ଶ୍ରୀନଅର ସମ୍ମୁଖରେ ରଥଖଳା ଛାମୁଣ୍ଡିଆ ପ୍ରସ୍ତୁତ, ରଥ ନିର୍ମାଣକୁ ଅପେକ୍ଷା

ପୁରୀ,୨୦/୪: ରଥଯାତ୍ରା ପ୍ରସ୍ତୁତି ପର୍ଯ୍ୟାୟରେ ଶ୍ରୀନଅର ସମ୍ମୁଖରେ ନିର୍ମାଣ ସରିଛି ରଥଖଳା ଛାମୁଣ୍ଡିଆ । ଖୁଣ୍ଟିପୋତା, ଛାମୁଣ୍ଡିଆ ନିର୍ମାଣ ଏବଂ ଛାମୁଣ୍ଡିଆ ଉପରେ ନଡିଆ ପତ୍ର ତାଟି ପକାଯାଇଛି । ରଖଖଳା ଛାମୁଣ୍ଡିଆ ନିର୍ମାଣ ରବିବାର ସନ୍ଧ୍ୟାରେ ଶେଷ ହୋଇଛି । ରଥଖଳା ଛାମୁଣ୍ଡିଆ ନିର୍ମାଣ ଶେଷ ହୋଇଛି, ଆମେ ଅକ୍ଷୟ ତୃତୀୟାକୁ ଅପେକ୍ଷା କରିଛୁ ବୋଲି କହିଛନ୍ତି ଭୋଇ ସର୍ଦ୍ଦାର ରବି ଭୋଇ ।

ସାମାଜିକ ଦୂରତା ରଖି ରଥଖଳାର ଛାମୁଣ୍ଡିଆ ନିର୍ମାଣ ୨୦ ଲୋକଙ୍କ ଦ୍ୱାରା ଶେଷ କରାଯାଇଛି । ଅକ୍ଷୟ ତୃତୀୟଠାରୁ ୬ ଜଣ ଭୋଇ କାମ କରିବେ । ଭଉଁରୀ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟରେ ମୋଟ ୭୭ ଭୋଇ ସେବକ କାମ କରିବେ ବୋଲି ସୂଚନା ମିଳିଛି ।

ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି ଚନ୍ଦନଯାତ୍ରା ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରାକ୍‌ ପ୍ରସ୍ତୁତି ଚଳାଇଛି । କରୋନା କଟକଣା ପରିପ୍ରେକ୍ଷୀରେ ସରକାରୀ ଆଦେଶ ମୁତାବକ କାମ କରାଯାଉଛି । ସେହିଭଳି ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀରୁ ୫ଟି ଚାପ ବାହାର କରାଯାଇଛି । ରଥଯାତ୍ରା ଏବଂ ଚନ୍ଦନଯାତ୍ରା ପାଇଁ ଉଚ୍ଚସ୍ତରରେ ପରାମର୍ଶ ଏବଂ ବିଚାରବିମର୍ଶ ଚାଲିଛି । ପ୍ରତ୍ୟେକ କ୍ଷେତ୍ରରେ ଲକ୍‌ଡାଉନ ସତର୍କତାକୁ ଅନୁପାଳନ କରାଯାଉଛି ।
ଶ୍ରୀନଅର ସମ୍ମୁଖରେ ୨୪ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଖଳା ଛାମୁଣ୍ଡିଆର ଓସାର ହେଉଛି ୪୦ ଫୁଟ ଆଉ ଲମ୍ବା ହେଉଛି ୨୪୦ ଫୁଟ । ଏହି ଛାମୁଣ୍ଡିଆ ତଳେ ବିଶ୍ୱକର୍ମାମାନେ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କରିବେ । ଇତିମଧ୍ୟରେ ରଥଖଳାକୁ ୪୦ ଫୁଟିଆ ୨୦ ଖଣ୍ଡ କାଠ ଗଣ୍ଡି ସମେତ ୨୪୪ ଖଣ୍ଡ କାଠ ପହଞ୍ଚିଛି ।

   ସମ୍ବନ୍ଧିତ ଖବର


ଏଥର ଦଶହରାରେ ଶୁଖିଲା ରହିବ ପାଗ: ୨୯ କିମ୍ବା ୩୦ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା

ବେଣୁଙ୍କ ବିଧାନସଭା ସ୍ୱପ୍ନ ସାକାର ପାଇଁ ରିକ୍ସାରେ ପ୍ରଚାର କଲେ ରାଣୀ ପଣ୍ଡା

ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

ନିଖୋଜ ହୋଇଯାଇଛି ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ କରାଯାଇଥିବା ପୀଡିତା