଅନ୍ତୁ । ଟିକେ ଫୁଟିବା ପରେ ଏହାକୁ ଗ୍ୟାସ୍‌ରୁ ବାହାର କରି ନିଅନ୍ତୁ । ଟମାଟୋ- ରସୁଣ ସୁପ୍‌ ପାତ୍ରକୁ ଢାଳି ତା’ ଉପରେ କ୍ରୀମ୍‌ ପକାଇ ପରଷି ଦିଅନ୍ତୁ ।

   ସମ୍ବନ୍ଧିତ ଖବର


ଯାତ୍ରା ସମୟରେ ବାନ୍ତି ହେଉଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର , ତୁରନ୍ତ ସମସ୍ୟାରୁ ମୁକ୍ତି ପାଇବେ

ମୋବାଇଲ ନମ୍ବର ନଥିଲେ ଆଧାରକାର୍ଡରେ ହୋଇପାରିବନି କିଛି ବି ପରିବର୍ତ୍ତନ, ଏମିତି ସହଜରେ କରନ୍ତୁ ଅପଡେଟ୍

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

କ୍ରିଷ୍ଟାଲ୍ ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହାର ସଠିକ୍‌ ବ୍ୟବହାର

ଆଜିଠୁ ଶାରଦୀୟ ନବରାତ୍ରି ଆରମ୍ଭ, ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଘଟ ସ୍ଥାପନା

ମାତ୍ର ୩୦୦ ଟଙ୍କାରେ କାରକୁ ରଖନ୍ତୁ ସୁରକ୍ଷିତ