ଶିବଲିଙ୍ଗ ଉପରେ ବେଲ ପତ୍ର ସହିତ ଏହି ପତ୍ର ଚଢ଼ାନ୍ତୁ, ଘରର ପରିବେଶ ଶାନ୍ତ ରହିବ

ଭୁବନେଶ୍ବର,୨୮।୨: ପାଖେଇ ଆସିଲାଣି ମହାଶିବରାତ୍ରି। ଏହି ଦିନ ଭଗବାନ ଶିବ ଓ ତାଙ୍କ ପରିବାରର ବିଶେଷ ପୂଜାର୍ଚ୍ଚନା କରାଯାଏ। ଭଗବାନ ଶିବଙ୍କୁ ପୂଜା କରିବା ସମୟରେ ପ୍ରଥମେ ଶିବଲିଙ୍ଗ ଉପରେ ବିଭିନ୍ନ ପ୍ରକାର ସାମଗ୍ରୀ ଚଢ଼ାଯାଇଥାଏ। ଖାସକରି ଫୁଲ ଓ ବେଲ ପତ୍ର ଚଢ଼ାଯାଇଥାଏ।
ଜ୍ୟୋତିଷ ମନିଶ୍ ଶର୍ମାଙ୍କ କହିବାନୁସାରେ, ପୁରାଣରେ କୁହାଯାଇଛି ଶିବଲିଙ୍ଗ ଉପରେ ବେଲପତ୍ର ସହିତ ଲାଜକୁଳି ପତ୍ର ମଧ୍ୟ ଚଢ଼ାଯାଏ। ଲାଜକୁଳି ପତ୍ର ବହୁତ ମହତ୍ବପୂର୍ଣ୍ଣ ଅଟେ। ଏହି ଗଛକୁ ପୂଜନୀୟ ଓ ପବିତ୍ର ବୋଲି ମାନାଯାଇଥାଏ।
ଘର ବାଡ଼ିରେ ଲାଜକୁଳି ଗଛ ଲଗାଇଲେ ଘରର ପରିବେଶ ଶାନ୍ତ ରହିବ।
ଏହା ସହିତ ଲାଜକୁଳି ପତ୍ର ଶିବଲିଙ୍ଗ ଉପରେ ଚଢ଼ାଇବା ଦ୍ବାରା ସୈାଭାଗ୍ୟ କାମନା ପୂରା ହୋଇପାରିବ।
ପ୍ରତିଦିନ ସକାଳୁ ଶିବ ମନ୍ଦିର ଯାଆନ୍ତୁ ଓ ଫେରିବା ବେଳେ ଗଙ୍ଗାଜଳ କିମ୍ବା ପବିତ୍ର ଜଳରେ ଗଙ୍ଗାଜଳ, ଚାଉଳ, ଚନ୍ଦନ ମିଶାଇ ଶିବଲିଙ୍ଗ ଉପରେ ଓଁ ନମଃ ଶିବାୟ ମନ୍ତ୍ର କହିବା ସହିତ ଜଳ ଅର୍ପଣ କରନ୍ତୁ।
ତମ୍ବା ପାତ୍ରରେ ଜଳ ଚଢ଼ାଇବା ପରେ ଶିବ ଲିଙ୍ଗ ଉପରେ ଚାଉଳ, ବେଲପତ୍ର. ଧଳା ବସ୍ତ୍ର ଏବଂ ମିଠା ସହିତ ଲାଜକୁଳି ପତ୍ର ଚଢ଼ାନ୍ତୁ।