ମୋଦି-ଟ୍ରମ୍ପଙ୍କ ଆଲୋଚନା ପରେ ଇମ୍ରାନଙ୍କ ଧମକ, କହିଲେ- କଶ୍ମୀର ପାଇଁ ଆମେ ଯେ କୌଣସି ସ୍ତରକୁ ଯାଇ ପାରିବୁ,ପରମାଣୁ ବୋମା…

ନୂଆଦିଲ୍ଳୀ,୨୬।୮: ଫ୍ରାନ୍ସରେ ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଆଲୋଚନା ପରେ ଚିନ୍ତାରେ ପଡିଛି ପାକିସ୍ତାନ।  କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପ ଆବଶ୍ୟକତା ନାହିଁ ବୋଲି ମୋଦି ସ୍ପଷ୍ଟ ଭାବରେ କହିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ମଧ୍ୟ ୟୁଟର୍ନ ଦେଇଛନ୍ତି। ସେ କହିଛନ୍ତି, ଏହା ଦୁଇ ଦେଶର ପ୍ରସଙ୍ଗ ଏଥିରେ ଅଧ୍ୟସ୍ଥାତ କରିବେନି। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପରେ ଆଜି ସନ୍ଧ୍ୟାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍  କଶ୍ମୀର ମାମଲାରେ ଦେଶକୁ ସମ୍ବୋଧିତ କରିଛନ୍ତି। ବିଚଳିତ  ହୋଇପଡିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତ ସହ ପରାମାଣୁ ଯୁଦ୍ଧ କରିବା ନେଇ ପରୋକ୍ଷରେ ଧମକ ଦେଇଛନ୍ତି। ଏହାସହ କଶ୍ମୀର ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।

ଇମ୍ରାନ କହିଛନ୍ତି, ଆମେ କଶ୍ମୀରବାସୀଙ୍କ ସ୍ବାଧୀନତା ସହିତ ଠିଆ ହୋଇ ରହିଛୁ। ପ୍ରତି ସପ୍ତାହରେ କଶ୍ମୀର ସମର୍ଥନରେ ଆମେ ଏକ ପୋଗ୍ରାମ ଆୟୋଜନ କରିବକୁ। ଇମ୍ରାନ କହିଛନ୍ତି କଶ୍ମୀରବାସୀଙ୍କ ଆଓ୍ବାଜ ମୁଁ ହେବାକୁ ଚାହେଁ। ଭାରତ ଧାରା ୩୭୦ ଉଚ୍ଛେଦ କରି ଭୁଲ କରିଛି। ପିଓକେରେ ଆମର ସେନା ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି। ଆମେ କଶ୍ମୀର ପାଇଁ କିଛି ବି କରିପାରିବୁ।

ଇମ୍ରାନ ଆହୁରି କହିଛନ୍ତି, ଭାରତ ଏଭଳି ଭୁଲ କରି କଶ୍ମୀରବାସୀଙ୍କୁ ସ୍ବାଧୀନତା ପାଇଁ ଖୋଲାଖୋଲି ଛାଡ ଦେଇଦେଲା। ଏବେ ଜାତିସଂଘର ଦାୟିତ୍ବ ରହିବ ସେମାନେ ଏବେ କଶ୍ମୀରବାସୀଙ୍କ ସହିତ ଛିଡା ହୁଅନ୍ତୁ। ପାକିସ୍ତାନ ଓ କଶ୍ମୀର ନୁହେଁ ବଂର ସାରା ବିଶ୍ବର ସମସ୍ତ ମୁସଲମାନ ଜାତିସଂଘଠାରୁ ଆଶା ରଖିଛନ୍ତି।

ପରମାଣୁ ଆକ୍ରମଣ ଧମକ ନେଇ ଇମ୍ରାନ କହିଛନ୍ତି, ଯଦି ଯୁଦ୍ଧ ହୁଏ ତେବେ ଦୁଇ ଦେଶ ପାଖରେ ପରମାଣୁ ବୋମା ରହିଛି। ଏହି ଯୁଦ୍ଧରେ ଯିଏବି ହାରିବ କିମ୍ବା ଜିତିବ କ୍ଷତି କିନ୍ତୁ ଦୁଇପକ୍ଷର ହେବ। ମୋଦି କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଇତିହାସର ସବୁଠାରୁ ବଡ ଭୁଲ କରିଛନ୍ତି। ଯେତେବେଳେ ମୁଁ ସରକାରରେ ଆସିଥିଲି ମୁଁ କେବଳ ଶାନ୍ତି ପାଇଁ ଚେଷ୍ଟା କରିଥିଲି, କିନ୍ତୁ ଭାରତ ପକ୍ଷରୁ ଲଗାତାର ଭାବରେ ଏହି ଚେଷ୍ଟାକୁ ଭଙ୍ଗ କରାଯାଇଥିଲା।

ପ୍ରଥମେ ପାକିସ୍ତାନକୁ ଏଫଏଟିଏଫରୁ ବ୍ଲାକଲିଷ୍ଟ କରିବାର ଚେଷ୍ଟା କରାଯାଇଥିଲା ଓ ଏବେ କଶ୍ମୀର ପ୍ରସଙ୍ଗରେ ମଧ୍ୟ ପାକିସ୍ତାନକୁ ବଦନାମ କରାଯାଉଛି। ଏହା ସହିତ ଇମ୍ରାନ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ୍) ଉପରେ ଅଭିଯୋଗ ଆଣିଛନ୍ତି। ଇମ୍ରାନ କହିଛନ୍ତି, ବିଜେପିର ସମସ୍ତ ନୀତି ପଛରେ ଏହି ସଂଗଠନର ହାତ ରହିଛି। ଆରଏସଏସ କେବଳ ହିନ୍ଦୁଙ୍କୁ ସର୍ବଶ୍ରେଷ୍ଠ ମାନିଥାଏ, ଯଦିଓ ବାକି ସମସ୍ତଙ୍କ ନଜରରେ ସେକେଣ୍ଡ କ୍ଲାସ ସିଟିଜେନ୍। ଗତ ଭାରତୀୟ ସରକାର ମଧ୍ୟ ଆରଏସ୍ଏସ୍ ଭୂମିକା ଉପରେ ପ୍ରଶ୍ନ ଉଠାଇ ସାରିଛି।

   ସମ୍ବନ୍ଧିତ ଖବର


ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର