ପାକ୍ ସଂସଦରେ ସତକଥା ମାନିଲେ ଇମ୍ରାନ୍: କହିଲେ ରାତିସାରା ଚିନ୍ତାରେ ଥିଲି, କାଳେ ଭାରତ…

source:aajtak.intoday.in
ନୁଆଦିଲ୍ଲୀ ୨୮/୨: ଭାରତ ଓ ପାକିସ୍ତାନ ମଧ୍ଯରେ ଚାଲିଥିବା ତିକ୍ତତାର ପ୍ରଭାବ ଏବଂ ପାକିସ୍ତାନ ଭୋଗୁଥିବା ପରିଣାମ ସଫା ସଫା ଦେଖିବାକୁ ମିଳୁଛି । ଆଜି ପାକ୍ ସଂସଦରେ ସତକଥା ମାନିଯାଇଛନ୍ତି ଇମ୍ରାନ୍ ଖାନ୍ । ପାକ୍ ସଂସଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି ଯେ ପାକିସ୍ତାନ ଡରୁଥିଲା କି କାଳେ ଭାରତ ମିସାଇଲ ହମଲା କରିଦେବ । ଏଥିପାଇଁ ସାରା ଦେଶ ହାଇ ଆଲର୍ଟରେ ଥିଲା । ବିମାନ ଚଳାଚଳ ବନ୍ଦ କରିଦେଇଥିଲେ ଏବଂ ସେନାକୁ କୌଣସି ବି ପଦକ୍ଷେପ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା ।
ସେ ଏହାମଧ୍ଯ କହିଛନ୍ତି ଯେ ଭାରତର ଆକ୍ସନରେ ସେ ଖୁସି ନାହାନ୍ତି । ଯେମିତି ପାକିସ୍ତାନ ସୀମାରେ ଭାରତ ପଶି ଆକ୍ରମଣ କରିଥିଲା ସେମିତି ପାକିସ୍ତାନ ମଧ୍ୟ ଭାରତ ସୀମାରେ ପଶି ଆକ୍ରମଣ କରିଥିଲା । କିନ୍ତୁ ଆମେ ଶାନ୍ତି ଚାହୁଁଛୁ ବୋଲି କହିଥିଲେ ଇମ୍ରାନ୍ । ଆମେ କେବଳ ଏହା ଦେଖାଇବା ପାଇଁ ଚାହୁଁଥିଲୁ ଯେ ଆମେ ମଧ୍ଯ ଆକ୍ରମଣ କରିପାରିବୁ । ଭାରତ ଯଦି ପୂର୍ବରୁ ଜୈଶ-ଏ-ମହମ୍ମଦ ଉପରେ ଡେଜିୟର ଦେଇଥାନ୍ତା ତେବେ ଆମେ କାର୍ଯାନୁଷ୍ଠାନ ନେଇଥାନ୍ତୁ କିନ୍ତୁ ଭାରତ ଏହା ନକରି ତା ପୂର୍ବରୁ ହିଁ ଆମ ଉପରେ ଆକ୍ରମଣ କରିଦେଲା ।
ସେ ଆଗକୁ କହିଛନ୍ତି ଯେ ଆମେ ଯୁଦ୍ଧ ଚାହୁଁନୁ । ଏଥିପାଇଁ ମୁଁ କାଲି ରାତିରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିଥିଲି କିନ୍ତୁ ଏହି ଚେଷ୍ଟା ବିଫଳ ହେଲା । କିଛି ଜବାବ ମିଳିଲାନି । କିନ୍ତୁ ଆମର ଏହି ଚେଷ୍ଟାକୁ ଆମ ଦୁର୍ବଳତା ବୋଲି ଧରାନଯାଉ ।
ପାକିସ୍ତାନ ବାଲାକୋଟରେ ଆତଙ୍କୀ ଆଡ୍ଡା ଉପରେ ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଆକ୍ରମଣର ଜବାବରେ ପାକ୍ ବୁଧବାର ଭାରତୀୟ ସୀମାରେ ପଶିଆସିଥିଲା । କିନ୍ତୁ ତାର କଡା ଜବାବ ଦେଇଥିଲା ଭାରତୀୟ ବାୟୁସେନା । ଏପରିକି ଏକ ଏଫ-୧୬କୁ ମାରି ଖସାଇଦିଆଯାଇଥିଲା । କିନ୍ତୁ ଏକ ମିଗ୍-୨୧ କ୍ରାଶ୍ ହୋଇପଡିଥିଲା ଏବଂ ଆମ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ସେନା କବଜାରେ ଫସିଯାଇଥିଲେ ।
ଏହି ଘଟଣାର କୌଣସି ବଡ କାର୍ଯାନୁଷ୍ଠାନ କରାଗଲାନି କିନ୍ତୁ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ, ୩ ସେନାର ପ୍ରମୁଖ ଓ ଏନଏସଏର ଏକ ଲମ୍ବା ବୈଠକ ଚାଲିଲା । ଯାହାକି ପାକିସ୍ତାନ ପାଇଁ ଚିନ୍ତାର କାରଣ ପାଲଟିଲା । ପୂରା ପାକିସ୍ତାନ ଆଲର୍ଟ ହୋଇଗଲା । ଏପରିକି ଇମ୍ରାନ୍ ଖାନ୍ ଆଜି ସଂସଦରେ ଏହା ମଧ୍ଯ କହିଛନ୍ତି ଯେ ତାଙ୍କୁ ଡର ଥିଲା କାଳେ ଭାରତ ମିସାଇଲ୍ ହମଲା କରିଦେବନି ତ…