ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ରାଜଧାନୀରେ ଆତଙ୍କ: ଚଳନ୍ତା ଅଟୋରେ ଫୁଟିଲା ବୋମା

ଭୁବନେଶ୍ୱର ୨୬/୮ : ରାଜଧାନୀରେ ବୋମା ଫୁଟିଛି । ରବିବାର ବିଳମ୍ବିତ ସନ୍ଧ୍ୟାରେ ବିଜେବିନଗର ରାଧାକୃଷ୍ଟ ମନ୍ଦିର ଗଳିରେ ଏକ ଚଳନ୍ତା ଅଟୋରେ ବୋମା ଫୁଟିଛି । ବିଷ୍ଫୋରଣରେ ଅଟୋ ଚୁର୍‌ମାର ହୋଇ ଯାଇଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି । ଚାଳକଙ୍କ ନାମ ଜେ.ଗୋବିନ୍ଦ ରୟ(୩୨) । ଘର ବିଜେବିନଗର ବିଜୟଲକ୍ଷ୍ମୀ ବସ୍ତି । ଗୋବିନ୍ଦଙ୍କ ଡ଼ାହାଣ ଗୋଡ଼ଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବଡ଼ଗଡ଼ ଥାନା ପୁଲିସ ଅଟୋ(ଓଆର୦୨ବିବି-୬୩୫୯)କୁ ଜବତ କରିବା ସହ ଘଟଣାର ଛାନ୍‌ଭିନ ଚଳାଇଛି । ବୋମା ଫୁଟିବା ପରେ ବିଜେବିନଗର ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।

{"id":38655,"width":650,"height":319}

ପୁଲିସ ସୂଚନା ଅନୁଯାୟୀ, ଗୋବିନ୍ଦ ରାତି ୮ଟାବେଳେ ଅଟୋରେ ବିଜେବି କଲେଜ ଛକରୁ ଘରକୁ ଫେରୁଥିଲେ । ସେ ରାଧାକୃଷ୍ଣ ମନ୍ଦିର ଗଳି ଦେଇ ଯାଉଥିବାବେଳେ ହଠାତ୍‌ ବୋମା ଫୁଟିଥିଲା । ବୋମା ଫୁଟିବା ପରେ ଅଟୋଟି ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରିକ ଖୁଣ୍ଟରେ ପିଟି ହୋଇ ଯାଇଥିଲା । ପ୍ରଚଣ୍ଡ ଶବ୍ଦରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ । ବୋମା ବିଷ୍ଫୋରଣରେ ଗୋବିନ୍ଦଙ୍କ ଡ଼ାହାଣ ଗୋଡ଼ ଛିନ୍‌ଛତ୍ର ହୋଇ ଯାଇଥିଲା । ଗୋବିନ୍ଦଙ୍କ ଶରୀରର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କ୍ଷତ ହୋଇଛି । ଅଟୋଟି ସଂପୂର୍ଣ୍ଣ ଚୂର୍‌ମାର ହୋଇ ଯାଇଛି । ସ୍ଥାନୀୟ ଲୋକେ ବଡ଼ଗଡ଼ ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଗୋବିନ୍ଦଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି । ଅଟୋକୁ ପୁଲିସ ଜବତ କରିଛି ।

ଅଟୋର ବ୍ୟାଟେରୀ ଫାଟିଯିବାରୁ ଏଭଳି ଘଟିଲା ବୋଲି ଗୋବିନ୍ଦ ପୁଲିସକୁ ସଫେଇ ଦେଇଛନ୍ତି । କିନ୍ତୁ ପୁଲିସ ଅଟୋକୁ ଯାଞ୍ଚ କରିବା ସମୟରେ ସେଥିରୁ କିଛି ସୁତୁଲି ଟୁକୁଡ଼ା ମିଳିଥିଲା । ବାରୁଦ ଗନ୍ଧ ମଧ୍ୟ ହେଉଥିଲା । ତେଣୁ ଅଟୋରେ ବୋମା ଫୁଟିଥିବା ପୁଲିସ ଜାଣିବାକୁ ପାଇଛି । ଗୋବିନ୍ଦ ଅଟୋରେ ବୋମା କାହିଁକି ନେଇ ଯାଉଥିଲେ ଓ କେଉଁ ଉଦ୍ଦେଶ୍ୟରେ ନେଉଥିଲେ ସେ ନେଇ ପୁଲିସ ତଦନ୍ତ ଚଳାଇଛି । ଗୋବିନ୍ଦଙ୍କ ନାମରେ ପୂର୍ବରୁ କିଛି ଅପରାଧିକ ମାମଲା ଅଛି କି ନାହିଁ ସେ ନେଇ ମଧ୍ୟ ପୁଲିସ ଖୋଳତାଡ଼ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.