PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ପୁଣି କମିଲା ସୁନା ଦର, ସର୍ବକାଳୀନ ରେକର୍ଡ ତୁଳନାରେ ଶସ୍ତା ହେଲା ୯ ହଜାର ଟଙ୍କା

ନୂଆଦିଲ୍ଲୀ, ୧୮/୦୯ : ପାର୍ବଣ ଋତୁରେ କ୍ରମାଗତ ଭାବେ ସୁନା ଦର କମିବାରେ ଲାଗିଛି। ଦିଲ୍ଲୀର ସରାଫା ବଜାରରେ ଶୁକ୍ରବାର ଦିନ ୨୪ କ୍ୟାରେଟ୍ ସୁନାଦର ୧,୧୩୦ ଟଙ୍କା ଶସ୍ତା ହୋଇଛି। ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୪୫,୨୦୭ ଟଙ୍କାକୁ ଖସିଛି। ଗୁରୁବାର ଦିନ ମଧ୍ୟ ସୁନା ଦର ୪୯୧ ଟଙ୍କା ଶସ୍ତା ହୋଇଥିଲା ତେବେ ଦୁଇ ଦିନ ମଧ୍ୟରେ ସୁନା ଦର ୧,୬୨୧ ଟଙ୍କା ଶସ୍ତା ହୋଇଛି।

ସୁନା ଦର କ୍ରମାଗତ ଭାବେ କମିବାରେ ଲାଗିଛି। ଏଚଡ଼ିଏଫସି( HDFC) ସିକ୍ୟୁରିଟିଜର ବରିଷ୍ଠ ଆନାଲିସିଷ୍ଟ ତପନ ପଟେଲ କହିଛନ୍ତି ଯେ, ଆମେରକାରେ ସୁନାର ଖୁଚୁରା ବିକ୍ରୟ ବଢିଥିବାରୁ ଡଲାର ପ୍ରଭାବ ସୁନା ଉପରେ ପଡିଛି। ଏହା ପୂର୍ବରୁ ଏପ୍ରିଲ ୫ ତାରିଖରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ୍ ପିଛା ୪୫,୨୫୯ ଟଙ୍କା ଏବଂ ୨୨ କ୍ୟାରେଟ ସୁନା ୪୧,୪୫୭ ଟଙ୍କା ଥିଲା। ଏହା ପରେ, ଅଗଷ୍ଟ ୨୪ରେ ସୁନା ୪୭,୭୧୦ ଯାଏ ବୃଦ୍ଧି ହୋଇଥିଲା।

ତେବେ ସୁନା ଦର କେବଳ ରାଜଧାନୀ ଦିଲ୍ଲୀରେ ଶସ୍ତା ହୋଇନି, ସାରା ଭାରତରେ ସୁନା ଦରରେ ହ୍ରାସ ଘଟିଛି। ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନର ୱେବସାଇଟ୍ ଅନୁଯାୟୀ, ଶୁକ୍ରବାର ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୪୬,୩୧୦ ଟଙ୍କା ରହିଥିଲା। ୨୨ କ୍ୟାରେଟ ସୁନା ଦର ୪୨,୪୨୦ ଟଙ୍କା ଥିଲା। ତେବେ ସୁନା ଏହାର ସର୍ବକାଳୀନ ତୁଳନାରେ ୧୦ ଗ୍ରାମ ପିଛା ପ୍ରାୟ ୯ ହଜାର ଟଙ୍କା ଶସ୍ତାରେ ବିକ୍ରି ହେଉଛି। ଅଗଷ୍ଟ ୨୦୨୦ ରେ ସୁନା ଏହାର ସର୍ବକାଳୀନ ରେକର୍ଡ଼ ହାସଲ କରିଥିଲା ​। ସେତେବେଳେ ସୁନା ଦଶ ଗ୍ରାମ ପିଛା ୫୬,୨୦୦ ଟଙ୍କା ହୋଇଥିଲା।

ସମ୍ବନ୍ଧିତ ଖବର