ଯଦି ଯୁଦ୍ଧ ଆରମ୍ବ ହେବ ତେବେ କାହା କଣ୍ଟ୍ରୋଲରେ ରହିବନି, ନା ମୋଦିଙ୍କର ନା ମୋର: ଇମ୍ରାନ୍ ଖାନ୍

source:aajtak.intoday.in
ନୁଆଦିଲ୍ଲୀ ୨୭/୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏହି ତିକ୍ତତା ମଧ୍ଯରେ ଦେଶକୁ ସମ୍ବୋଧିତ କରିଛନ୍ତି । ସେ ଏକ ପ୍ରେସ୍ କନଫରେନ୍ସ କରି ପୁଲୱାମା ଆକ୍ରମଣ ଉପରେ ପୁଣି ଆଲୋଚନା ପ୍ରସ୍ତାବ ଭାରତକୁ ଦେଇଛନ୍ତି । ସେ ପ୍ରଥମ ଓ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଯୁଦ୍ଧ ଆରମ୍ବ ହେବା ପରେ କେବେ ଶେଷ ହେବ ଏହା ସ୍ଥିର କରିବା କାହା ହାତରେ ରହିବନି ।
ଇମ୍ରାନ୍ କହିଛନ୍ତି ପ୍ରଥମ ବିଶ୍ୱ ଯୁଦ୍ଧ କିଛି ମାସ ମଧ୍ଯରେ ଶେଷ ହୋଇଥାନ୍ତା ମାତ୍ର ୬ ବର୍ଷ ଲାଗିଗଲା । ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ହିଟଲର୍ ଭାବିଥିଲା ଯେ ସେ ଋଷକୁ ପରାସ୍ତ କରିଦେବ କିନ୍ତୁ ତାକୁ ମୁହଁତୋଡ ଜବାବ ମିଳିଥିଲା । ଯୁଦ୍ଧ ଆରମ୍ଭ ହେଲେ କେତେ ଦୂର ଯିବ ତାହା କିଛି କହିହେବନି ।
Pakistan Prime Minister Imran Khan: If a war takes place, it will not be in my or Narendra Modi's control. If you want any kind of talks on terrorism, we are ready. Better sense must prevail. We should sit down & talk pic.twitter.com/XydmNgLYYC
— ANI (@ANI) February 27, 2019
ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇତିହାସ କହୁଛି ଯୁଦ୍ଧରେ ଆମେ ପରସ୍ପରର ଶକ୍ତି ସମ୍ପର୍କରେ ଆକଳନ କରିପାରିବାନି । ଯେଉଁ ଅସ୍ତ୍ର ଆମ ପାଖରେ ଅଛି ତୁମ ପାଖରେ ମଧ୍ଯ ଅଛି । ତେଣୁ ଯୁଦ୍ଧର ଭବିଷ୍ଯତ କଳ୍ପନା କରିବା ସମ୍ଭବ ନୁହେଁ । ଆରମ୍ବ ହେଲା ପରେ ଏହା କେଉଁ ଦିଗକୁ ଯିବ କହିବା ଅସମ୍ଭବ । ଏହା ମୋ କାବୁରେ ରହିବନି କିମ୍ବା ନରେନ୍ଦ୍ର ମୋଦିଙ୍କ କାବୁରେ ମଧ୍ୟ ରହିବନି ବୋଲି କହିଲେ ଇମ୍ରାନ୍ । ସେ ଏହାମଧ୍ଯ କହିଛନ୍ତି ଆମେ ଆଲୋଚନା ମାଧ୍ୟମରେ ଏହାକୁ ସମାଧାନ କରିବା ପାଇଁ ଚାହୁଁଛୁ । କିନ୍ତୁ ଆମେ ଭାରତରେ ବାୟୁସେନା କାର୍ଯାନୁଷ୍ଠାନ ଏଥିପାଇଁ ନେଲୁ କାରଣ ଆମେ ଜଣାଇବାକୁ ଚାହୁଁଥିଲୁ ଯେ ଆମକୁ ମଧ୍ଯ ଜବାବ ଦେଇଆସେ ।