ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

ନୂଆଦିଲ୍ଲୀ,୨୦/ ୧୦: ଭାରତରେ ଖେଳା ଯବି ପିଙ୍କ ବଲ୍‌ ଟେଷ୍ଟ। ଭାରତୀୟ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି। ମଙ୍ଗଳବାର ସେ ଘୋଷଣା କରି କହିଛନ୍ତି ଯେ, ୨୦୨୧ ଫେବୃଆରୀରେ ଭାରତରେ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯିବ। ଏହି ସିରିଜରେ ଅହମ୍ମଦାବାଦରେ ଖେଳାଯିବ ପିିଙ୍କ ବଲ୍‌ ଟେଷ୍ଟ। ହେଲେ ଏହି ମ୍ୟାଚ ପାଇଁ ତାରିଖ ଘୋଷଣା ହୋଇନି।

ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ବର୍ତ୍ତମାନ ଅକ୍ଟୋବର ମାସ ଚାଲୁଛି। ଇଂଲଣ୍ଡ ସହ ଟେଷ୍ଟ ସିରିଜ ଫେବୃଆରୀରେ ହେବାକୁ ଯାଉଛି। ସିରିଜର ପୂରା ସୂଚୀ ଠିକ୍‌ ଠାକ କରିବା ପାଇଁ ବିସିସିଆଇ ପାଖରେ ବହୁ ସମୟ ଅଛି ବୋଲି ଗାଙ୍ଗୁଲି କହିଛନ୍ତି।

ସୂଚନାଥାଉକି, ଟିମ୍‌ ଇଣ୍ଡିଆ ଆଇପିଏଲ ପରେ ତୁରନ୍ତ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ଅଷ୍ଟ୍ରେଲିଆରେ ଟିମ୍‌ ଇଣ୍ଡିଆ ୪ ଟେଷ୍ଟ ମ୍ୟାଚ୍‌ ସିରିଜ ଖେଳିବ। ଆଇପିଏଲ ଖେଳି ସାରି ତୁରନ୍ତ କ୍ରିକେଟର ଲମ୍ବା ଫର୍ମାଟରେ ଖେଳିବାକୁ ଖେଳାଳିଙ୍କୁ ଅସୁବିଧା ହୋଇ ପାରେ। ଏହି ମନ୍ତବ୍ୟ ଉପରେ ବିସିସିଆଇ ଅଧ୍ୟକ୍ଷ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାରତୀୟ ଟିମ୍‌ରେ ଯିଏ ଖେଳେ ସମସ୍ତେ ଭଲ ଖେଳ ପ୍ରଦର୍ଶନ କରନ୍ତି ଏବଂ ତାଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି ଗାଙ୍ଗୁଲି କହିଛନ୍ତି।

ଏଥିସହିତ ଗାଙ୍ଗୁଲି ଆହୁରି କହିଛନ୍ତି ଯେ, ବିସିସିଆଇର ଆଗାମୀ ଏଜିଏମ ବୈଠକରେ ଭାରତରେ ଘରୋଇ କ୍ରିକେଟ କେବେଠୁ ଆରମ୍ଭ ହେବ ସେ ନେଇ ଆଲୋଚନା କରାଯିବ।

   ସମ୍ବନ୍ଧିତ ଖବର


ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…

ବିଶ୍ବାସ ନା ଅନ୍ଧବିଶ୍ବାସ ! ଭାରତର ଏହି ମନ୍ଦିରରେ କରାଯାଉଛି କଳା କୁକୁରକୁ ପୂଜା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌