ଚାଲିଲାନି ଇମ୍ରାନଙ୍କ କଶ୍ମୀର କାର୍ଡ, ଟ୍ରମ୍ପଙ୍କ ଏହି ସବୁ କଥାରେ ଭାଙ୍ଗିଗଲା ପାକିସ୍ତାନର ଆଶା

ନ୍ୟୁୟର୍କ,୨୪।୯: ପାକିସ୍ତାନ ଲଗାତାର ଭାବରେ ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ଅନ୍ତଃର୍ଜାତୀୟ ମଞ୍ଚରେ ଉଠାଇବା ଜାରି ରଖିଛି। ସବୁଠାରୁ ଅଧିକ ଆମେରିକା ଆଗରେ ଉଠାଉଛି ପାକିସ୍ତାନ। କିନ୍ତୁ ଇମ୍ରାନ ଖାନଙ୍କୁ ଆଶକୁ ସବୁଥର ମିଳିଛି ଝଟକା, ସେଭଳି ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ପୁଣିଥରେ ପାକିସ୍ତାନକୁ ଦେଇଛି ଝଟକା। ଇମ୍ରାନଙ୍କ ସାମନାରେ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯୋରଦାର ପ୍ରଶଂସାକ କରିଛନ୍ତି ଓ ଭାରତ ସହିତ ସମ୍ପର୍କକୁ ଖୁବ୍ ସୁନ୍ଦର ବୋଲି କହିଛନ୍ତି। ନ୍ୟୁୟର୍କରେ ଇମ୍ରାନ ଖାନଙ୍କୁ ସାକ୍ଷାତ କରିବା ପରେ ଯେତେବେଳେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା,ସେ ସମୟରେ ଇମ୍ରାନଙ୍କ ସାମନାରେ ଟ୍ରମ୍ପ ଏଭଳି କିଛି କଥା କହିଥିଲେ, ଯାହା ତାଙ୍କୁ କଣ୍ଟାଭଳି ଲାଗିଥିବ।

ଟ୍ରମ୍ପ କହିଥିଲେ, ଭାରତ ସହିତ ଆମର ସମ୍ପର୍କ ଖୁବ୍ ଭଲ, ଆଶା କରୁଛି ଦୁଇ ଦେଶ ଏକାଠି ଆସିବେ। ମୋତେ ପାକିସ୍ତାନ ଉପରେ ଭରସା ରହିଛି ସବୁ ଠିକ୍ କରିବ, କିନ୍ତୁ ମୋତେ ସାମନାରେ ବସିଥିବା ଲୋକ( ପାକିସ୍ତାନୀ ଗଣାମଧ୍ୟମ)ଙ୍କ ଉପରେ ଭରସା ନାହିଁ। ଏହି ସମୟରେ ଟ୍ରମ୍ପ ‘ହାଉଡି ମୋଦି’ରେ ନରେନ୍ଦ୍ର ମୋଦିଙ୍କ ଭାଷଣକୁ ଖୁବ୍ ପ୍ରଶଂସା କରିଥିଲେ। ଟ୍ରମ୍ପ କହିଥିଲେ ଧାରା ୩୭୦ ନେଇ ନରେନ୍ଦ୍ର ମୋଦି ଆକ୍ରମକ ଭାଷଣ ଦେଇଥିଲେ, ଲୋକମାନେ ତାଙ୍କୁ ଖୁବ୍ ପସନ୍ଦ କରିଛନ୍ତି। ସେଠାରେ ବସିଥିବା ଲୋକେ ଖୁବ୍ ଧ୍ୟାନ ଦେଇ ଏହା ଶୁଣୁଥିଲେ।

ଇମ୍ରାନଙ୍କ ପାଇଁ ସବୁଠାରୁ ବଡ ଅପମାନର କଥା ଥିଲା ଯେତେବେଳେ ପାକିସ୍ତାନୀ ସାମ୍ବାଦିକଙ୍କ ଉପରେ ଟ୍ରମ୍ପ ରାଗିଯାଇଥିଲେ। କଶ୍ମୀର ପ୍ରସଙ୍ଗ ଉପରେ ବାରମ୍ବାର ପ୍ରଶ୍ନ କରିବା ଏବଂ ତାଙ୍କର ଚାପଲୁସି କରିବା ନେଇ ଇମ୍ରାନଙ୍କୁ ଟ୍ରମ୍ପ ପଚାରିଥିଲେ ଏଭଳି ସାମ୍ବାଦିକ କେଉଁଠୁ ଆଣୁଛନ୍ତି? ଏହି ସମୟରେ ଇମ୍ରାନ କଶ୍ମୀର ପ୍ରସଙ୍ଗ ନେଇ ଟ୍ରମ୍ପଙ୍କୁ ପୁଣିଥରେ ମଧ୍ୟସ୍ଥତା କରିବାକୁ କହିଥିଲେ କିନ୍ତୁ ଟ୍ରମ୍ପ ମନାକରିଦେଇଥିଲେ। ଟ୍ରମ୍ପ କହିଥିଲେ ସେ ଜମ୍ମୁ-କଶ୍ମୀର ପ୍ରସଙ୍ଗର ମଧ୍ୟସ୍ଥତା କରିବାକୁ ରାଜି, କିନ୍ତୁ ଦୁଇ ପକ୍ଷ ରାଜି ହେବା ଦରକାର। ଏହି ପ୍ରସଙ୍ଗ ଉପରେ ଭାରତ ମାନିବା ଦରକାର। ଏହାର ଗୋଟେ ଦିନ ପୂର୍ବରୁ ଟ୍ରମ୍ପ ‘ହାଉଡି ମୋଦି’ କାର୍ଯ୍ୟକ୍ରମରେ  କହିଥିଲେ, ଆମକୁ ଇସଲାମିକ୍ ଆତଙ୍କବାଦ ବିରୋଧରେ ଲଢିବାକୁ ହେବ, ସେ ଏହି ଲଢେଇରେ ଭାରତ ସହିତ ଅଛନ୍ତି। ଏହା ସହିତ ସୀମା ସମସ୍ୟା ଉପରେ ମଧ୍ୟ ଭାରତ ସହିତ ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦି ୯/୧୧, ୨୬/୧୧ ଆକ୍ରମଣ ଘଟଣା ପାଇଁ ପାକିସ୍ତାନକୁ ଦାୟୀ କରିଥିଲା।

   ସମ୍ବନ୍ଧିତ ଖବର


୪୦ ମିନିଟ୍ ପର୍ଯ୍ୟନ୍ତ ନିଖୋଜ ହୋଇଗଲା ବିଜେପି ନେତା ମନୋଜ ତିଓ୍ବାରୀଙ୍କ ହେଲିକାପ୍ଟର, ପାଟନାରେ କଲା ଜରୁରୀକାଳୀନ ଅବତରଣ…

ଭାରତକୁ ଆମେରିକାର ନୂଆ ପ୍ରସ୍ତାବ: ନୌସେନାକୁ ଦେବ ଏଫ-୧୮ ଯୁଦ୍ଧବିମାନ, ବିମାନବାହୀ ଯୁଦ୍ଧଜାହାଜରେ ଏଗୁଡିକୁ କରାଯିବ ମୁତୟନ

ସମାଜବାଦୀ ପାର୍ଟି ପତାକା ରଙ୍ଗରେ ତିଆରି ହେଲା ରେଲଓ୍ବେ ହସପିଟାଲ ଶୌଚାଳୟ, ଦଳ କହିଲା ତୁରନ୍ତ ନିଆଯାଉ କାର୍ଯ୍ୟାନୁଷ୍ଠାନ…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ, କରୋନାରୁ ସୁସ୍ଥ ହୋଇ ଫେରିଥିଲେ

ଭାରତକୁ ସାଉଦିର ଦୀପାବଳି ଉପହାର: ପାକ୍‌ ମାନଚିତ୍ରରୁ କାଶ୍ମୀର, ଗିଲଗିଟ୍‌କୁ ଦେଲା ବାଦ

ସାଙ୍ଘାତିକ ରୂପ ନେଉଛି କରୋନାର ଦ୍ବିତୀୟ ଲହର, ପୁଣି ଲକଡାଉନ୍ ପ୍ରସ୍ତୁତିରେ ଏହି ୩ ଦେଶ