ଲକ୍‌ଡାଉନ୍‌ରେ ଗୁପ୍‌ଚୁପ୍‌ର ମଜା ନେଉଛନ୍ତି ମୌନି

ମୁମ୍ବାଇ ୧/୦୬: କରୋନା ଭାଇରସ ସଂକ୍ରମଣ ଭୟରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ଦୁବାଇରେ ଫସିରହିଛନ୍ତି ବଲିଉଡ୍‌ ବିଉଟି ମୌନି ରୟ । ଏହି ସମୟକୁ ସେ ନିଜ ପସନ୍ଦର କାମ କରି ବିତାଉଛନ୍ତି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ସେ ସମ୍ପର୍କରେ ସୂଚନା ବି ଦେଉଛନ୍ତି ।

ନିକଟରେ ନିଜର ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡଲରେ ଏକ ଭିଡିଓ ଅପଲୋଡ୍‌ କରିଛନ୍ତି ମୌନି । ସେଥିରେ ତାଙ୍କୁ ତାଙ୍କର ପ୍ରିୟ ଷ୍ଟ୍ରିଟ୍‌ ଫୁଡ୍‌ ଗୁପ୍‌ଚୁପ୍‌ର ମଜା ନେଉଥିବାର ଦେଖିବାକୁ ମିଳୁଛି । ସେହି ଭିଡିଓକୁ ଏ ପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି । ଭିଡିଓ ସହିତ ଏକ ପୋଷ୍ଟରେ ସେ ନିଜ ପସନ୍ଦର ଖାଦ୍ୟଗୁଡ଼ିକ ସମ୍ପର୍କରେ ବି ସୂଚନା ଦେଇଛନ୍ତି। ମୌନିଙ୍କ ଅନୁସାରେ ତାଙ୍କୁ ପିଆଜ କଚୋଡ଼ି, ଗୁପ୍‌ଚୁପ୍‌ ଚାଟ୍‌, ଚଣା ଭଟୁରା, ସିଙ୍ଗଡ଼ା, ଲଡୁ ଭଳି ଭାରତୀୟ ଷ୍ଟ୍ରିଟ୍‌ ଫୁଡ୍‌ ଖୁବ୍‌ ପସନ୍ଦ । ଏହି ସବୁ ଖାଦ୍ୟ ବିନା ସେ ରହିପାରିବେ ନାହିଁ ବୋଲି ଲେଖିଛନ୍ତି ।

ସେହି ପୋଷ୍ଟକୁ ତାଙ୍କର ପ୍ରଶଂସକମାନେ ଖୁବ୍‌ ଲାଇକ୍‌ କରୁଛନ୍ତି । ସେପଟେ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଆଗକୁ ତାଙ୍କୁ ଆୟନ୍‌ ମୁଖାର୍ଜୀଙ୍କର ‘ବ୍ରହ୍ମାସ୍ତ୍ର’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହିତ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଅମିତାଭ ବଚ୍ଚନ ନଜର ଆସିବେ । ଫିଲ୍ମଟି ଚଳିତବର୍ଷ ଡିସେମ୍ବର ୪ ତାରିଖରେ ମୁକ୍ତିଲାଭ କରିବାର ଯୋଜନା ରହିଛି ।

   ସମ୍ବନ୍ଧିତ ଖବର


ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

୨୧୭ କରୋନା ଆକ୍ରାନ୍ତ ସୁସ୍ଥ

କରୋନା କିଲର ଭାଇରସ୍‌ର ସାଂଘାତିକ ସତ୍ୟ- ଚୀନ୍‌ ବୈଜ୍ଞାନିକ ଭାଇରସ୍‌କୁ ଗବେଷଣା ବେଳେ ଅଧିକ ମାରାତ୍ମକ ଓ ସଂକ୍ରମିତ କରିଥିଲେ

ଆବଶ୍ୟକୀୟ ସାମଗ୍ରୀ ତାଲିକାରୁ ହଟିଲା ମାସ୍କ-ସାନିଟାଇଜର, ବଢିପାରେ ଦାମ୍

ଇନ୍‌ଷ୍ଟାରେ ଦେଶୀ ଗାର୍ଲଙ୍କ ହଟ୍‌ ଲୁକ୍‌ ଭାଇରାଲ

କରୋନାକୁ ହରାଇଲା ୧୭ ଜଣିଆ ପରିବାର: ଏକାଠି ରହିଥିଲେ, ଖାଇଥିଲେ.. କାହାକୁ ନେଇପାରିଲାନି ଭୂତାଣୁ