୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

ନୂଆଦିଲ୍ଲୀ, ୨୯/ ୧୦: ଆଇପିଏଲର ୪୮ ତମ ମ୍ୟାଚରେ ଆରସିବି ବିପକ୍ଷ ମ୍ୟାଚରେ ଦମଦାର ଖେଳ ପ୍ରଦର୍ଶନ କରିଥିଲେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟ କୁମାର ଯାଦବ। ଆରସିବି ବିପକ୍ଷରେ ସୂର୍ଯ୍ୟ ୪୩ ବଲରେ ଅପରାଜିତ ୭୯ ରନ୍‌ କରି ଟିମ୍‌କୁ ବିଜୟ କରାଇଥିଲେ। ସୂର୍ଯ୍ୟକୁମାରଙ୍କ ଏହି ଦମଦାର ପାରି ପରେ ରୋହିତ ଶର୍ମାଙ୍କ ଏକ ଟ୍ବିଇଟ ଭାଇରାଲ ହେବାରେ ଲାଗିଛି। ରୋହିତ ଶର୍ମା ୨୦୧୧ ମସିହାରେ ଏହି ଟ୍ବିଇଟ କରିଥିଲେ। ଯେଉଁଥିରେ ସେ ସୂର୍ଯ୍ୟକୁମାର ଯାଦବଙ୍କ ଭବିଷ୍ୟତକୁ ନେଇ ଲେଖିଥିଲେ।

୨୦୧୧ ମସିହାରେ ରୋହିତ ଶର୍ମାଙ୍କ ଦ୍ବାରା ହୋଇଥିବା ଟ୍ବିଇଟରେ ସେ ଲେଖିଥିଲେ ଯେ, ସୂର୍ଯ୍ୟ କୁମାର ଯାଦବ ଜଣେ ଭଲ ଖେଳାଳି। ତାଙ୍କ ପ୍ରଦର୍ଶନ ଉପରେ ନଜର ରଖାଯାଉ। ରେହିତଙ୍କ ଏହି ଟ୍ବିଇଟ ଯାଦବଙ୍କ ଦମଦାର ଇଂନିସ୍‌ ପରେ ଖୁବ୍‌ ଭାଇରାଲ ହୋଇଥିଲା। ରୋହିତ ଟ୍ବିଇଟରେ ଲେଖିଥିଲେ ଯେ, ଏବେ ଚେନ୍ନାଇରେ ବିସିସିଆଇ ଆଓ୍ବାର୍ଡ ସମାପନ ହୋଇଛି। କିଛି ଶାନଦାର କ୍ରିକେଟର ଏବେ ଦେଶରେ ବାହାରୁଛନ୍ତି। ସୂର୍ଯ୍ୟକୁମାର ଯାଦବ ଯିଏକି ମୁମ୍ବାଇ ପାଇଁ ଖେଳୁଛନ୍ତି। ତାଙ୍କ ପ୍ରଦର୍ଶନ ଉପରେ ଭବିଷ୍ୟରେ ନଜର ରଖିବା ଦରକାର ବୋଲି କହିଥିଲେ।

ରୋହିତଙ୍କ ୯ବର୍ଷ ତଳର ପୂର୍ବାନୁମାନ ବିଗତ କିଛି ବର୍ଷରେ ଶତ ପ୍ରମାଣିତ ହୋଇ ଆସୁଛି। ଯୂର୍ଯ୍ୟ ତାଙ୍କ ବ୍ୟାଟିଂ ବଳରେ ଟିମକୁ ମଧ୍ୟ ବିଜୟୀ କରାଉଛନ୍ତି। ଯୂର୍ଯ୍ୟକୁମାର ଚଳିତ ବର୍ଷ ୧୨ଟି ମ୍ୟାଚ ଖେଳି ୧୫୫.୩୬ ଷ୍ଟ୍ରାଇକ୍‌ ରେଟରେ ୩୬୨ ରନ୍‌ କରିଛନ୍ତି। ପୂର୍ବ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ସେ ୧୬ଟି ମ୍ୟାଚ୍‌ ଖେଳି ୪୨୪ ରନ୍‌ କରିଥିଲେ।

   ସମ୍ବନ୍ଧିତ ଖବର


ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ଡିଏଗୋ ମାରାଡୋନାଙ୍କ ଦେହାନ୍ତ

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ