PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣାଗଡ: ପାଟଣାଗଡ ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ
  • ||
  • ଓଡ଼ିଶାରେ କରୋନା ସ୍ଥିତି ଅଣାୟତ୍ତ: ୨୪ଘଣ୍ଟାରେ ୩୬୬୪ଜଣ ପଜିଟିଭ ଚିହ୍ନଟ, ଆଖିବୁଜିଲେ ଆଉ ୨ ଆକ୍ରାନ୍ତ
  • ||
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଇମ୍ରାନଙ୍କ ସମ୍ମାନ ରହିଲା,୧୭୮ଟି ଭୋଟ୍ ପାଇ ଜିତିଲେ ଆସ୍ଥା ଭୋଟ୍

https://www.aajtak.in/

ଇସଲାମବାଦ,୬।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସମ୍ମାନ ରହିଲା। ନ୍ୟାସନାଲ ଆସେମ୍ବଲିରେ ଇମ୍ରାନ ଜିତିଲେ ଆସ୍ଥା ଭୋଟ୍। ଇମ୍ରାନଙ୍କ ସପକ୍ଷରେ ୧୭୮ଟି ଭୋଟ ମିଳିଛି। ପାକିସ୍ତାନରେ ସିନେଟ୍ ନିର୍ବାଚନରେ ଅର୍ଥମନ୍ତ୍ରୀ ଅବଦୁଲ ହଫିଜ୍ ଶେଖଙ୍କ ପରାଜୟ କାରଣରୁ ଇମ୍ରାନ ଖାନଙ୍କ ସରକାରଙ୍କୁ ନ୍ୟାସନାଲ ଆସେମ୍ବଲିରେ ପ୍ରସ୍ତାବ ଆଗତ କରିବାକୁ ପଡିଥିଲା। ତେବେ ଯେତେବେଳେ ଭୋଟିଂ ହୋଇଥିଲା ଇମ୍ରାନଙ୍କ ସପକ୍ଷରେ ୧୭୮ଟି ଭୋଟ୍ ପଡିଥିଲା।

ଏହା ପୂର୍ବରୁ ବିରୋଧି ଆସ୍ଥାଭୋଟ୍ ପ୍ରସ୍ତାବ ଉପରେ ଭୋଟିଂ ବେଳେ ସଂସଦ ବହିଷ୍କାର କରିବାର ଘୋଷଣା କରିଥିଲେ। ଏହାଦ୍ବାରା ଇମ୍ରାନ ଖାନଙ୍କୁ ଆଶ୍ବସ୍ଥି ମିଳିଥିଲା। ଆସ୍ଥା ଭୋଟ୍ ପ୍ରସ୍ତାବ ଆଗତ ହେବା ପୂର୍ବରୁ ଇମ୍ରାନ ନିଜର ସାଂସଦଙ୍କୁ କହିଥିଲେ, ସେମାନେ ପାର୍ଟି ଲାଇନ୍ ଫଲୋ କରନ୍ତୁ। ଏହା ସହିତ ସେ କହିଥିଲେ, ଆସ୍ଥା ଭୋଟକୁ ନେଇ ଯାହା ଫଳାଫଳ ଆସିବ ତାକୁ ସେ ସମ୍ମାନ କରିବେ। ଯଦି ସେ ହାରି ଯାଆନ୍ତି ତେବେ ବିରୋଧୀ ଦଳରେ ବସିବାକୁ ପ୍ରସ୍ତୁତ। ୩୪୨ ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଆସେମ୍ବଲରେ ପାକିସ୍ତାନ ତହରିକ୍-ଇ-ଇନସାଫ୍ ଅର୍ଥାତ ପିଟିଆଇର ୧୫୭ ଜଣ ସଦସ୍ୟ ରହିଛନ୍ତି।

ପାକିସ୍ତାନର ୩୪୨ ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଆସେମ୍ବଲିରେ ଇମ୍ରାନ ଖାନଙ୍କ ଦଳ ପିଟିଆଇର ୧୫୭ ଜଣ ସଦସ୍ୟ ରହିଛନ୍ତି। ସେଭଳି ନଓ୍ବାଜ ସରିଫଙ୍କ ଦଳ ପିଏମଏଲ-ଏନ୍‌ର ୮୪ ଓ ବିଲାଓ୍ବଲ ଭୁଟୋଙ୍କ ପିପିପିର ୫୪ ସଦସ୍ୟ ଅର୍ଥାତ ମୋଟ ୧୩୮ ସଦସ୍ୟ ରହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୯୧(୭) ଅନୁସାରେ ବହୁମତ ପାଇଁ ନ୍ୟାସନାଲ ଆସେମ୍ବଲିର ୧୭୨ ସାଂସଦଙ୍କ ସମର୍ଥନ ଦରକାର ରହିଛି। ତେବେ ଏନ୍ଏ-୭୫ ସିଟ୍ ଖାଲି ହେବା କାରଣରୁ ଇମ୍ରାନ୍ ସରକାରଙ୍କୁ ସଂଖ୍ୟା ଗରିଷ୍ଠତା ପାଇଁ  ୧୭୧ ଜଣ ସାଂସଦଙ୍କ ସମର୍ଥନ ଦରକାର ଥିଲା। କିନ୍ତୁ ଭୋଟିଂ ବେଳେ ତାଙ୍କ ପକ୍ଷରେ ୧୭୮ଟି ଭୋଟ୍ ମିଳିଛି।

ସମ୍ବନ୍ଧିତ ଖବର