କରୋନା ମୁକାବିଲା ପାଇଁ ଇମ୍ରାନ ସରକାରଙ୍କ ୧.୧୩ ଲକ୍ଷ କୋଟିର ପ୍ୟାକେଜ ଘୋଷଣା


ନୂଆଦିଲ୍ଲୀ ୨୬/୩: କରୋନା ଭୂତାଣୁର ମୁକାବିଲା ପାଇଁ ପାକିସ୍ତାନର ଇମ୍ରାନ ସରକାର ୧.୧୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛି । କରୋନା ସହ ଲଢ଼େଇ ଏବଂ ଏହା ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିବାକୁ ଥିବା କ୍ଷତିକୁ ସାମ୍ନା କରିବା ପାଇଁ ଏହି ପାଣ୍ଠି ବିନିଯୋଗ ହେବ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପେଟ୍ରୋଲ ଓ ଡିଜେଲ ଦର ୧୫ ଟଙ୍କା ହ୍ରାସ କରିଛନ୍ତି । ମହଙ୍ଗା ମାଡ଼ରେ ଛଟପଟ ହେଉଥିବା ଦେଶବାସୀ ଏବେ କରୋନା ଯୋଗୁ ହତାଶ ହୋଇପଡ଼ିଛନ୍ତି । ତେଣୁ ଇମ୍ରାନ ସରକାର ସେମାନଙ୍କୁ ଉପଶମ ଦେବା ଲାଗି କୌଣସି ସୂତ୍ରରୁ ଋଣ ଉଠାଇବା ପରେ ଏଭଳି ପାଣ୍ଠି ବ୍ୟବସ୍ଥା କରିଛନ୍ତି ।

ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୦୦ ନିକଟତର ହୋଇଛି । ୭ ଜଣଙ୍କର ମୃତ୍ୟୁ ଘଟିଛି । ପାକିସ୍ତାନ ସିନ୍ଧ ପ୍ରଦେଶରେ ପରିସ୍ଥିତି ଅଣାୟତ୍ତ ହେବା ଆଡ଼େ ମୁହାଁଉଛି । ଏଠାରେ ୪୧୦ କରୋନା ମାମଲା ସାମ୍ନାକୁ ଆସିଛି । ଏହାବ୍ୟତୀତ ପଞ୍ଜାବରେ ୩୦୦ ଏବଂ ବେଲୁଚିସ୍ତାନରେ ୧୧୦ ଲୋକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌