ଯଦି ଆପଣଙ୍କର ମଧ୍ଯ ଅଛି ଏହି ବ୍ୟାଙ୍କରେ ଖାତା ତେବେ ସାବଧାନ, ବଦଳିବ ଏହି ନିୟମ

ନୁଆଦିଲ୍ଲୀ ୧୬/୯: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ( PNB ), ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ( UBI ) ଏବଂ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ( OBC ) ର ମିଶ୍ରଣ ପରେ ନୂଆ ୟୁନିଟ୍ ୧ ଏପ୍ରିଲ ୨୦୨୦ରୁ ପାରିଚାଳନା ହେବ । ତେବେ ଏହା ସମ୍ଭାବନା ରହିଛି ଯେ ମିଶ୍ରଣ ପରେ ଏହାର ନୂଆ ନାଁ ହେବ । ତେବେ ପ୍ରଶ୍ନ ଉଠୁଛି ମିଶ୍ରଣ ପରେ ବ୍ୟାଙ୍କ ଗ୍ରାହକଙ୍କ ଉପରେ କଣ ପ୍ରଭାବ ପଡିବ ।

କଣ ବଦଳି ଯିବ ଆକାଣ୍ଟ ନମ୍ବର ?
ମିଶ୍ରଣ ପରେ ବ୍ୟାଙ୍କ ଗ୍ରାହକଙ୍କୁ ନୂଆ ଖାତା ନମ୍ବର ଓ କଷ୍ଟମର ଆଇଡି ମିଳିପାରେ । ଏଥିପାଇଁ ଆପଣ ସବୁବେଳେ ଧ୍ଯାନ ରଖନ୍ତୁ ଯେ ଆପଣଙ୍କ ଇମେଲ୍ ଆଡ୍ରେସ୍ ଓ ମୋବାଇଲ୍ ନମ୍ବର ବ୍ୟାଙ୍କ ପାଖରେ ଅପଡେଟ୍ ଜରୁରୀ ହେବା ଉଚିତ୍ । ବ୍ୟାଙ୍କ ସବୁବେଳେ ଆପଣଙ୍କ ଫୋନ୍ ନମ୍ବର  ଓ ଇ-ମେଲ୍ ଆଇଡିରେ କୌଣସି ପରିବର୍ତ୍ତନ ସମ୍ପର୍କରେ ତୁରନ୍ତ ସୂଚନା ପଠାଇଥାଏ ।

ଆପଣଙ୍କୁ ବଦଳାଇବାକୁ ପଡିବ ଚେକ୍ ବୁକ୍
ଯଦି ଆପଣଙ୍କ ଖାତା OBC କିମ୍ବା ୟୁନାଇଟେଡ୍ ବ୍ୟାଙ୍କରେ ଅଛି ତେବେ ଆପଣଙ୍କୁ ନିଡ ଚେକବୁକ୍ ବଦଳାଇବାକୁ ପଡିବ । ଅବଶ୍ଯ ବର୍ତ୍ତମାନ ଆପଣଙ୍କ ପାଖରେ ଥିବା ଚେକବୁକ୍ କିଛି ଦିନ ପାଇଁ ବୈଧ ରହିବ । କିନ୍ତୁ ଶେଷରେ ଏହାକୁ ବଦଳାଇବାକୁ ପଡିବ । ତେବେ ଯେଉଁ ବ୍ୟାଙ୍କରେ ମିଶ୍ରଣ ହୋଇଛି ଯଥା PNB ଗ୍ରାହକଙ୍କୁ ଏହା ଉପରେ କୌଣସି ପ୍ରଭାବ ପଡିବନି ।

ଆପଣଙ୍କୁ ଏହି ସ୍ଥାନମାନଙ୍କରେ ପରିବର୍ତ୍ତନ କରିବାକୁ ପଡିବ
ଯେଉଁ ଗ୍ରାହକଙ୍କୁ ନୂଆ ଆକାଉଣ୍ଟ ନମ୍ବର କିମ୍ବା IFSC କୋଡ୍ ଆଲର୍ଟ କରାଯିବ ସେମାନେ ଏହି ସମସ୍ତ ତଥ୍ଯ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ, ଇନସ୍ଯୁରାନ୍ସ କମ୍ପାନୀ, ମ୍ଯୁଚୁଆଲ୍ ଫଣ୍ଡ ଏବଂ ନ୍ୟାସନାଲ୍ ପେନସନ୍ ସିଷ୍ଟମ ଆଦି ସ୍ଥାନରେ ଅପଡେଟ୍ କରିବାକୁ ପଡିବ ।

ବଦଳିପାରେ ଆପଣଙ୍କ ବ୍ରାଞ୍ଚ ଆଡ୍ରେସ
ମର୍ଜର ପରେ ସୃଷ୍ଟି ହେଉଥିବା ନୂଆ ବ୍ୟାଙ୍କ ନିଜର କିଛି ବ୍ରାଞ୍ଚକୁ ବନ୍ଦ କରିପାରେ । କାରଣ ସେହି ବିଲ୍ଡିଂ କିମ୍ବା ଆଖ ପାଖ OBC ଓ ୟୁନାଇଟେଡ୍ ବ୍ୟାଙ୍କର ବ୍ରାଞ୍ଚ ହେବ ତେବେ ସେହି ଗୋଟିଏ ବ୍ରାଞ୍ଚରେ ସିଫ୍ଟ କରିଦିଆଯିବ । ଏହା ଫଳରେ ବ୍ୟାଙ୍କ ଖର୍ଚ୍ଚ ବଞ୍ଚିବ । ଅର୍ଥାତ୍ ଆପଣଙ୍କ ବ୍ରାଞ୍ଚ ଆଡ୍ରେସ ବଦଳିଯିବ । ଏଥିପାଇଁ ଆପଣଙ୍କୁ ନୂଆ ବ୍ରାଞ୍ଚ ପାଇଁ ଲାଗୁ ନୂଆ  IFSC ଓ MICR କୋଡକୁ ଧ୍ଯାନରେ ରଖିବାକୁ ପଡିବ । ନଚେଚ୍ ଫଣ୍ଡ ଟ୍ରାନଫର ସମୟରେ ଆପଣ ଅସୁବିଧା ଭୋଗିପାରନ୍ତି ।

ଏଫଡି  ଓ ଆରଡି ଉପରେ କଣ ପ୍ରଭାବ ପଡିବ ?
ବ୍ୟାଙ୍କର ମିଶ୍ରଣ ଫଳରେ ଏହାର ପ୍ରଭାବ ବିଭିନ୍ନ ଜମା ଯୋଜନା ଉପରେ ଦିଆଯାଉଥିବା ସୁଧ ଦର ଉପରେ ପଡିବ । ମିଶ୍ରଣ ପୂର୍ବରୁ ବ୍ୟାଙ୍କରେ ଥିବା ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡିବନି । କିନ୍ତୁ ମିଶ୍ରଣ ପରେ ନୂଆ ଗ୍ରାହକଙ୍କ ସୁଧ ଦରରେ ପ୍ରଭାବ ପଡିବ ।

ECS, SIP ପାଇଁ ଉଠାଇବାକୁ ପଡିବ ଏହି ପଦକ୍ଷେପ
ମର୍ଜର ହେବା ପରେ ନୂଆ ବ୍ୟାଙ୍କରେ ଅନେକ ପରିବର୍ତ୍ତନ ହେବ । ଏଭଳି ପରିସ୍ଥିତିରେ ଆପଣଙ୍କୁ ନିଜ ECSରେ ପରିବର୍ତ୍ତନ କରିବାକୁ ପଡିବ । ଇନସ୍ଯୁରାନ୍ସ କମ୍ପାନୀ ସହିତ ସମ୍ପର୍କ କରି ନୂଆ ECS ନିର୍ଦ୍ଦେଶ ଜାରି କରନ୍ତୁ । ଆବଶ୍ଯକ ଅନୁସାରେ ଆପଣଙ୍କୁ ECS ସହିତ ଜଡିତ ଫର୍ମ ଅନଲାଇନ୍ କିମ୍ବା ନିଜ ବ୍ରାଞ୍ଚ ଜରିଆରେ ଭରିବାକୁ ପଡିବ । ଅଟୋ ଡେବିଟ୍ କିମ୍ବା ସିଷ୍ଟେମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍(SIP) ପାଇଁ ଆପଣଙ୍କୁ ନୂଆ SIP ରେଜିଷ୍ଟ୍ରେସନ ଓ ଇନଷ୍ଟ୍ରକ୍ସନ ଫର୍ମ ଭରିବାକୁ ପଡିପାରେ । ଠିକ୍ ଏମିତି ଲୋନର ଇଏମଆଇ ପାଇଁ ମଧ୍ଯ କରିବାକୁ ପଡିବ ।

   ସମ୍ବନ୍ଧିତ ଖବର


ନଭେମ୍ବରରୁ ଭାରତ-ଅଷ୍ଟ୍ରେଲିଆ ସିରିଜ, ସିଡିନୀ କାନବେରାରେ ଲିମିଟେଡ ଓଭର ମ୍ୟାଚ୍ …

କରାଚୀ ବିଶ୍ବବିଦ୍ୟାଳୟ ଗେଟ୍ ନିକଟରେ ବିସ୍ଫୋରଣ, ୩ ମୃତ ଓ ୧୫ ଆହତ

ବନ୍ଦ ହୋଇପାରେ ପ୍ଲାଜମା ଥେରାପି, ରୋଗୀଙ୍କ ଚିକିତ୍ସାରେ ହେଉନାହିଁ ପ୍ରଭାବୀ…

‘ଭୂତ ପୁଲିସ’ ପାଇଁ ୟାମି ପ୍ରସ୍ତୁତ, ଟ୍ବିଟ କରି ଦେଲେ ସୂଚନା…

ଡାଇବେଟିସ୍ ଓ ହାଇପର ଟେନସନ ରୋଗୀଙ୍କ ପାଇଁ କରୋନା ପ୍ରାଣଘାତୀ, ପ୍ରତି ୫ ଜଣଙ୍କ ଭିତରୁ ନେଉଛି ଜଣଙ୍କର ଜୀବନ

ନଭେମ୍ବରରୁ ଆରମ୍ଭ ହେବ ‘ପଠାନ୍‌’ର ସୁଟିଂ