PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଆମେରିକା ରାଷ୍ଟ୍ରପତିଙ୍କୁ ଝଟକା : ଟ୍ରମ୍ପଙ୍କ ବିରୁଦ୍ଧରେ ‘ହାଉସ୍ ଅଫ୍ ରିପ୍ରେଜେନଟେଟିଭ’ରେ ମହାଭିଯୋଗ ପ୍ରସ୍ତାବ ପାସ୍

ନୂଆଦିଲ୍ଲୀ ୧୯।୧୨ : ଯୁକ୍ତରାଷ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗୁରୁବାର ଦିନ ମହାଭିଯୋଗ ପ୍ରସ୍ତାବ ‘ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟେଟିଭ୍‌’ରେ ପାସ୍ ହୋଇଛି। କ୍ଷମତାର ଅପବ୍ୟବହାର କରିଥିବା କାରଣରୁ ‘ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟେଟିଭ୍‌’ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବହିଷ୍କାର କରିବା ନିମନ୍ତେ ଭୋଟ୍‌ ଦେଇଛି। ଏହା ପୁର୍ବରୁ ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟେଟିଭରେ ବୁଧବାର ଦିନ ପ୍ରାୟ ୧୦ ଘଣ୍ଟା ପର୍ଯ୍ୟନ୍ତ ବିତର୍କ ହୋଇଥିଲା। ୨୦୨୦ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନର ପ୍ରାର୍ଥୀ ଜୋ ବିଡେନଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ନେଇ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ରହିଛି। ଏଥିପାଇଁ ଟ୍ରମ୍ପ ୟୁକ୍ରେନର ରାଷ୍ଟ୍ରପତିଙ୍କୁ ବିଡେନଙ୍କ ବିରୋଧରେ ତଦନ୍ତ ପାଇଁ ଚାପ ପକାଇଥିଲେ। ସେପଟେ ଟ୍ରମ୍ପ ଏହାକୁ ଆମେରିକାର ଗଣତନ୍ତ୍ର ବିରୋଧରେ ଖୋଲାଖୋଲି ଯୁଦ୍ଧ ଘୋଷଣା ବୋଲି କହିଛନ୍ତି। ହାଉସ ସ୍ପିକର ନାନ୍‌ସୀ ପୋଲେସି ଓ ବିରୋଧୀ ଡେମୋକ୍ରାଟିକ ଦଳ ଆମେରିକା ଗଣତନ୍ତ୍ରକୁ ନଷ୍ଟ କରିବାକୁ ଉଦ୍ୟମ କରୁଥିବା ଟ୍ରମ୍ପ କହିଛନ୍ତି।

ତେବେ ଆଣ୍ଡ୍ରିଉ ଜନ୍‌ସନ୍‌ ଏବଂ ବିଲ୍‌ କ୍ଲିନ୍‌ଟନ୍‌ଙ୍କ ପରେ ବହିଷ୍କାର ହେବାକୁ ଯାଉଥିବା ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ହେଉଛନ୍ତି ତୃତୀୟ ଆମେରିକୀୟ ରାଷ୍ଟ୍ରପତି। ପୂର୍ବରୁ ମହାଭିଯୋଗ ଆଧାରରେ କେବେ କୌଣସି ଆମେରିକୀୟ ରାଷ୍ଟ୍ରପତି ବହିଷ୍କୃତ ହୋଇନାହାନ୍ତି। ଜାନୁଆରି ମାସରେ ରିପ୍ଲିକାନ୍‌ ନେତୃତ୍ୱାଧୀନ ସିନେଟ୍‌ରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଚାର ଚାଲିବ। ଏଥିରେ ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟେଟିଭର ସଦସ୍ୟମାନେ ଓକିଲ ଓ ସିନେଟର୍‌ମାନେ ବିଚାରକ ଭାବେ ରହିବେ। ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ କରାଯିବ। ଗୃହରେ ରିପ୍ଲିକାନ୍‌ମାନେ ଭାଷଣ ଦେଇ ଟ୍ରମ୍ପ୍‌ଙ୍କ ସପକ୍ଷରେ କହିବା ସହ ଡେମୋକ୍ରେଟ୍‌ମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଡେମୋକ୍ରାଟ୍‌ମାନେ ଅନ୍ୟାୟ ଓ ଜଟିଳ ଉପାୟ ବ୍ୟବହାର କରି ୨୦୧୬ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ଚାହୁଁଛନ୍ତି ବୋଲି ସେମାନେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରଥମେ ୧୮୮୪ରେ ତତ୍କାଳୀନ ରାଷ୍ଟ୍ରପତି ଆଣ୍ଡ୍ର‌୍ୟୁ ଜନସନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା । ଏହାପରେ ୧୯୭୪ ମସିହାରେ ୱାଟରଗେଟ ସ୍କାଣ୍ଡାଲରେ ମହାଭିଯୋଗ ପ୍ରସ୍ତାବର ସାମ୍ନା କରିବା ପୂର୍ବରୁ ଇସ୍ତଫା ଦେଇଥିଲେ ପୂର୍ବତନ ରାଷ୍ଟ୍ରପତି ରିଚାର୍ଡ ନିକସନ। ସେହିପରି ୧୯୯୮ରେ ବିଲ୍ କ୍ଲିଣ୍ଟନକୁ ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ ଆସିଥିଲା ।