ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ହାରିଯିବ ବୋଲି ସ୍ୱୀକାର କଲେ ଇମ୍ରାନ୍

ଇସଲାମବାଦ ୧୫/୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣି ଥରେ ପରମାଣୁ ଯୁଦ୍ଧ ସମ୍ଭାବନାକୁ ପ୍ରୋତ୍ସାହନ ଦେଇଛନ୍ତି । ଇମ୍ରାନ୍ ଏହା ମଧ୍ୟ ସ୍ୱୀକାର  କରିଛନ୍ତି ଯେ ପାକିସ୍ତାନ, ଭାରତ ସହ ପାରମ୍ପରିକ ଯୁଦ୍ଧରେ ହାରିପାରିବ ।

ଅଲଜଜିରା ସହିତ ଏକ  ଇଣ୍ଟରଭ୍ଯୁରେ ଇମ୍ରାନ୍ କହିଛନ୍ତି ଯଦି ପାରମ୍ପରିକ ଯୁଦ୍ଧରେ କୌଣସି ଦେଶ ହାରିବ ତେବେ ତା ପାଖରେ ୨ଟି ବିକଳ୍ପ ରହିବ । ସେ ଆତ୍ମସମର୍ପଣ କରିବ କିମ୍ବା ନିଜ ସ୍ୱାଧୀନତା ପାଇଁ ମୃତ୍ଯୁ ସହିତ ଲଢିବ । ମୋତେ ଲାଗୁଛି ଯେ ପାକିସ୍ତାନ ସ୍ୱାଧୀନତା ପାଇଁ ମୃତ୍ୟୁ ସହିତ ଲଢିବ ।

ଯୁଦ୍ଧ ସମସ୍ୟାର ସମାଧାନ ନୁହେଁ
କଶ୍ମୀର ମାମଲାରେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇ ଏକ ପ୍ରଶ୍ନରେ ଇମ୍ରାନ୍ କହିଛନ୍ତି ଯେ ମୁଁ ଶାନ୍ତିବାଦୀ, ମୁଁ ଯୁଦ୍ଧ ବିରୋଧୀ । ଆମେ ମାନୁ ଯେ ଯୁଦ୍ଧ ସମସ୍ୟାର ସମାଧାନ ନୁହେଁ । ଯୁଦ୍ଧର ଫଳ ସମସ୍ୟା ବିରପୀତ ଭାବେ ମିଳିଥାଏ । ଏହାର ପରିମାଣ ଭୟାବହ ହୋଇଥାଏ । ସେ ଏହାମଧ୍ୟ କହିଛନ୍ତି ଯେ ଭାରତ ଅବୈଧ ଭାବେ କଶ୍ମୀରକୁ ହଡପ କରିନେଇଛି । ଏବଂ ଏକ ତରଫା ଅନ୍ତର୍ଜାତୀୟ ଆଇନ୍ ଭାଙ୍ଗିଛି ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now