ତୁର୍କୀ ରାଷ୍ଟ୍ରପତିଙ୍କ ଡ୍ରାଇଭର ହେଲେ ଇମରାନ ଖାନ୍

ଇସଲାମବାଦ ୧୪।୨ :  ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ତାଙ୍କ ଦେଶକୁ ଆସୁଥିବା ବିଦେଶୀ ଅତିଥିମାନଙ୍କୁ ଖୁସି କରିବା ପାଇଁ କ’ଣ ନାଇ କ’ଣ କରିଥାନ୍ତି। ଏହାର ନମୁନା ଗୁରୁବାର ଦିନ ରାଓଲପିଣ୍ଡିର ନୂର ଖାନ ଏୟାରବେସରେ ଦେଖିବାକୁ ମିଳିଛି।

ତୁର୍କୀର ରାଷ୍ଟ୍ରପତି ରିସେପ ତାଇପ ଏରଡୋଗାନ୍ (Recep Tayyip Erdoğan) ଗୁରୁବାର ଦିନ ଇସଲାମବାଦ ଗସ୍ତରେ ଯାଇଥିଲେ। ଇମରାନ ଖାନ୍ ନିଜେ ରାଷ୍ଟ୍ରପତିଙ୍କୁ ଆଣିବା ପାଇଁ ଏୟାରବେସରେ ପହଞ୍ଚିଥିଲେ। ଗାର୍ଡ ଅଫ୍ ହନର ଦେବା ପରେ ଯେତେବେଳେ ରିସେପ ତାଇପ ଏରଡୋଗାନ୍ ରାଷ୍ଟ୍ରପତି ଆରିଫ୍ ଅଲ୍ବୀଙ୍କ ଘରୁ ବାହାରୁଥିଲେ ସେତେବେଳେ ଇମରାନ ଖାନ କାର୍ ଡ୍ରାଇଭର ସିଟରେ ବସିଥିଲେ ଏବଂ ରିସେପ ତାଇପ ଏରଡୋଗାନ୍ କାରରେ ବସାଇ ବାହାରିଥିଲେ।

ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି କି, ଇମରାନ ଖାନ କଳା ରଙ୍ଗର ସୁଟ୍ ପିନ୍ଧି କାର୍ ଚଳାଉଛନ୍ତି। ଇମରାନଙ୍କ ପାଖ ସିଟରେ ରିସେପ ତାଇପ ଏରଡୋଗାନ୍ ବସିଥିବାର ନଜର ଆସିଥିଲେ। ଇମରାନ ଖାନ୍ ରିସେପ ତାଇପ ଏରଡୋଗାନ୍ ନେଇ ସିଧା ରାଷ୍ଟ୍ରପତି ଆରିଫଙ୍କ ଘରକୁ ଯାଇଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ଜଣେ ୟୁଜର ପଚାରିଛନ୍ତି କି, ଧନ୍ଦା ବଦଳାଇ ଦେଲେ କି ?

ତେବେ ଏହା ପ୍ରଥମ ଥର ପାଇଁ ହୋଇନାହିଁ କି ଇମରାନ କାର୍ ଚଲାଉଛନ୍ତି। ଏହା ପୂର୍ବରୁ ସାଉଦୀ ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ପାକିସ୍ତାନ ଗସ୍ତରେ ଇମାରାନ ଏଭଳି କରିଥିଲେ। ସେହି ସମୟରେ ଇମରାନଙ୍କୁ ସୋସିଆଲ ମିଡ଼ିଆରେ ବହୁତ ଟ୍ରୋଲ କରାଯାଇଥିଲା।

   ସମ୍ବନ୍ଧିତ ଖବର


କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ

କରୋନା ଭାଇରସ୍: କ୍ୱାରେଣ୍ଟାଇନ ସେଣ୍ଟର ରୁମ୍ ସାମ୍ନାରେ ମଳତ୍ୟାଗ କରି ଅଡ଼ୁଆରେ ତବଲିଗ ଜମାଟ୍ ସଦସ୍ୟ, ମାମଲା ରୁଜୁ

କ’ଣ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍, ୧୯୫୫ ? ଏହାକୁ ଜାଣି ରଖିଲେ ଆଉ ହେବେନି ହଇରାଣ

ମସ୍ତିଷ୍କ କ୍ଷତି ସହ ଦୃଷ୍ଟି ଶକ୍ତି ହରାଇବା: ଡୋନାଲ୍ଡ ଟ୍ରମ୍ପଙ୍କ ଗେମ୍ ଚେଞ୍ଜର ଔଷଧ କୋଭିଡ -୧୯ ରୋଗୀଙ୍କ ଗୁରୁତର କ୍ଷତି କରିପାରେ