ମେ ୪ରୁ ଟ୍ରେନ୍ ଚାଲିବ ନା ନାହିଁ, କାଲି ଜଣାପଡିବ

ନୁଆଦିଲ୍ଲୀ ୨୮/୪: ବୁଧବାର ଅର୍ଥାତ୍ ୨୯ ଏପ୍ରିଲରେ ରେଳ ମନ୍ତ୍ରାଳୟ ଓ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଦେଶରେ ରେଲୱେ ଅପରେସନ୍(ଟ୍ରେନ୍ ଚଳାଚଳ ଆରମ୍ଭ) ନେଇ ଚର୍ଚ୍ଚା ସମ୍ଭାବନା ରହିଛି । ସୂଚନା ଅନୁସାରେ ଲକଡାଉନ ପରର ସ୍ଥିତିକୁ ନଜରରେ ରଖି ଏହି ମିଟିଂ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହି ବୈଠକରେ କରୋନା ଭୟ ମଧ୍ୟରେ ରେଲୱେର ଅଲଗା ଅଲଗା ସମସ୍ୟା ଉପରେ ମଧ୍ୟ ଆଲୋଚନା ହେବା ଅନୁମାନ କରାଯାଉଛି । ଆପଣଙ୍କୁ କହିରଖୁଛୁ ଭାରତୀୟ ରେଳ ୨୨ ମାର୍ଚ୍ଚରୁ ନିଜ ସମସ୍ତ ପାସେଞ୍ଜର ଟ୍ରେନ୍ ରଦ୍ଦ କରିଥିଲା । ବର୍ତ୍ତମାନ ଟ୍ରେନକୁ ୩ ମେ ଅର୍ଥାତ୍ ଲକଡାଉନର ଶେଷ ଦିନ ପର୍ଯ୍ୟନ୍ତ ରଦ୍ଦ ରଖାଯାଇଛି । ଅବଶ୍ୟ ୧୪ ଏପ୍ରିଲରୁ ରେଲୱେ ଆଗକୁ କୌଣସି ବି ତାରିଖ ପାଇଁ ଟିକେଟ୍ ବୁକିଂ ଉପରେ ରୋକ ଲଗାଇ ଦେଇଛି ।

ବୁଧବାର ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭାରତରେ ପ୍ରତିଦିନ ୧୫୦୦ ନୂଆ ମାମଲା ସାମ୍ନାକୁ ଆସୁଛି । ରୋଗୀଙ୍କ ସଂଖ୍ୟା ମଧ୍ୟ ପ୍ରାୟ ୩୦ ହଜାରରେ ପହଞ୍ଚି ସାରିଲାଣି । ତେଣୁ ଅନୁମାନ କରାଯାଉଛି ୩ ମେ ପରେ ମଧ୍ୟ ଟ୍ରେନ୍ ଚଳାଚଳ ଆରମ୍ଭ ଏତେ ସହଜ ହୋଇନପାରେ ।

ରେଲୱେ ପରିଚାଳନା ଉପରେ ହୋଇପାରେ ନିଷ୍ପତ୍ତି
ଅନେକ ରାଜ୍ୟ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଜନ୍ମସ୍ଥାନକୁ ଫେରାଇବା ପାଇଁ ସ୍ପେଶାଲ ଟ୍ରେନ୍ ଚଳାଇବା ନେଇ ଅପିଲ୍ କରିଛନ୍ତି । ଅନ୍ୟପଟେ ରେଲୱେ ପାଖକୁ ଏହି ନିର୍ଦ୍ଦେଶ ଆସିଛି କି ଯେତେବେଳେ ବି ଟ୍ରେନ୍ ସେବା ଆରମ୍ଭ ହେବ ତେବେ ଏଥିରେ ଏସି କୋଚ୍ ରହିବନି ଯାହା ଫଳରେ ସଂକ୍ରମଣର ବିପଦ କମ୍ ହୋଇପାରିବ । ଏହା ସହ ରେଡ୍ ଜୋନ୍ ଟ୍ରେନ୍ ଚଳାଚଳ ହେବନି ।  ପୁଣି ଯେଉଁ ଷ୍ଟେସନ ମଧ୍ୟରେ ଟ୍ରେନ୍ ଚଳାଚଳ କରି ସେଠାରେ ଉଭୟ ସ୍ଥାନରେ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଭାବେ ସ୍କ୍ରିନିଂ କରାଯିବ ।

ଏନେଇ ମଧ୍ୟ ଚର୍ଚ୍ଚା ଚାଲିଛି କି ଆରମ୍ଭରେ ସୀମିତ ସଂଖ୍ୟାରେ ଯାତ୍ରୀଙ୍କୁ ଅନୁମତି ଦିଆଯିବ । କୁହାଯାଉଛି ଏହି ସମସ୍ତ ବିଷୟ ଉପରେ ବୁଧବାର ଆଲୋଚନା ହେବ । ତେବେ ଟ୍ରେନ୍ ଚଳାଚଳ କେବେ ପର୍ଯ୍ୟନ୍ତ ବନ୍ଦ ରହିବ ସେନେଇ ଅନ୍ତିମ ନିଷ୍ପତ୍ତି କେନ୍ଦ୍ର ସରକାର ନେବେ ।

   ସମ୍ବନ୍ଧିତ ଖବର


ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’

ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା

ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ପୁଣି କରୋନା ନେଲା ୧୨ ମୁଣ୍ଡ: ମୃତ୍ୟୁସଂଖ୍ୟା ୧୩୨୦କୁ ଛୁଇଁଲା

ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…