ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଭାରତରେ ୩୨୫ ଜିଲ୍ଲାକୁ ଛୁଇଁନି କରୋନା: ୨୪ ଘଣ୍ଟାରେ ୯୪୧ ସଂକ୍ରମିତ, ୩୭ ମୃତ

ନୂଆଦିଲ୍ଲୀ,୧୭/୪: ଭାରତର ୩୨୫ ଜିଲ୍ଲାକୁ କରୋନା ଭାଇରସ୍‌ (କୋଭିଡ-୧୯) ଛୁଇଁ ନାହିଁ । ଏହି ଜିଲ୍ଲାଗୁଡ଼ିକୁ ଗ୍ରୀନ୍‌ ଜୋନରେ ସାମିଲ କରାଯାଇଛି । ଏଥିସହ ୧୪ଟି ସଂକ୍ରମିତ ଜିଲ୍ଲାରେ ଗତ ୧୪ ଦିନ ହେଲା କୌଣସି ନୂଆ ସଂକ୍ରମଣ ମାମଲା ସାମ୍‌ନାକୁ ଆସିନାହିଁ । କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ମାହେ ଜିଲ୍ଲାରେ ଗତ ୨୮ ଦିନ ଭିତରେ କୌଣସି ନୂଆ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇ ନାହାନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି ।

{"id":110687,"sizeSlug":"large"}

ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ଦେଶରେ ଗତ ୨୪ ଘଣ୍ଟା ଭିତରେ ୯୪୧ ନୂଆ ମାମଲା ସାମ୍‌ନାକୁ ଆସିଥିଲା ବେଳେ ୩୭ ଜଣଙ୍କର ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୧୮୩ ଜଣ ସୁସ୍ଥ ହୋଇଛନ୍ତି । ଗୁରୁବାର ସୁଦ୍ଧା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ୭୫୯ରେ ପହଞ୍ଚିଛି । ସେଥିରୁ ୧୦ ହଜାର ୮୨୪ଜଣ ବର୍ତ୍ତମାନ ଚିକିତ୍ସାଧୀନ ଥିଲା ବେଳେ ୧ ହଜାର ୫୧୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି । ଅନ୍ୟପକ୍ଷରେ ୪୨୦ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୨୯୧୯ ଜଣ ସଂକ୍ରମିତ ହୋଇଥିଲା ବେଳେ ମୃତ୍ୟୁସଂଖ୍ୟା ୧୮୭ରେ ପହଞ୍ଚିଛି । ମଧ୍ୟପ୍ରଦେଶରେ ୫୩, ଗୁଜରାଟରେ ୩୬, ଦିଲ୍ଲୀରେ ୩୨, ତେଲଙ୍ଗାନାରେ ୧୮, ତାମିଲନାଡୁରେ ୧୪, ଆନ୍ଧ୍ର ପ୍ରଦେଶରେ ୧୪, କର୍ଣ୍ଣାଟକରେ ୧୩, ପଞ୍ଜାବରେ ୧୩, ଉତ୍ତର ପ୍ରଦେଶରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ।
ଅଗ୍ରୱାଲ କହିଛନ୍ତି, ଭାରତରେ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ୧୨.୨ ଧରୁ ଅଧିକ ଲୋକ ସୁସ୍ଥ ହୋଇଥିବା ବେଳେ ୩.୩ ଧ ଲୋକଙ୍କ ମୃତ୍ୟୁ ଘଟିଛି ।

{"id":110476,"width":674,"height":385,"sizeSlug":"large"}

ବଡ଼କଥା ହେଉଛି ଭାରତରେ ଆରୋଗ୍ୟ ଓ ମୃତ୍ୟୁହାର ବିଶ୍ୱର ମୋଟ ହାର ତୁଳନାରେ ୫୦ ଧ କମ୍‌ ରହିଛି । ବିଶ୍ୱରେ ଆରୋଗ୍ୟ ହାର ୨୪.୮୬ ଧ ରହିଥିଲା ବେଳେ ମୃତ୍ୟୁହାର ୬.୪୭ ଧ ରହିଛି । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ସ୍ୱାସ୍ଥ୍ୟସେବା ସହ ଜଡ଼ିତ ପ୍ରତିନିଧିମାନଙ୍କୁ ଭେଟିଥିଲେ । ଭାରତରେ କରୋନା ନିୟନ୍ତ୍ରଣ ଓ ମୁକାବିଲା ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସେମାନଙ୍କୁ ଅବଗତ କରିଥିଲେ। ବିଭିନ୍ନ ଶିଳ୍ପ ସଙ୍ଗଠନର ସହାୟତା ଓ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରଶଂସା କରିଛି । ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି । ଗର୍ଭବତୀ ଓ ଶିଶୁମାନଙ୍କୁ ରୋଗ ସଂକ୍ରମଣରୁ ରକ୍ଷା କରିବା ଲାଗି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଟିକାକରଣ ଓ ଅନ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଚାଲୁ ରଖିବାକୁ କୁହାଯାଇଛି ।

ଭାରତୀୟ ଭେଷଜ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର) ମହାମାରୀ ବିଭାଗ ମୁଖ୍ୟ ଡକ୍ଟର ରମଣ ଆର ଗଙ୍ଗାଖେଡକର କହିଛନ୍ତି ଯେ ଗୋଟିଏ ଦିନରେ ୩୦,୦୪୩ଟି ନମୁନା ପରୀକ୍ଷା କରାଯାଇଛି । ଯାହାକି ଭାରତ ପାଇଁ ଏକ ରେକର୍ଡ । ଉଭୟ ୧୭୬ ସରକାରୀ ଓ ୭୮ ଘରୋଇ ଲ୍ୟାବରେ ଏପର୍ଯ୍ୟନ୍ତ ମୋଟ ୨ଲକ୍ଷ ୯୦ ହଜାର ୪୦୧ଟି ନମୁନା ପରୀକ୍ଷା ହୋଇଛି । ଦିନକୁ ୯ ଘଣ୍ଟା ଗୋଟିଏ ସିଫ୍ଟରେ ନମୁନା ପରୀକ୍ଷା କରାଯାଉଛି । ଫଳରେ ଦିନକୁ ଆଇସିଏମ୍‌ଆର ସର୍ବାଧିକ ୪୨,୪୧୮ ଟେଷ୍ଟ କରିପାରିବ । ଯଦି ଦିନକୁ ଦୁଇଟି ସିଫ୍ଟରେ କାର୍ଯ୍ୟ କରାଯିବ ତେବେ ଦିନକୁ ୭୮,୨୨୭ଟି ନମୁନା ପରୀକ୍ଷା ସମ୍ଭବ ହୋଇପାରିବ । ଜାପାନରେ ଜଣେ ପଜିଟିଭ୍‌ଙ୍କୁ ଚିହ୍ନଟ କରିବା ଲାଗି ୧୧.୭ ଜଣଙ୍କୁ ଟେଷ୍ଟ କରାଯାଉଛି । ଇଟାଲୀରେ ଏହି ସଂଖ୍ୟା ୬.୭ ଜଣ ରହିଥିଲା ବେଳେ ଆମେରିକାରେ ୫.୩ ଜଣ ଓ ବ୍ରିନେଟରେ ୩.୪ ଜଣ । କିନ୍ତୁ ଭାରତରେ ଜଣେ ପଜିଟିଭ୍‌ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ୨୪ଟି ଟେଷ୍ଟ କରିବାକୁ ପଡୁଛି । ସେ ଆହୁରି କହିଛନ୍ତି ଯେ ଶୀଘ୍ର ପରୀକ୍ଷା ଲାଗି ରାପିଡ ଆଣ୍ଟି-ବଡି ଟେଷ୍ଟ କରାଯାଉନାହିଁ । ସର୍ଭେଲାନ୍ସ ଉଦ୍ଦେଶ୍ୟରେ ଏହାର ବ୍ୟବହାର କରାଯାଉଛି ।

ସେହିଭଳି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି ଯେ ସରକାର ସମଗ୍ର ଦେଶରେ ଲକ୍‌ଡାଉନ ଯେଭଳି କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ ସେହି ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ନିୟମ ଉଲ୍ଲଂଘନକାରୀ ଓ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି । ହଟ୍‌ସ୍ପଟ ଚିହ୍ନ୍‌ଟ ହୋଇ ନଥିବା ଅଞ୍ଚଳରେ ଆସନ୍ତା ୨୦ ତାରିଖରୁ କିଛି କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରାଯିବ । କିନ୍ତୁ ସେଠାରେ ଲକ୍‌ଡାଉନ ବଳବତ୍ତର ରହିବ । ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ବ୍ୟକ୍ତିଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ । ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି । ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି । ଘରୁ ବାହାରିବା ବେଳେ ସମସ୍ତଙ୍କୁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.